ରାଜ୍ୟ ଚାରୁ କଳା ପୁରଷ୍କାର ପାଇଁ ଲଳିତ କଳା ଏକାଡେମୀ ପକ୍ଷରୁ ନାଁ ଘୋଷଣା

charu kala Puraskar

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ରାଜ୍ୟ ଚାରୁ କଳା ପୁରଷ୍କାର ପ୍ରଦାନ ପାଇଁ ନାଁ ଘୋଷଣା କରାଯାଇଛି । ଏହା ଲଳିତ କଳା ଏକାଡେମୀ (ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ)ର ୩୯ ତମ ଚାରୁ କଳା ପୁରଷ୍କାର ଘୋଷା । ଏହି ତାଲିକାରେ ୮ଜଣଙ୍କ ନାଁ ସ୍ଥାନ ପାଇଛି ।

ଚଳିତ ବର୍ଷ ୩୯ ତମ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ ନିମନ୍ତେ ଓଡ଼ିଶାର ୫୧୫ ଜଣ ଶିଳ୍ପୀ ମାନଙ୍କଠାରୁ ୮୨୯ଟି ଫଟୋଗ୍ରାଫ୍‌ ଗ୍ରହଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ପ୍ରଥମ ପର୍ଯ୍ୟାୟ ବିଚାରକ ମଣ୍ଡଳିଙ୍କ ସୁପାରିଶ ଅନୁସାରେ ୨୩୭ ଜଣ ଶିଳ୍ପୀ ସେମାନଙ୍କର କଳାକୃତି ଏକାଡେମୀ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ବିଚାରକ ମଣ୍ଡଳି ସେମାନଙ୍କ ମଧ୍ୟରୁ ୮ ଜଣ ଶିଳ୍ପୀଙ୍କୁ ସେମାନଙ୍କର ଶ୍ରେଷ୍ଠକୃତି ପାଇଁ ପୁରଷ୍କାର ନିମନ୍ତେ ସୁପାରିଶ କରିଥିଲେ ।

charu kala Puraskar

ସେମାନେ ହେଲେ ଭାଷ୍କର୍ଯ୍ୟରେ ବିଶ୍ୱରଞ୍ଜନ କର ଏବଂ ସୁଧିରଞ୍ଜନ ମହାରଥୀ, ମୁଦ୍ରଣ କଳାରେ ସୁଜିତ କୁମାର ସ୍ୱାଇଁ, ଡ୍ରଇଂରେ ବିକାଶ ଚନ୍ଦ୍ର ସେନାପତି, ଜଳରଙ୍ଗରେ ସୂର୍ଯ୍ୟକାନ୍ତ ସ୍ୱାଇଁ, ଚିତ୍ରରେ ଅନୁପ କୁମାର ଚାନ୍ଦ ଓ ଜ୍ୟୋତି ପ୍ରକାଶ ସେଠୀ, ସେହିଭଳି ପାରମ୍ପରିକ ଚିତ୍ରରେ ପ୍ରମୋଦ କୁମାର ମହାରଣା ।

ଚଳିତମାସ ଶେଷ ସୁଦ୍ଧା ଏକ ସ୍ୱତନ୍ତ୍ର ଉତ୍ସବରେ ପୁରଷ୍କୃତ ଶିଳ୍ପୀମାନଙ୍କୁ ୨ଲକ୍ଷ ଟଙ୍କା ପୁରଷ୍କାର ରାଶି, ତାମ୍ର ଫଳକ, ପ୍ରମାଣ ପତ୍ର ଓ ଉପଢ଼ୌକନ୍‌ ପ୍ରଦାନ କରି ସମ୍ମାନିତ କରାଯିବ ।

Leave a Reply