୩ ଦିନିଆ ରିମାଣ୍ଡରେ କିଡନୀ ଠକ, ଖୋଲିବ ଠକେଇର ଗୁମର

Laxmisagar Police Take Kidney Broker Himansu Nanda In 3 Days Remand

ଭୁବନେଶ୍ୱର: କିଡନୀ ଦେବା ନାଁରେ ଠକେଇ ମାମଲା । ନୟାପଲ୍ଲୀ ପରେ ଲକ୍ଷ୍ମୀସାଗର ପୋଲିସ ସ୍କାନରରେ ଦଲାଲ ହିଂମାଶୁ ନନ୍ଦ । ଘରୋଇ ହସ୍ପିଟାଲର କୋର୍ଡିନେଟର ଦ୍ୱାରା ଚାଲିଥିଲା କିଡନୀ କାରବାର । ୩ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ କରିବ ଲକ୍ଷ୍ମୀସାଗର ଥାନା ପୋଲିସ । ରିମାଣ୍ଡ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ । ଆସନ୍ତାକାଲିଠୁ ରିମାଣ୍ଡରେ ନେଇ ରାକେଟର ମାଷ୍ଟର ମାଇଣ୍ଡ କିଏ ଓ କିଭଳି ହେଉଥିଲା ଅପରେଟ ହେବ ଖୋଳତାଡ଼ । ପୂର୍ବରୁ ହିମାଂଶୁଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଥିଲା ନୟାପଲ୍ଲୀ ଥାନା ପୋଲିସ ।

Laxmisagar Police Take Kidney Broker Himansu Nanda In 3 Days Remand

କିଡନୀ ଠକେଇ ମାମଲାରେ କୋର୍ଡିନେଟର ଲିଙ୍କରେ ଥିବା ଡାକ୍ତର ତାଲିକା ପ୍ରସ୍ତୁତ କରିଛି ପୋଲିସ । ହିମାଂଶୁଙ୍କୁ ରିମାଣ୍ଡରେ ନେଇ ଖୋଲିବ ଡାକ୍ତର ଓ ଡୋନର ଲିଙ୍କ୍ । ରାକେଟର ମାଷ୍ଟର ମାଇଣ୍ଡ କିଏ ଖୁବଶୀଘ୍ର ଖୁଲାସା କରିବ ପୋଲିସ । ଅଭିଯୋଗକାରୀଙ୍କ ବୟାନକୁ ଭିତ୍ତି କରି କିଛି ଘରୋଇ ହସ୍ପିଟାଲକୁ ନୋଟିସ୍ କରିଛି ପୋଲିସ । କାଗଜ ପତ୍ର ଯାଞ୍ଚ ପାଇଁ ପୋଲିସ ଦସ୍ତାବିଜ୍ ମଧ୍ୟ ମାଗିଛି । ରାକେଟର ଅନ୍ୟ ଜଣେ ଦଲାଲ ସଞ୍ଜୟ ଲିଙ୍କ୍ ଥିବା ପୋଲିସ ଜାଣିବାକୁ ପାଇଛି । ଲକ୍ଷ୍ମୀସାଗର ଥାନାରେ କିଡନୀ ଦେବାକୁ କହି ୩ ଲକ୍ଷ ୧୯ ହଜାର ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା ।  କେଉଁଠି କେମିତି କରୁଥିଲେ କିଡନୀ କାରବାର, ରିମାଣ୍ଡରେ ନେଇ ତନାଘନା କରିବ ପୋଲିସ ।

Laxmisagar Police Take Kidney Broker Himansu Nanda In 3 Days Remand

ପୂର୍ବରୁ ନୟାପଲ୍ଲୀ ଥାନା ପୋଲିସ ରିମାଣ୍ଡ ବେଳେ ପାଇଛି ସାଂଘାତିକ ତଥ୍ୟ । ଠକ ହିଂମାଶୁର ଗୁଡ଼ିଆ ପୋଖରୀରେ ଥିବା କାର୍ଯ୍ୟାଳୟରେ ଚଢ଼ାଉ କରି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା । ଏହା ସିହତ ହିଂମାଶୁର ସମ୍ପତ୍ତି ମଧ୍ୟ ଜବତ କରିବ ପୋଲିସ । ଅଭିଯୋଗକାରୀଙ୍କ ବୟାନ ଆଧାରରେ ହିଂମାଶୁ କିଡନୀ ପ୍ରତିରୋପଣ କରାଇଥିବା ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରିବ ପୋଲିସ । ଏବେ ହିମାଂଶୁର ବୟାନକୁ କ୍ରସ୍ ଚେକ କରିବ ଲକ୍ଷ୍ମୀସାଗର ଥାନା ପୋଲିସ । ଭୁବନେଶ୍ବରରେ ଏଯାଏଁ ହିଂମାଶୁ ନାଁରେ ୪ଟି ଥାନାରେ ୩୨ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ରହିଛି । ଲକ୍ଷ୍ମୀସାଗର ପରେ ମଞ୍ଚେଶ୍ୱର ଓ ସହିଦ ନଗର ଥାନା ପୋଲିସ ରିମାଣ୍ଡରେ ନେବାକୁ ସଜବାଜ ହେଉଛି ।

Leave a Reply