Sushant Singh Rajput Case : ସୁଶାନ୍ତଙ୍କ ପରିବାର ସଦସ୍ୟଙ୍କୁ ପଚରା ଉଚରା କରିବ ସିବିଆଇ,ବଡ ଭଉଣୀଙ୍କୁ ସମନ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସିବିଆଇ ଏବେ ତାଙ୍କ ପରିବାର ସଦସ୍ୟଙ୍କୁ ପଚରା ଉଚରା କରିବ । ସୁଶାନ୍ତଙ୍କ ପିତା,ଭଉଣୀ ଓ ଭିଣୋଇ ମାନଙ୍କୁ ସିବିଆଇ ପଚରା ଉଚରା ପାଇଁ ଡକାଇବା ପାଇଁ ପ୍ରସ୍ତୁତ ହେଉଛି । ଏଜେନ୍ସୀ ସୁଶାନ୍ତଙ୍କ ବଡ ଭଉଣୀ ମିତୁ ସିଂହଙ୍କୁ ଏଥିପାଇଁ ସମନ ଜାରି କରିଛି । ଆସନ୍ତାକାଲି(ସୋମବାର) ତାଙ୍କୁ ଏଜେନ୍ସୀ ସମ୍ମୁଖରେ ହାଜର ହେବାକୁ କୁହାଯାଇଛି । ମିତୁ ହିଁ ଜୁନ୍ ୮ ତାରିଖରୁ ଜୁନ୍ ୧୨ ପର୍ଯ୍ୟନ୍ତ ସୁଶାନ୍ତଙ୍କ ସହ ରହିଥିଲେ ।

ଆସନ୍ତାକାଲି ସକାଳ ୧୧ଟା ବେଳେ ମିତୁ ସିବିଆଇ ସମ୍ମୁଖରେ ହାଜର ହେବେ । ରିୟ ନିକଟରେ ଏକ ସାକ୍ଷାତକାରରେ ସୁଶାନ୍ତଙ୍କର ତାଙ୍କ ପରିବାର ସହ ଭଲ ସଂପର୍କ ନଥିଲା ବୋଲି ଦାବି କରିଥିଲେ । ଏହା ସହ ସୁଶାନ୍ତଙ୍କ ଶେଷ ସମୟରେ ମିତୁ ତାଙ୍କ ସହ ଥିଲେ ବୋଲି ରିୟା ଦାବି କରିଥିଲେ । ରିୟାଙ୍କ କଥାର କ୍ରସ୍ ଭେରିଫିକେସନ୍ ପାଇଁ ତାଙ୍କୁ ସିବିଆଇ ନୋଟିସ ଜାରି କରିଛି । ଆଗକୁ ସୁଶାନ୍ତଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ସିବିଆଇ ସମନ ଜାରି କରିପାରେ ।  ଅନ୍ୟପକ୍ଷରେ ଏହି ମାମଲାରେ ଦିଲ୍ଲୀରେ ରହୁଥିବା ସୁଶାନ୍ତଙ୍କ ଭଉଣୀ ମାନଙ୍କର ମଧ୍ୟ ବୟାନ ନିଆଯିବ । ସେମାନଙ୍କୁ ମୁମ୍ବାଇ ଆସିବାକୁ ପଡିବ ନାହିଁ ।

mitu singh sushant

ସୂଚନାଯୋଗ୍ୟ ଯେ, ସୁଶାନ୍ତଙ୍କ ଫ୍ଲାଟ୍ ମେଟ୍ ସିଦ୍ଧାର୍ଚ ପିଠାନୀ ସିବିଆଇ ଆଗରେ ଦାବି କରିଥିଲେ ଯେ, ସୁଶାନ୍ତଙ୍କ ମୃତ୍ୟୁ ପରେ ମିତୁ ସିଂହ ପହଂଚିବା ପରେ ଓ ତାଙ୍କ କହିବା ଅନୁସାରେ ହିଁ ସୁଶାନ୍ତଙ୍କ ଶବ ତଳକୁ ଅଣାଯାଇଥିଲା । ସେହିଭଳି ସୁଶାନ୍ତଙ୍କ ମ୍ୟାନେଜର ଥିବା ଶୃତି ମୋଦିଙ୍କ ଦାବି ଯେ, ସୁଶାନ୍ତଙ୍କ ରୋଗ ବାବଦରେ ମିତୁ ଜାଣିଥିଲେ । ଏହା ସହ ସବିଆଇ ତଦନ୍ତରୁ ଆଉ ଗୋଟିଏ ତଥ୍ୟ ସାମ୍ନାକୁ ଆସିଥିଲା ଯେ, କିଛି ଦିନ ତଳେ ଗୁରୁଗ୍ରାମର ଏକ ହୋଟେଲରେ ରହିବା ବେଳେ ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ଅଚାନକ ବିଗିଡି ଯାଇଥିଲା ।  ସୁଶାନ୍ତଙ୍କ ସାଇକାଇଟ୍ରିଷ୍ଟ୍ କେସର ଚାବଡିଙ୍କୁ ଫୋନ୍ କରାଯାଇଥିଲା ।  ଚାବଡିଙ୍କ କହିବା ଅନୁସାରେ ତାଙ୍କୁ ଔଷଧ ଦିଆଯାଇଥିଲା ।

Leave a Reply