୭ ଲକ୍ଷ ଭୂମିହୀନ ଚାଷୀଙ୍କୁ କୃଷି ଋଣ ଦେବେ ରାଜ୍ୟ ସରକାର, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରସଙ୍ଗ….

Landless Farmers to get loans through 'Balaram' yojana.

ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବା ପାଇଁ ରାଜ୍ୟ ସରକାର ଅଭିନବ ପ୍ରୟାସ କରିଛନ୍ତି । ଏଣିକି ବଳରାମ ଯୋଜନା ମାଧ୍ୟମରେ ୭ ଲକ୍ଷ ଭୂମିହୀନ ଚାଷୀ କୃଷି ଋଣ ନେଇ ପାରିବେ  ।  ଏହି ଯୋଜନାରେ ଏକ ହଜାର ୪୦ କୋଟି ଟଙ୍କାର ଋଣ ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି । ଜଏଣ୍ଟ ଲିଆବିଲିଟି ଗ୍ରୁପ ମାଧ୍ୟମରେ ଏହି ଋଣ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଜଣାଇଛନ୍ତି । ତେବେ ରାଜ୍ୟ ଓ ଜିଲ୍ଲା ସ୍ତରରେ ଥିବା ଆତ୍ମା ସଂସ୍ଥା ଏହି କାର୍ଯ୍ୟକ୍ରମର ସଂଯୋଜନା କରିବେ । କୃଷି ସମବାୟ ସଂସ୍ଥା ଓ ବ୍ୟାଙ୍କର ୭ହଜାର ଶାଖାରେ ଋଣ ସୁବିଧା ମିଳିବ । ପ୍ରତି ବ୍ୟାଙ୍କ୍ ବ୍ରାଞ୍ଚକୁ ଚଳିତ ବର୍ଷ ଅତି କମ୍ ରେ ୧୦ଟି ଜେ.ଏଲ୍.ଜିଙ୍କୁ ଋଣ ଦେବା ପାଇଁ କୁହାଯାଇଛି । ଏହା ଫଳରେ ପ୍ରାୟ ୭୦ହଜାର ଗ୍ରୁପ୍ ଚଳିତ ବର୍ଷ କୃଷି ଋଣ  ପାଇ ପାରିବେ । ଗୋଟିଏ ଗ୍ରୁପ୍ ରେ ୫ ଜଣ ଚାଷୀ ରହିବେ ।

Landless Farmers to get loans through 'Balaram' yojana.

ବର୍ଷକୁ ୩.୫ ଲକ୍ଷ ଚାଷୀ ହିସାବରେ ୨ ବର୍ଷ ମଧ୍ୟରେ ପ୍ରାୟ ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବା ପାଇଁ  ଲକ୍ଷ୍ୟ ଧାର୍ଯ୍ୟ  କରାଯାଇଛି । ପ୍ରତି ଗ୍ରୁପ୍ ୧.୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ  ଋଣ ପାଇପାରିବେ । କୃଷକ ସାଥୀ ଏବଂ ଗ୍ରାମ କୃଷି କର୍ମଚାରୀମାନେ ଗ୍ରୁପ୍ ଗଠନ କରି ସେମାନଙ୍କୁ ବ୍ୟାଙ୍କ୍ ମାନଙ୍କ ସହ  ସଂଯୋଜିତ କରିବେ । ଋଣ ଯୋଗାଣ  ଏବଂ ଋଣ ପୈଠ  ଆଦିରେ ସହାୟତା କରିବେ । ଏହି କାର୍ଯ୍ୟ ପାଇଁ ସେମାନଙ୍କୁ ଜିଲ୍ଲାସ୍ତରୀୟ ଆତ୍ମା ସଂସ୍ଥା ମାଧ୍ୟମରେ ପ୍ରୋତ୍ସାହନ  ଦେବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଏହି କ୍ଷେତ୍ରସ୍ତରୀୟ  କର୍ମଚାରୀ ମାନଙ୍କୁ  ସଠିକ୍ ଭାବେ ତାଲିମ୍ ଓ ଅନୁପ୍ରେରଣା  ଦେବା ପାଇଁ  ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ  ନିର୍ଦ୍ଦେଶ  ଦେଇଛନ୍ତି ।

Leave a Reply