ସୀମାରେ ଭାରତୀୟ ସେନାକୁ ବଡ଼ ସଫଳତା, ୬ଟି ବଡ଼ ପାହାଡ଼ ଏବେ ଯବାନଙ୍କ କବ୍‌ଜାରେ

1 min read
Indian-Army

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ବିବାଦୀୟ ସ୍ଥିତି ଭିତରେ ଭାରତୀୟ ସେନାଙ୍କୁ ମିଳିଛି ବଡ଼ ସଫଳତା । ଛଅଟି ବଡ଼ ବଡ଼ ପାହାଡ ଏବେ କବ୍‌ଜା କରିଛି ଭାରତୀୟ ସେନା । ଗତ ୨୦ ଦିନ ମଧ୍ୟରେ ଏହି ସଫଳତା ହାସଲ କରିଛି ଭାରତୀୟ ସେନା । ଚୀନ ସେନା ଉପରେ ଚାପ ପକାଇବା ପାଇଁ ଭାରତୀୟ ସେନା ଏବେ ଆକସନ୍ ମୋଡ୍‌କୁ ଆସିଛି । ସେନାର ସୂଚନା ଅନୁଯାୟୀ ମଗର ହିଲ୍, ଗୁରଙ୍ଗ ହିଲ୍, ରେଜାଙ୍ଗ ଲା ରାଚନା ହିଲ୍, ମୋଖପାରୀ ଓ ଫିଙ୍ଗର ଫୋର୍ ଅଞ୍ଚଳର ଅନେକ ସ୍ଥାନକୁ କବ୍‌ଜା କରି ନେଇଛନ୍ତି ଭାରତୀ ଯବାନ ।

ଏହି ଉଚ୍ଚ ପାହାଡ଼ LACର ଦକ୍ଷିଣରୁ ଉତ୍ତର ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଛି । ଭାରତ ଏହି ଉଚ୍ଚ ପାହାଡ଼ କବ୍‌ଜା କରି PLA ଉପରେ ଭାରି ପଡ଼ିଛି । ଗତ କିଛି ଦିନ ଧରି ସୀମାରେ ଭାରତ ଓ ଚୀନ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଥିବାବେଳେ ଭାରତୀୟ ସେନା ଚୀନ୍‌କୁ ଉଚିତ୍‌ ଜବାବ ଦେଉଛି । ସ୍ଥିତି ଏଭଳି ହୋଇଛି ଯେ ଉଭୟ ସେନା ପକ୍ଷରୁ ସୀମାରେ ଅଧିକ ସୈନ୍ୟ ମୁତୟନ ସହ ଅଧିକ ଅସ୍ତ୍ରଶସ୍ତ୍ର ଠୁଳ କରାଯାଉଛି । ସୀମା ସମସ୍ୟାର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ସବୁ ସ୍ତରରେ ଆଲୋଚନା ଚାଲିଥିବା ବେଳେ କିଛି ସୁଫଳ ମିଳୁନାହିଁ ।

Leave a Reply