ଲଦାଖରେ ଚୀନ୍ ପଛକୁ ହଟିବା ପଛରେ NSA ଅଜିତ୍ ଡୋଭାଲ !

1 min read

ନୂଆଦିଲ୍ଲୀ: ଲଦାଖର ଗଲବାନ ଘାଟିରେ ଚୀନ ସେନା ପଛକୁ ହଟିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ସବୁଠାରୁ ମଜଭୁତ କୂଟନୈତିକ ଅସ୍ତ୍ର ପ୍ରୟୋଗ କରିଥିଲେ । କେନ୍ଦ୍ର ସରକାର ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍ ଡୋଭାଲଙ୍କୁ ରଣନୀତିରେ ସାମଲି କରିଥିଲେ । ଡୋଭାଲ ରବିବାର ପାଖାପାଖି ୨ ଘଣ୍ଟା ଚୀନର ୱାଂଗ ୟିଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ । ଭାରତର କଡ଼ା ଆଭିମୁଖ୍ୟ ଆଗରେ ଚୀନ ପାଖରେ ପଛକୁ ହଟିବା ଛଡ଼ା ଅନ୍ୟ କିଛି ବିକଳ୍ପ ନଥିଲା । ଭାରତ ଡ୍ରାଗନକୁ ଚାରିପଟୁ ଘେରିବା ସହ ୫୯ଟି ଚାଇନିଜ୍ ଆପ୍ ବ୍ୟାନ କରିଥିଲା । ଯେଉଁଥି ଯୋଗୁଁ ଦୋହଲି ଯାଇଥିଲା ବେଜିଂ । ଡୋଭାଲଙ୍କ ଆଲୋଚନା ପରେ ଚୀନ୍ ଗଲବାନରେ ଉତ୍ତେଜନା ହ୍ରାସ ଦିଗରେ ସହମତି ପ୍ରକାଶ କରିଥିଲା ।

ଡୋଭାଲଙ୍କ ରଣନୀତିରେ ନଇଁଲା ଚୀନ

ଡୋଭାଲ ୱାଂଗ ୟିଙ୍କ ସହିତ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଲଦାଖ ସୀମାରେ ଉଭୟ ପକ୍ଷର ସୈନିକ ପଛକୁ ହଟିବା ପଛର କାରଣ ଏହି ଆଲୋଚନା । ଗଲବାନ ଘାଟିରେ ଜୁନ୍ ୧୫ରେ ଉଭୟ ପକ୍ଷ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଯେଉଁଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ଚୀନର ୪୦ ଜଣ ଯବାନ ନିହତ ହୋଇଥିଲେ । ଡୋଭାଲଙ୍କ କଥାବାର୍ତ୍ତା ପରେ ଚୀନ ସୈନିକ ଗଲବାନ ଘାଟିର ସଂଘର୍ଷ ସ୍ଥାନରୁ ୧.୫ କିଲୋମିଟର ପଛକୁ ହଟିଛି । ଏହା ପୂର୍ବରୁ ଉତ୍ତେଜନା କମ୍ ପାଇଁ ଦୁଇ ଦେଶ ମଧ୍ୟରେ ଏକାଧିକ ଥର କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା ।

LAC-1200-3

ଆଉଥରେ ହେବନି ତ ଉତ୍ତେଜନା ?

ଭିଡିଓ କଲିଂରେ ଡୋଭାଲ୍ ଚୀନର ବୈଦେଶିକ ମନ୍ତ୍ରୀ ଓ ଷ୍ଟେଟ୍ କାଉନ୍ସିଲର ୱାଂଗ ୟିଙ୍କ ସହ ଆଲୋଚନା କରିଥିଲେ । ଉଭୟ ପକ୍ଷ ଆଲୋଚନାକୁ ସଫଳ ବୋଲି କହିଛନ୍ତି । ଦୁଇ ଦେଶ ଭବିଷ୍ୟତରେ ଗଲବାନ ଘାଟିରେ ଯେଭଳି ପୁନର୍ବାର ଏମିତି ଉତ୍ତେଜନା ନ ଉପୁଜେ ସେନେଇ ଆଲୋଚନା କରିଛନ୍ତି । ଶାନ୍ତି ବଜାୟ ରଖିବା ଦିଗରେ କଥାବାର୍ତ୍ତା କରିଛନ୍ତି ।

LAC-1200-3

ବିବାଦୀୟ କ୍ଷେତ୍ରରୁ ସେନା ହଟାଇବାକୁ ସହମତି

ଆଲୋଚନାରେ ଉଭୟ ପକ୍ଷ ଯଥାଶୀଘ୍ର ବିବାଦୀୟ ସ୍ଥାନରୁ ସେନାକୁ ପଛକୁ ନେବା ପାଇଁ ଓ ଶାନ୍ତି ବଜାୟ ରଖିବା ପାଇଁ କଥା ହୋଇଥିଲେ । ଏଥିପାଇଁ ଉଭୟ ଦେଶ ବାସ୍ତବିକ ସୀମା ରେଖା (LAC) ନିକଟରେ ଥିବା ସେନାକୁ ଫେରାଇ ନେବାକୁ ରାଜି ହୋଇଥିଲେ । ଉଭୟ ଭାରତ ଓ ଚୀନ ସେନା ସୀମାରୁ ପଛକୁ ହଟାଇବା ଓ LAC ଉଲ୍ଲଂଘନ କରିବେ ନାହିଁ ସହମତି ପ୍ରକାଶ କରିଥିଲେ ।

India and China Tension: କାମଦେଲା ଭାରତ ଚାପ,ଦେଢ କିଲୋମିଟର ପଛକୁ ହଟିଲା ଚୀନ୍ !

Leave a Reply