ଲୋନ୍ ମୋରେଟୋରିୟମ ମାମଲା, ସରକାରଙ୍କ ସତ୍ୟପାଠରେ ସନୁଷ୍ଟ ନୁହଁନ୍ତି ସୁପ୍ରିମକୋର୍ଟ

1 min read
Loan Moratorium Case Supreme Court Ask Center And RBI To File Fresh Affidavits

ନୂଆଦିଲ୍ଲୀ: ଅକ୍ଟୋବର ୧୩ ଯାଏଁ ଘୁଞ୍ଚିଲା ଲୋନ୍ ମୋରେଟୋରିୟମ୍ ମାମଲାର ଶୁଣାଣି । ଲୋନ୍ ମୋରେଟୋରିୟମ୍ ମାମଲାର ଶୁଣାଣି କରୁଥିବା ସୁପ୍ରିମକୋର୍ଟଙ୍କ ବେଞ୍ଚ କେନ୍ଦ୍ର ସରକାର ଓ ଆରବିଆଇକୁ ପୁଣିଥରେ ସତ୍ୟାପଠ ଦାଖଲ ପାଇଁ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି । ‘ସୁଧ ଉପରେ ସୁଧ’ ଛାଡ଼ ନେଇ କେନ୍ଦ୍ର ଦେଇଥିବା ସତ୍ୟପାଠ ସନ୍ତୋଷଜନକ ନୁହେଂ ବୋଲି କୋର୍ଟ କହିଛନ୍ତି । ଏବେ ସଂଶୋଧିତ ସତ୍ୟପାଠ ଦାଖଲ ପାଇଁ ଆରବିଆଇ ଓ କେନ୍ଦ୍ର ସରକାରଙ୍କୁ ଏକ ସପ୍ତାହ ସମ ମିଳିଛି । ପୂର୍ବରୁ ଦାଖଲ ହୋଇଥିବା ସତ୍ୟପାଠରେ କେନ୍ଦ୍ର ସରକାର ୨ କୋଟି ଟଙ୍କା ଯାଏଁ ଲୋନ୍ ଉପରେ ‘ସୁଧ ଉପରେ ସୁଧ’ ଛାଡ଼ କରିବେ ବୋଲି କହିଥିଲେ । ଏହି ଅର୍ଥ ଖୋଦ୍ କେନ୍ଦ୍ର ଦେବ ବୋଲି କହିଥିଲେ । ଯାହାକି ଆନୁମାନିକ ୫ ହଜାରରୁ ୭ ହଜାର କୋଟି ଟଙ୍କା ହେବ ।

Centre Ready To Waive Interest On Interest During Six Month Moratorium

ରିୟଲ ଇଷ୍ଟେଟ ଓ ବିଦ୍ୟୁତ୍ ଉତ୍ପାଦକଙ୍କ ପାଇଁ ?

ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ସରକାର କହିଛନ୍ତି ରିୟଲ ଇଷ୍ଟେଟ ଓ ବିଦ୍ୟୁତ୍ ଉତ୍ପାଦକଙ୍କୁ ମଧ୍ୟ ଏହା ଭିତରେ ଅଣାଯିବ । କୋର୍ଟ ସରକାରଙ୍କୁ କହିଛନ୍ତି- ଘୋଷଣା ପରେ କେନ୍ଦ୍ର ଅଥବା ଆରବିଆଇ ପକ୍ଷରୁ କୌଣସି ବି ଆଦେଶ କିମ୍ବା ସର୍କୁଲାର ଜାରି କରାଯାଇନାହିଁ । ସୂଚନା ଯୋଗ୍ୟ ରିୟଲ ଇଷ୍ଟେଟ ଡେଭଲପର୍ସ କିଛିଦିନ ତଳେ ସୁଧ ଉପରେ ସୁଧ ଛାଡ଼ ପାଇଁ ଦାବି କରିଥିଲେ ।

କାହାକୁ ମିଳିବ ଆଶ୍ୱସ୍ତି ?

ଗତ ଶୁକ୍ରବାର କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ସତ୍ୟପାଠ ଦାଖଲ କରିଥିଲେ । ଯେଉଁଥିରେ ସରକାରଙ୍କ ପକ୍ଷରୁ ଛୋଟ ଶିଳ୍ପ, ଶିକ୍ଷା, ଗୃହ ଓ କ୍ରେଡିଟ୍ କାର୍ଡ ସମେତ କିଛି ଋଣର ମୋରେଟୋରିୟମ୍ ସମୟରେ ଲଗାଯାଇଥିବା ସୁଧ ଉପରେ ସୁଧକୁ ଛାଡ଼ କରାଯିବ ।

Loan Moratorium Case Supreme Court Ask Center And RBI To File Fresh Affidavits

କ୍ରେଡାଇ ପକ୍ଷରୁ କପିଲ ସିବଲ କହିଥିଲେ- ସରକାରଙ୍କ ସତ୍ୟପାଠରେ ତଥ୍ୟ ଏବଂ ସଂଖ୍ୟାର ଆଧାର ନାହିଁ । ମୋତେ ପକ୍ଷର ରଖିବାକୁ କିଛି ସମୟ ଦିଆଯାଉ । ମୁଁ ବିସ୍ତୃତ ସୂଚନା ଦେବି । କ୍ରେଡାଇ ପକ୍ଷରୁ ଆର୍ଯ୍ୟମା ସୁନ୍ଦରମ କହିଥିଲେ- ରିୟଲ ଇଷ୍ଟେଟ କ୍ଷେତ୍ରକୁ ସରକାରଙ୍କ ପକ୍ଷରୁ କୌଣସି ଆଶ୍ୱସ୍ତି ମିଳିନାହିଁ । ଏହି କ୍ଷେତ୍ରକୁ ଲୋନ୍ ଷ୍ଟ୍ରକ୍ଚରିଂର ସୁବିଧା ମଧ୍ୟ ମିଳିନାହିଁ । ୨୦୨୦ ସେପ୍ଟେମ୍ବର ୧ରୁ ସମସ୍ତ ସୁଧ ଦେବାକୁ ପଡ଼ୁଛି ।

ଋଣର ସୁଧ ଉପରେ ଦେବାକୁ ପଡ଼ିବନି ସୁଧ, ସରକାରଙ୍କ ସତ୍ୟପାଠ

Leave a Reply