ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ତଦନ୍ତ ଆରମ୍ଭ କଲା ଏସଟିଏଫ୍

Why CM Yogi Adityanath Is Getting Fail To Manage Uttar Pradesh Law And Order

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୋଲିସ ପାଖକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥଙ୍କୁ ହତ୍ୟା କରିବା ପାଇଁ ହ୍ୱାଟସଆପରେ ଧମକ ଆସିଛି ।  ଉତ୍ତର ପ୍ରଦେଶର ୧୧୨ ହେଲ୍ପଡେସ୍କର ହ୍ୱାଟସଆପ୍ ନମ୍ବରକୁ ଆସିଥିବା ମେସେଜରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି । ମେସେଜରେ ଯୋଗୀଙ୍କୁ ବୋମା ବିସ୍ଫୋରଣରେ ଉଡାଇ ଦିଆଯିବ ବୋଲି କୁହାଯାଇଛି । ପୋଲିସ ପକ୍ଷରୁ ଏନେଇ ଗୋମତିନଗର ଥାନାରେ ଏଫଆଇଆର ଦାଏର ହେବା ପରେ ଏସଟିଏଫ ତରଫରୁ ତଦନ୍ତ ଆରମ୍ଭ ହୋଇଛି ।

କେଉଁ ନମ୍ବରରୁ ଆସିଥିଲା ଧମକ ?

୮୮୨୮୪୫୩୩୫୦ ମୋବାଇଲ ନମ୍ବରରୁ ଏହି ଧମକପୂର୍ଣ୍ଣ ମେସେଜ୍ ଆସିଥିଲା । ଏଫାଆଇଆରରେ ମୋବାଇଲ ନମ୍ବର ଉଲ୍ଲେଖ କରାଯାଇଛି ।  ୨୧ ମେ’ ରାତି ୧୨.୩୨ ମିନିଟରେ ଏହି ମେସେଜ୍ ଆସିଥିଲା । ମେସେଜରେ ଲେଖାଥିଲା ଯେ, ‘‘ସିଏମ୍ ଯୋଗୀଙ୍କୁ ବୋମା ଦ୍ୱାରା ମାରିବି,ସେ ମୁସଲମାନଙ୍କ ଶତ୍ରୁ’’ । ପ୍ରାରମ୍ଭିକ ଯାଞ୍ଚ ପରେ ଗୋମତିନଗର ଥାନାରେ ଏତଲା ଦିଆଯାଇଥିଲା ।

ମୋବାଇଲ ନମ୍ବରକୁ ଖୋଜୁଛି ପୋଲିସ

ସିଏମ୍ ଯୋଗୀଙ୍କୁ ହତ୍ୟା ଧମକ ମିଳିବା ପରେ ପୋଲିସ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା । ଯେଉଁ ନମ୍ବରରୁ ଏହି ଧମକ ଆସିଥିଲା ସେହି ନମ୍ବର କାହା ନାମରେ ଅଛି ତାହା ଜାଣିବାକୁ ଏବେ ଖୋଳତାଡ ଆରମ୍ଭ ହୋଇଛି ।

Leave a Reply