ଲେଖାଶ୍ରୀଙ୍କ ପାଇଁ ବଢୁଛି ଅଡୁଆ, ଓଡ଼ିଆ ଜାତିକୁ ଅପମାନ କହି ସବୁଠି ବିକ୍ଷୋଭ

Lekhashree Puri Remarks, Protest Across Odisha

ଭୁବନେଶ୍ୱର: ଶସ୍ତା ରାଜନୀତି କରିବାକୁ ସଦାବେଳେ ତୟାର ଥାଆନ୍ତି ରାଜ୍ୟ ବିଜେପି ନେତା । କୋଭିଡ୍ ନିୟମ ଭାଙ୍ଗିବା ହେଉ ଅବା ଓଡ଼ିଶାକୁ ପାକିସ୍ତାନ ସହ ତୁଳନା । ଆଉ ଏବେ ପୁରୀର ପରିଚୟ ଖୋଜିବା । ବିଜେପିର ବିବାଦୀୟ ନାୟିକା ଲେଖାଶ୍ରୀ ସାମାନ୍ତ ସିଂହାର । ଭୁଲ କଲେ, ସମାଲୋଚିତ ବି ହେଲେ । ଏହେଲେ ଏବେବି ଏ ମ୍ୟାଡାମଙ୍କ ମତିଗତିରେ ଆସୁନି ପରିବର୍ତ୍ତନ । ଜଗତରନାଥଙ୍କୁ ଅପମାନସୂଚକ ଶବ୍ଦର ବ୍ୟବହାରକୁ ବିରୋଧୀ ତ ବିରୋଧୀ ନିଜ ଦଳ ନେତା ବି ଛି ଛାକର କରିଛନ୍ତି ।

Lekhashree Puri Remarks, Protest Across Odisha

ବିବାଦର ନାୟିକା ଲେଖାଶ୍ରୀ । ପୁରୀର ପଚିଚୟ ଖୋଜି ବିବାଦର ଭାସ୍କୋଡାଗାମା ସାଜିଥିବା ଲେଖାଶ୍ରୀଙ୍କୁ ନେଇ ଉଠିଲାଣି ଝଡ଼ । ଓଡ଼ିଆ ଜାତି ପ୍ରତି ଏ ଅପମାନକୁ ନେଇ ଗାଁରୁ ସହର ସବୁଠି ତାତି, ବିକ୍ଷୋଭ, ନାରାବାଜି ଓ କୁଶ ପୁତ୍ତଳିକା ଦାହ । ହେଲେ ବିଜେପିର ଏ ନେତ୍ରୀଙ୍କ ମୁହଁ ଟାଣ ଭାଙ୍ଗୁନି । ଏପଟେ ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ଗର୍ଜିଛି କଂଗ୍ରେସ । ନରେନ୍ଦ୍ର ମୋଦି, ସମ୍ବିତ ପାତ୍ର ଓ ଲେଖାଶ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛି ଦଳ । ଲେଖାଶ୍ରୀ ଓ ସମ୍ବିତ ପାତ୍ର କ୍ଷମା ନମାଗିଲେ ଓଡ଼ିଶା ମାଟିରେ ପୂରାଇ ନଦେବାକୁ ଚେତାବନୀ ଦେଇଛି ।

Lekhashree Puri Remarks, Protest Across Odisha

ବ୍ରହ୍ମାଣ୍ଡ ଠାକୁର ଶ୍ରୀଜଗନ୍ନାଥ । କୋଟିକୋଟି ଲୋକଙ୍କ ଆରାଧ୍ୟ ଦେବତା । ଶ୍ରୀଜିଉଙ୍କ ପରିଚୟର ଆବଶ୍ୟକତା ନାହିଁ, ହେଲେ ସମ୍ବିତ ପାତ୍ରଙ୍କ ପରିଚୟ ଲୋଡ଼ା । ନିର୍ବାଚନ ବେଳେ ହିଁ ପୁରୀବାସୀ ସମ୍ବିତ ପାତ୍ରଙ୍କୁ ଅଳ୍ପ ବହୁତେ ଜାଣିଛନ୍ତି । ଏଣୁ ଘଟଣାରେ ଲେଖାଶ୍ରୀ ତୁରନ୍ତ କ୍ଷମା ମାଗିବାକୁ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ଦାବି କରିଛନ୍ତି । ସେପଟେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଲେଖାଶ୍ରୀ କିଏ ଯେ ବିଜେଡି ତାଙ୍କୁ ଟାର୍ଗେଟ କରିବ । ଓଡ଼ିଶା ମାଟି ସଂସ୍କୃତି ଓ ଓଡ଼ିଶାର ଦେବତାଙ୍କୁ ଯିଏ ଅପମାନିତ କରିବ ବିଜେଡି ତାଙ୍କୁ ହିଁ ଟାର୍ଗେଟ କରିବ ବୋଲି ସେ କହିଛନ୍ତି ।

Lekhashree Puri Remarks, Protest Across Odisha

ଲେଖାଶ୍ରୀଙ୍କ ମନ୍ତବ୍ୟକୁ ପୁରୀବାସୀ ସହଜରେ ଗ୍ରହଣ କରିପାରୁନଥିବା ବେଳେ, ଆଉ ଏକ ଏତଲା ଦେଇଛି ପୁରୀ ଜିଲ୍ଲା ବିଜେଡି । ଶତାଧିକ ବିଜେଡି କର୍ମୀ ରାଲିରେ ଆସି କୁଶ ପୁତ୍ତଳିକା ଦାହ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ପୁରୀ ସ୍ୱର୍ଗଦ୍ୱାର ନିକଟରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଲେଖାଶ୍ରୀଙ୍କ ପୋଷ୍ଟର ପୋଡ଼ିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯଦି ଲେଖାଶ୍ରୀ ମହାପ୍ରଭୁଙ୍କ ନିକଟରେ ଭୁଲ ନମାଗନ୍ତି ତେବେ ଆଗାମୀ ଦିନରେ ତାଙ୍କୁ  ପୁରୀରେ ପୂରାଇ ଦିଆଯିବ ନାହିଁ ବୋଲି ମଞ୍ଚ କହିଛି ।

Lekhashree Puri Remarks, Protest Across Odisha

ଓଡ଼ିଶା ମନ୍ଦିର ସେବାୟତ ସଂଘ ମଧ୍ୟ ଲେଖାଶ୍ରୀଙ୍କ ମନ୍ତବ୍ୟ ନେଇ ଉଗାଳିଛି ବିଷ । ଆଗାମୀ ଦିନରେ ଲେଖାଶ୍ରୀଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ କରାଯିବ ବୋଲି ସଂଘ ଚେତାବନୀ ଦେଇଛି । ରାୟଗଡ଼ାରେ ମଧ୍ୟ ଦେଖା ଦେଇଛି ଲେଖାଶ୍ରୀ ଝଡ଼ । ଯୁବ ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଛି ଦଳ ।

Leave a Reply