ଆପଣ ମୋବାଇଲ୍ ଆପ୍ ମାଧ୍ୟମରେ ଋଣ ନେଉଛନ୍ତି କି? ଜାଣନ୍ତୁ ନ ଶୁଝିଲେ କ’ଣ ହେବ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବହୁ ଲୋକେ ରୋଜଗାର ହରାଇଛନ୍ତି । ଏଣୁ ଆର୍ଥିକ ସମସ୍ୟା ଗତି କରିଛନ୍ତି । ଆଉ ପରିସ୍ଥିତି ଏଭଳି ହୋଇଛି ଯେ, ଗୁଜରାଣ ମେଣ୍ଟାଇବା ମଧ୍ୟ ଭାରି ମୁସ୍କିଲ ହୋଇପଡ଼ିଛି । ଏଣୁ ଅର୍ଥ ପାଇବା ନେଇ ବିଭିନ୍ନ ଲୋକେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ୱନ କରିଛନ୍ତି । କିଛି ଲୋକ ନିଜ ବୃତ୍ତି ବଦଳାଇ ନୂଆ ବୃତ୍ତି ଆରମ୍ଭ କରିଛନ୍ତି । ଆଉ କେହିଁ କେହିଁ ଋଣ ନେଇ କିଛି ଦିନ ପାଇଁ ଗୁଜରାଣ ମେଣ୍ଟାଇଛନ୍ତି ।

इंस्‍टेंट मनी देने वाले Loan Apps की वजह से गई 1 महीने में 3 जान

ମୁଖ୍ୟତଃ ଯୁବକମାନେ କରୋନା ପରବର୍ତ୍ତୀ ସମୟରେ ଟଙ୍କା ଶୁଝିଦେବା ଆଶାରେ ସେମାନେ ବିଭିନ୍ନ ଋଣ ପ୍ରଦାନକାରୀ ମୋବାଇଲ୍ ଆପ୍ ମାଧ୍ୟମରେ ଟଙ୍କା ଲୋନ୍ ନେଇଥିଲେ । କିନ୍ତୁ ତାହା ହୋଇପାରିନଥିଲା । ଠିକ୍ ସମୟରେ ଋଣ ସୁଝିପାରିନଥିବାରୁ ବ୍ୟାଙ୍କ ଡିଫଲ୍ଟର ପାଲଟିଥିଲା । ଏହା ପରେ ଋଣ ପ୍ରଦାନ କରିଥିବା କମ୍ପାନୀ ସେମାନଙ୍କ ବ୍ୟକ୍ତିଗତ ସୂଚନା ସାର୍ବଜନୀନ କରିବା ଆରମ୍ଭ କରିଦେଇଥିଲେ । ଯାହାକୁ ନେଇ ସେମାନେ ମାନସିକ ଅବସାଦର ଶିକାର ହୋଇଥିଲେ । ଏଭଳି ମାନସିକ ଅବସାଦର ଶିକାର ହୋଇ ତେଲେଙ୍ଗାନାରେ ପ୍ରାୟ ୩ ଜଣ  ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

इंस्‍टेंट मनी देने वाले Loan Apps की वजह से गई 1 महीने में 3 जान

            ଆତ୍ମହତ୍ୟା କରିଥିବା ବ୍ୟକ୍ତି ହେଉଛନ୍ତି ମେଡକ ଜିଲ୍ଲାର ଏଡ୍ଡୁ ଶ୍ରବଣ ଯାଦବ(୨୩), ସିଦ୍ଧାପେଟର କିରଣି କେ. ମୋନିକା, ରଙ୍ଗାରେଡ୍ଡି ଜିଲ୍ଲାର ପି.ସୁନିଲ । ଘଟଣାନୁଯାୟୀ ୧୬ ଡିସେମ୍ୱର କିସମତପୁରରେ ରହୁଥିବା ୨୯ ବର୍ଷୀୟ ସଫ୍ଟଓ୍ୱେୟାର ଇଞ୍ଜିନିୟର ପି ସୁନିଲ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସୁନିଲ ହାଇଦ୍ରାବାଦର ମାଧାପୁରସ୍ଥିତ ଏ  ଘରୋଇ କମ୍ପାନୀରେ ଚାକିରି କରୁଥିଲେ । କିନ୍ତୁ କରୋନା କାଳରେ ତାଙ୍କ ଚାକିରି ଚାଲିଯାଇଥିଲା ।

इंस्‍टेंट मनी देने वाले Loan Apps की वजह से गई 1 महीने में 3 जान

ଲକଡାଉନ୍ ସମୟରେ ତାଙ୍କୁ ଅନ୍ୟ କୌଣସି ଚାକିରି ମିଳିଲାନାହିଁ । ଏଣୁ ଗୁଜରାଣ ମେଣ୍ଟାଇବା ମଧ୍ୟ ତାଙ୍କ ପାଇଁ ମୁସ୍କିଲ ହୋଇପଡ଼ିଲା । ଏଭଳି ସମୟରେ ସେ ଋଣ ପ୍ରଦାନକାରୀ ମୋବାଇଲ ଆପ୍ ବିଷୟରେ ଜାଣିଥିଲେ । ସେ ପ୍ରାୟ ୨ ଲକ୍ଷ ଟଙ୍କାର ଲୋନ ନେଲେ । କିନ୍ତୁ ଚାକିରି ନ ମିଳିବା କାରଣରୁ ଋଣ କିସ୍ତି ସୁଝିବାରେ ଅସମର୍ଥ ହୋଇଥିଲେ । ଏବଂ ଏତେ ପରିମାଣର ସୁଧ ସୁଝିବାରେ ଅସମର୍ଥ ହୋଇଥିଲେ ।

इंस्‍टेंट मनी देने वाले Loan Apps की वजह से गई 1 महीने में 3 जान

            ଏହା ପରେ ଋଣ ପ୍ରଦାନକାରୀ କମ୍ପାନୀ ନିଜ ଅସଲ ରଙ୍ଗ ଦେଖାଇଥିଲେ । ମୋବାଇଲ ଡାଟା ଏବଂ ସୋସାଲ ମିଡିଆ ପ୍ଳାଟଫର୍ମ ଜରିଆରେ କମ୍ପାନୀ ସୁନିଲଙ୍କୁ ବ୍ଳାକମେଲ୍ କରିବା ଆରମ୍ଭ କରିଦେଇଥିଲା । ଏବଂ ତାଙ୍କ ପତ୍ନୀ ଏବଂ ଘର ଲୋକଙ୍କ ପାଖକୁ କଲ୍ କରିବାରେ ଲାଗିଲେ ।  ଏ ସବୁ କାରଣରୁ ଅତ୍ୟନ୍ତ ବ୍ୟସ୍ତ ହୋଇପଡ଼ିଥିଲେ ସୁନିଲ । ନିଜ ଫ୍ଳାଟରେ ୧୬ ଡିସେମ୍ୱର ଦ୍ୱିପ୍ରହରରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହା ପରେ ସୁନିଲଙ୍କ ପତ୍ନୀ ଆଇପିସିର ଧାରା ୪୨୦, ୩୦୬, ୫୦୪ ଓ ୫୦୬ ଧାରା ଅନୁଯାୟୀ ଋଣ ପ୍ରଦାନକାରୀ କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ପରୀ ହତ୍ୟା ମାମଲା, ୩ ଜଣଙ୍କୁ ଉଠାଇନେଲା ଏସଆଇଟି

Leave a Reply