ରାଜଧାନୀ ଟାଉନ ପ୍ଲାନିଂ ଯୋଜନାରେ ଜମି ମାଲିକଙ୍କୁ ମିଳିବ ପଟ୍ଟା

TOWN PLANNING4

ଭୁବନେଶ୍ୱର: ଭୁବନେଶ୍ୱରର ବହୁ ପ୍ରତୀକ୍ଷିତ ଟାଉନ ପ୍ଲାନିଂ ଯୋଜନାରେ ଗୁରୁବାର ଜମି ମାଲିକଙ୍କୁ ପଟ୍ଟା ଆବଣ୍ଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଜଣ ଜମି ମାଲିକଙ୍କୁ ପଟ୍ଟା ବଣ୍ଟନ କରିବେ । ଏହାପରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବାକି ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରିବେ ।

ପ୍ରଥମ ପର୍ଯ୍ୟାୟରେ ଟିପି ସ୍କିମରେ ସହଜପୁରର ୩୫୮ ଜଣଙ୍କୁ ପଟ୍ଟା ଦିଆଯିବ । ୬ ମାସ ତଳୁ ବିଡିଏ ଡ୍ରାଫ୍ଟ ପଟ୍ଟା ଭୁଲେଖ ୱେବ୍‌ସାଇଟ୍‌ରେ ଛାଡିଥିଲେ ମଧ୍ୟ କରୋନା ପାଇଁ କାର୍ଯ୍ୟ ବିଳମ୍ବ ହୋଇଥିଲା । ଭୁବନେଶ୍ୱର ଉପକଣ୍ଠରେ ଥିବା ୫୮ ଟି ରାଜସ୍ୱ ଗ୍ରାମରେ ୪୫ ଟି ଟାଉନ ପ୍ଲାନିଂ ସ୍କିମ ପ୍ରସ୍ତାବ ରହିଛି । ସେହିପରି ବିଭିନ୍ନ ସ୍କିମକୁ ୬୫ କିମିର ଏକ ରିଂ ରୋଡ଼ ସଂଯୋଗ କରିବ । ସ୍କିମ ୧ ରେ ୭୪୬. ୭୦ ଏକର ଜମି ଥିବାବେଳେ ଏଥରୁ ପାଇକରାପୁର ର ୩୧୭. ୯୩ ଜମିରେ ପ୍ରଥମ ପର୍ଯ୍ୟାୟରେ ଉନ୍ନତିକରଣ ହୋଇଛି । ପାଇଲଟ ପ୍ରକଳ୍ପ ଭାବେ ପ୍ରଥମେ ୧୪୫ ଏକର ଜମିକୁ ଫୋକସ ରେ ରଖି ଉନ୍ନତିକରଣ କରାଯାଇଛି ।

ତେବେ ଟାଉନ ପ୍ଲାନିଂ ସ୍କିମକୁ ନେଇ ପୂର୍ବରୁ ଥିବା ବିବାଦ ଦୂର ହୋଇଛି । ସ୍କିମ ଅନୁଯାୟୀ ମୂଳ ଜମିର ନକ୍ସାରେ ପରିବର୍ତ୍ତନ ହୋଇଛି । ମୂଳ ପ୍ଲଟ ୬୦ ପ୍ରତିଶତ ଜମି ଲୋକଙ୍କୁ ଫେରସ୍ତ ମିଳୁଥିବା ବେଳେ ୪୦ ପ୍ରତିଶତ ଜମି ରାସ୍ତା, ପ୍ଲଟ ପୃଥକୀକରଣ, ଜଳ ଯୋଗାଣ, ପାର୍କ, ମେଡ଼ିକାଲ, ସ୍ୱରେଜ, ବର୍ଷା ଜଳ ନିଷ୍କାସନ ଓ ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିବା ପାଇଁ ବ୍ୟବହାର କରାଯିବ । ପ୍ଲଟ୍‌ ବଣ୍ଟନ ହେବା ପୂର୍ବରୁ ଏଠାରେ ଧୃତ ଗତିରେ ସ୍ୱେରେଜ ପ୍ଲାଣ୍ଟ କାମ ଚାଲିଥିବା ଦେଖାଯାଇଛି । ଲୋକଙ୍କ ମନରେ ଏହି ସ୍କିମକୁ ନେଇ ଉତ୍ସହ ଥିବାବେଳେ ଖୁବଶୀଘ୍ର ଏହି କାମ ସରିବା ସହିତ ରାଜଧାନୀ ବାସୀଙ୍କୁ ଏକ ସୁନ୍ଦର ସହର ପ୍ରଦାନରେ ବିଡିଏ ସହାୟକ ହେବ ବୋଲି କହିଛନ୍ତି ଟାଉନ ପ୍ଲାନର ।

ଅନ୍ୟପଟେ ରାଜଧାନୀରେ ନୂଆବର୍ଷରୁ ନୂଆ ଆକ୍ସନ ପ୍ଲାନ୍ । ଜାନୁଆରୀ ପହିଲାରୁ ରାଜଧାନୀରେ କାର୍ଯ୍ୟକାରୀ ହେବ ମଡେଲ ରୋଡ୍ କଟିଙ୍ଗ ସିଷ୍ଟମ୍ । ସୁଧୁରିବ ରାଜଧାନୀର ରାସ୍ତା ସମସ୍ୟା । ଏଣିକି ମନଇଚ୍ଛା ଖୋଳି ହେବନି ରାସ୍ତାଘାଟ । ଖୋଳିବାକୁ ଥିଲେ ଅନଲାଇନରେ କରିବାକୁ ହେବ ଆବେଦନ ।

ରାଜଧାନୀର ରାସ୍ତାରେ ଦେଖାଯାଉଥିବା ଖାଲଖମାକୁ ତଦାରଖ କରିବ ସ୍ୱତନ୍ତ୍ର ଟିମ୍‌ । ସବୁ ୱାର୍ଡରେ ଏହି ଟିମ୍‌ ନଜର ରଖିବା ସହ ରାସ୍ତା ସମସ୍ୟା ଥିଲେ ତୁରନ୍ତ ସମାଧାନ କରିବ । ବିଏମସି, ପୂର୍ତ୍ତବିଭାଗ, ଜଳ ଯୋଗାଣ, ଟେଲିଫୋନ୍ ସେବା, ସ୍ୱେରେଜ୍, ବିଦ୍ୟୁତ୍ ଆଦି ବିଭାଗକୁ ନେଇ ମିଳିତ ଭାବେ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରାଯାଉଛି ।

Leave a Reply