ରାଜଧାନୀ ସେରୋ ସର୍ଭେର ଆଜି ଶେଷ ଦିନ, ୫ ଓ୍ୱାର୍ଡରେ ହେବ ରକ୍ତ ନମୁନା ପରୀକ୍ଷା…

ଭୁବନେଶ୍ୱର: ରାଜଧାନୀରେ ସୋରେ ସର୍ଭେର ଆଜି ଶେଷ ଦିନ । ଏହା ୩ୟ ପର୍ଯ୍ୟାୟର ସେରୋ ସର୍ଭେ । ବିଏମସି ୩ ଦିନ ଧରି ଏହି ସର୍ଭେ ଚାଲୁ ରଖିବା ନେଇ ନିଷ୍ପତ୍ତି ନେଇଥିଲା । ପ୍ରଥମ ଦୁଇ ଦିନରେ ଆଶାନୁରୂପକ ସର୍ଭେ ହୋଇ ଥିବା ବେଳେ ଆଜି ୩ୟ ଦିନରେ ବିଏମସି ନିଜ ଧାର୍ଯ୍ୟ ଲକ୍ଷ୍ୟ ନମୁନା ସଂଗ୍ରହ କରିପାରିବ ବୋଲି କହିଛି । ୩ଦିନ ଧରି ହୋଇଥିବା ଏହି ଅଭିଯାନରେ ୨୫ଟି ଓ୍ୱାର୍ଡରୁ ୧୫ଶହ ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ତେବେ ଆଜି ଶେଷ ଦିନରେ ୫ଟି ଓ୍ୱାର୍ଡରେ ହେବ ସୋରେ ସର୍ଭେ । ୫୮ନମ୍ବର ୱାର୍ଡର ରାଜାରାଣୀ କଲୋନୀ , ୬୭ନମ୍ବର ୱାର୍ଡର କପିଳପ୍ରାସଦଜ ବିଡିଏ କଲୋନୀ, ୬୦ନମ୍ବର ୱାର୍ଡର ଗୌରିନଗର, ୬୩ନମ୍ବର ୱାର୍ଡର ଜଗମୋହନ ନଗର ଓ ୬୪ନମ୍ବର ୱାର୍ଡର ପାବଣୀ କମ୍ପ୍ଲେକ୍ସରେ ନମୁନା ସଂଗ୍ରହ ହେବ ।  ଗଲା ୨ ଦିନରେ ୨୦ଟି ଓ୍ୱାର୍ଡରୁ ରକ୍ତ ନମୁନା ପରୀକ୍ଷା ହୋଇଛି । ତେବେ ସେରୋ ସର୍ଭେ ପରେ ରାଜଧାନୀରେ କେତେ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି, ସେନେଇ ସୂଚନା ମିଳିପାରିବ ।

Leave a Reply