ଅନୁଭବଙ୍କ ଚିଠିରେ ବର୍ଷାଙ୍କ ଉତ୍ତର, ‘ଅଲଗା ରହିବାକୁ ଚାହୁଁଛ ତ ପାଖକୁ ଆସି କଥା ହୁଅ’

Anubhav Varsha Conflict

ଭୁବନେଶ୍ୱର: ଅନୁଭବ ଓ ବର୍ଷାଙ୍କ ଭିତରେ ଚିଠି ଯୁଦ୍ଧ । ବର୍ଷାଙ୍କ ପାଇଁ ଅନୁଭବ ଲେଖିଲେ ଚିଠି । ଚିଠିରେ ବର୍ଷାଙ୍କ ପ୍ରତିଥିବା ଭାବାବେଗ ଦର୍ଶାଇଛନ୍ତି ଅନୁଭବ । କହିଛନ୍ତି, ଆମେ ଗୋଟିଏ କଲେଜରେ ପଢୁଥିଲେ । ହେଲେ କେବେ କାହା ସହ ସାକ୍ଷାତ ହୋଇନଥିଲା । ଆମ ଘରେ ଆୟୋଜିତ ହନୁମାନ ଚାଳିଶା କାର୍ଯ୍ୟକ୍ରମକୁ ତୁମେ ଆସିଥିଲ । ସେଇଠି ତୁମ ସହ ଦେଖା ସାକ୍ଷାତ ହୋଇଥିଲା । ୨୦୦୬ରେ ଆମେ ଏକାଠି ଦୁଇଟି ସିନେମାରେ କାମ କରିଥିଲେ । ସେହି ଦୁଇଟି ସିନେମାରେ ତୁମ ଅଭିନୟ ଖୁବ୍ ଚମତ୍କାର ଥିଲା । ଏହାର ଦୁଇ ବର୍ଷ ପରେ ଅର୍ଥାତ୍ ୨୦୦୮ରେ ଆମେ ଏକାଠି ପୁଣି ଅଭିନୟ କଲେ ।Letters Fight Between Anubhav And Varsha   ସେହିବର୍ଷ ହିଁ ଆମ ଭିତରେ ପ୍ରେମ ସମ୍ପର୍କର ଶୁଭାରମ୍ଭ ହୋଇଥିଲା । ଧିରେ ଧିରେ ଆମ ସମ୍ପର୍କ ଆହୁରି ଗାଢ଼ ହୋଇଥିଲା । ତେବେ ବିବାହ ପରେ ତୁମେ ମୋ ସହ କଥାବାର୍ତ୍ତା କମାଇ ଦେଇଥିଲ । ଏପରିକି ତୁମେ ବାପଘରକୁ ଗଲେ ମୋତେ ଫୋନ୍ କରିବାକୁ ଭୂଲି ଯାଉଥିଲ । ମୁଁ ଅନେକ ସମୟରେ ତୁମ ସହ କଥା ହେବାକୁ ପାଗଳ ହୋଇଯାଉଥିଲି । କିଛିଦିନ ପରେ ମୋ ସହ ଫିଲ୍ମରେ କାମ କରିବାକୁ ବି ତୁମ ପରିବାର ବାରଣ କଲେ । ତେବେ ବର୍ଷେ ପରେ ଆମେ ଏକାଠି କାମ କଲେ, ହେଲେ ତୁମ ବ୍ୟବହାରରେ କିନ୍ତୁ କୌଣସି ପରିବର୍ତ୍ତନ ଆସିଲା ନାହିଁ ।Letters Fight Between Anubhav And Varsha

ଫଳସ୍ୱରୂପ ମୁଁ ନିଜକୁ ନିଜେ ଯନ୍ତ୍ରଣା ଦେବା ଆରମ୍ଭ କରି ଦେଇଥିଲି । ଠିକ୍ ସମୟରେ ଖାଉ ନଥିଲି, ଏପରିକି ଦୁଃଖ ଭୂଲାଇବାକୁ ମଦ ପିଇବା ଆରମ୍ଭ କରି ଦେଇଥିଲି । ବେଳେ ବେଳେ ହାତକାଟି, ରକ୍ତରେ ତୁମ ନାଁ ଲେଖୁଥିଲି । ବର୍ଷାଙ୍କ ପାଇଁ ଏକପ୍ରକାର ପାଗଳ ହୋଇଯାଇଥିଲି ବୋଲି ଅନୁଭବ କହିଛନ୍ତି ।

Letters Fight Between Anubhav And Varsha

ଅନ୍ୟପଟେ ଅନୁଭବଙ୍କ ଚିଠିର ଜବାବ ରଖିଛନ୍ତି ବର୍ଷା । ଚିଠି ଲେଖି କହିଛନ୍ତି, ମୋ ଜୀବନ ସହ ତୁମେ ବହୁତ ଖେଳିଛ, ମୋ ଜୀବନକୁ ତୁମେ ନର୍କ କରିଦେଇଛ । ତୁମର ପରକୀୟା ପ୍ରୀତି ଓ ମଦ୍ୟପାନ ଅଭ୍ୟାସ ମୋ ଜୀବନକୁ ନଷ୍ଟ କରିଛି । ମୁଁ ବହୁତ ସହ୍ୟ କରିଛି, ତୁମେ ଅୟାସୀ ଜୀବନ ପାଇଁ ମୋ ଠାରୁ ଦୂରେଇଛ । ମୁଁ ତୁମଠୁ ଅଲଗା ହେବାକୁ କେବେବି କଳ୍ପନା କରିନି ।

ଅଲଗା ରହିବାକୁ ଚାହୁଁଛ ତ ପାଖକୁ ଆସି କଥା ହୁଅ । ମୋତେ ଏଡ଼ାଇଗଲେ କିଛି ଲାଭ ହେବ ନାହିଁ । ତୁମେ ଲୋକଙ୍କ ସେବା କଥା କହୁଛ, ଘରୁ ତାହା କରି ଦେଖାଅ । ଯଦି ଶାରୀରିକ ସମ୍ପର୍କ ରଖିବାକୁ ଏତେ ବ୍ୟଗ୍ର ତେବେ ମୋତେ ଏତେ କାଇଁ କନ୍ଦାଉଛ । କେବଳ ପରକୀୟା ପ୍ରୀତି ପାଇଁ ମୋ ଠାରୁ ଦୂରେଇ ଯାଉଛ ବୋଲି ଅନୁଭବଙ୍କୁ କହିଛନ୍ତି ବର୍ଷା ପ୍ରିୟଦର୍ଶନୀ ।

Leave a Reply