ମୟୂର ମାନୁଛନ୍ତି, ମଣିଷ ରକ୍ଷା କରୁନି ସାମାଜିକ ଦୂରତା

1 min read

ଜୟପୁର: ମଣିଷକୁ ପ୍ରାଣୀମାନଙ୍କ ମଧ୍ୟରେ ପୃଥିବୀର ସବୁଠୁ ବୁଦ୍ଧିମାନ ବୋଲି କୁହାଯାଏ । ତାର ଚାଲି, ଚଳଣୀ, ବ୍ୟବହାର ମଧ୍ୟ ଅନ୍ୟ ପ୍ରାଣୀମାନଙ୍କ ଠାରୁ ଭିନ୍ନ । ଆଉ ସେହି ମଣିଷ ଆଜି ମର୍ତ୍ତ୍ୟରୁ ସ୍ୱର୍ଗ ସବୁଠି ତାର ଆଧିପତ୍ୟ ବିସ୍ତାର କରିଛି । ନିଜ ଇଚ୍ଛାରେ ନିୟନ୍ତ୍ରଣ କରୁଛି ସବୁକିଛି । ହେଲେ, ଭୂତାଣୁ ଆଗରେ ଆଜି ମଣିଷର ଦମ୍ଭୋକ୍ତି ଭାଙ୍ଗି ଯାଇଛି । କୋଭିଡ୍-୧୯ରୁ ରକ୍ଷା ପାଇବା ପାଇଁ ମଣିଷ ଖୋଜୁଛି ଭ୍ୟାକ୍ସିନ୍ । ଏଭଳି ସ୍ଥିତିରେ ବିଶ୍ୱର ଅଧିକାଂଶ ଦେଶ ସହ ଆମ ଦେଶରେ ହୋଇଛି ଲକଡାଉନ୍ । ସାମାଜିକ ଦୂରତା ରକ୍ଷା ହିଁ ବିକଳ୍ପ ବୋଲି କୁହାଯାଉଛି ।

ଯାହାକୁ ହେୟଜ୍ଞାନ କରୁଛି ବୁଦ୍ଧିମତା ବୋଲାଉଥିବା ମଣିଷ । ବଜାର ହେଉ କି ମେଡିସିନ୍ ଷ୍ଟୋର ସବୁଠି ଲୋକମାନେ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି । ହେଲେ, ଅଜ୍ଞାନ କୁହାଯାଉଥିବା ନିର୍ବୋଧ ପକ୍ଷୀଟି ଏହାକୁ ଭଲଭାବେ ବୁଝିଛି । ଭୂତାଣୁ ଠାରୁ ଜୀବନ ଛଡ଼ାଇ ଆଣିବା ପାଇଁ ମୟୂର ରକ୍ଷା କରୁଛନ୍ତି ସାମାଜିକ ଦୂରତା ।

ମୟୂରମାନେ ସାମାଜିକ ଦୂରତା ରକ୍ଷା କରୁଥିବାର ଏ ଚିତ୍ର ହେଉଛି ରାଜସ୍ଥାନର । ନାଗୁର ଜିଲ୍ଲା ମୁଣ୍ଡୱା ତହସିଲରେ ରହିଛି ରୁନ୍ ଗାଁ । ଆଉ ସେହି ଗାଁର ସରକାରୀ ବିଦ୍ୟାଳୟ ବାରଣ୍ଡାରେ ୭ଟି ମୟୂରଙ୍କୁ ଦେଖିବାକୁ ମିଳିଛି । ଯେଉଁମାନେ ବିଦ୍ୟାଳୟ ବାରଣ୍ଡାରେ ସାମାଜିକ ଦୂରତା ରକ୍ଷା କରି ବିଶ୍ରାମ ନେଉଛନ୍ତି । ଏମାନଙ୍କୁ ମଣିଷ ନିର୍ବୋଧ କହୁଥିବା ବେଳେ ସେମାନେ ବୁଦ୍ଧିମତାର ପରିଚୟ ଦେଇଛନ୍ତି ।

Leave a Reply