ଜମି ଜାଲିଆତିର କେତେ କାହାଣୀ, ପଟିଆରୁ ଅସ୍ତରଙ୍ଗ ହେରଫେରର ଲମ୍ବା ତାଲିକା

ଭୁବନେଶ୍ୱର :   ଖଜୁରୀ ଗଛର କି ଗୁଣ ଗାଇବି । ସେ ତ ମୂଳରୁ ପାହାଚ ପାହାଚ । ଓଡ଼ିଆରେ ବହୁଳ ଭାବେ ବ୍ୟବହୃତ ଏହି  ଋଢି ପ୍ରୟୋଗ ଓଟିଭି କର୍ତ୍ତୃପକ୍ଷଙ୍କ ପାଇଁ ପ୍ରଯୁଜ୍ୟ । ଆଳୁ ଖୋଲୁ ଖୋଳୁ ମହାଦେବ ପରି ପଦାକୁ ଆସୁଛି ଓଟିଭିର ଗୋଟିଏ ପରେ ଗୋଟିଏ ଜମି କେଳେଙ୍କାରୀ । କେତେବେଳେ ଏକାମ୍ରକ୍ଷେତ୍ରରେ ଜମି ଜାଲିଆତି ତ କେତେବେଳେ ପୂଣ୍ୟଭୂମି ଶ୍ରୀକ୍ଷେତ୍ରରେ । ସତେ ଯେମିତି ଚଞ୍ଚକତାର ସବୁ ସୀମା ପାର କରି କେତେବେଳେ ଦଳିତଙ୍କର ତ ଆଉ କେତେବେଳେ ସରକାରୀ ଜମିକୁ ହଡପ କରିଥିଲେ ପଣ୍ଡା ଦମ୍ପତି । ସାରୁଅ ପରେ ରାଜଧାନୀରେ ଆଉ ଏବେ ଅସ୍ତରଙ୍ଗର ମଧ୍ୟ ହୋଇଛି ଜମି କେଳେଙ୍କାରୀ ।

ନିଜ କର୍ମଚାରୀଙ୍କୁ ବ୍ୟବହାର କରି ସେମାନଙ୍କ ପ୍ରତି ହୋଇଛି ବିଶ୍ୱାସଘାତକତା । ନିରୀହ କର୍ମଚାରୀ ଏବେ ଜେଲରେ, ହେଲେ ଗଣମାଧ୍ୟମକୁ ଢାଲ କରି ଖସିବାକୁ ଅପଚେଷ୍ଟା ଚଳାଇଛନ୍ତି ମାଲିକ । ସେପଟେ ରାଜଧାନୀର ଛାତି ଉପରେ ପଟିଆରେ ନିର୍ମାଣ ହୋଇଥିବା ଓଟିଭି କାର୍ଯ୍ୟାଳୟ ଜମିରେ ମଧ୍ୟ ହୋଇଛି ଜବରଦଖଲ ।  ମିଳିତ ସର୍ଭେରେ ଏସବୁ ଜଣାପଡିବା ପରେ ଅଗତ୍ୟା ଓଟିଭି ଅଦାଲତର ଦ୍ୱାରସ୍ଥ ହୋଇଛି  । ଇଡକୋ ମଧ୍ୟ ଏ ସଂପର୍କରେ ଅଦାଲତରେ ଫେରାଦ ହୋଇଛି  ।  ସବୁଠାରୁ ବଡ କଥା ନିଜ ସ୍ୱାର୍ଥ ହାସଲ ପାଇଁ ମାଲିକଙ୍କ କର୍ମଚାରୀଙ୍କ ପ୍ରତି ବିଶ୍ୱାସଘାତକତାକୁ ସମସ୍ତେ ନିନ୍ଦା କରିଛନ୍ତି ।

Leave a Reply