ଡ୍ରାଇଭିଂ ଲାଇସେନ୍ସ ଆବେଦନ କରୁଛନ୍ତି କି ? ଫେବ୍ରୁଆରୀ ପହିଲାରୁ ଲାଗୁ ହେଉଛି ଏହି ନିୟମ

1 min read

ଭୁବନେଶ୍ୱର: ଲର୍ଣ୍ଣର୍ସ ହେଉ କି ଡିଏଲ୍ । ଏଣିକି ଆବେଦନ ପାଇଁ ଆପଣଙ୍କୁ ଆଉ କାଗଜ ବୋଝ ମୁଣ୍ଡାଇବାକୁ ପଡ଼ିବନି । କାରଣ ଆସନ୍ତା ଫେବ୍ରୁଆରୀ ୧ ତାରିଖରୁ ଲାଇସେନ୍ସ ଆବେଦନ ପାଇଁ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଆବେଦନକାରୀ ପେପର ଲେସ୍ ମାଧ୍ୟମରେ ଆବେଦନ କରିବେ । ମାନେ ଏଲ୍ଏଲ୍ ଓ ଡିଏଲ୍ ଆବେଦନ ସମ୍ପୂର୍ଣ୍ଣ ଡିଜିଟାଲ ଭାବେ କାର୍ଯ୍ୟ କରିବ ।

ପୂର୍ବରୁ ଲାଇସେନ୍ସ ଆବେଦନ ବେଳେ ଆବଶ୍ୟକୀୟ କାଗଜପତ୍ର, ଆବେଦନ ଫର୍ମ, ସ୍ଲଟ ବୁକିଂ ସ୍ଲିପ୍ ଓ ଦେୟର ହାର୍ଡ କପି ବା ପ୍ରିଣ୍ଟ ଆଉଟ୍ ଦେବାକୁ ପଡ଼ୁଥିଲା । ପରିବର୍ତ୍ତିତ ନିୟମ ଅନୁଯାୟୀ ଏସବୁକୁ ଆପଣ ଅନଲାଇନରେ ଦେଇ ସେବା ପାଇପାରିବେ । ଉଭୟ ଲର୍ଣ୍ଣର୍ସ ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ଆବେଦନ କ୍ଷେତ୍ରରେ ଏହା ଲାଗୁ ହେବ ।ଆପଣଙ୍କ ଦେୟ ରସିଦ୍ ସହ ଠିକଣା, ଜନ୍ମ ପ୍ରମାଣ ପତ୍ର ଓ ପରିଚୟ ପତ୍ରକୁ ଅନଲାଇନରେ ଦାଖଲ କରି ପୂର୍ବଭଳି ସମସ୍ତ ସୁବିଧା ପାଇପାରିବେ । ଅନଲାଇନରେ ବ୍ଲଡ ଗ୍ରୁପ୍ ରିପୋର୍ଟ ମଧ୍ୟ ଦାଖଲ କରିହେବ । ନୂଆ ମୋଟର ଯାନ ଆଇନ୍ ଲାଗୁ ପରେ ଚଢ଼ା ଫାଇନକୁ ନେଇ ଲୋକ ଆତଙ୍କିତ ହୋଇ ପଡ଼ିଥିଲେ । ଫଳରେ ଆରଟିଓ ଗୁଡ଼ିକରେ ଲାଇସେନ୍ସ ଆବେଦନ ପାଇଁ ଅସମ୍ଭାଳ ଭିଡ଼ ହେଉଛି । ସମସ୍ତ କାଗଜପତ୍ର ଡିଜିଟାଲ ଫର୍ମାଟରେ ଗ୍ରହଣ ହେଲେ ଭିଡ଼ କମିବ ବୋଲି ଆକଳନ କରାଯାଉଛି ।

ବର୍ଷେ ଭିତରେ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ ନ କଲେ ପୁଣି ଦେବାକୁ ପଡ଼ିବ ପରୀକ୍ଷା

 

Leave a Reply