LACର ପ୍ୟାଙ୍ଗଗରେ ପୁଣି ଶକ୍ତି ବଢ଼ାଇଲା ଚୀନ, ଅତିରିକ୍ତ ସେନା ଓ ବୋଟ୍ ମୁତୟନ

1 min read

ନୂଆଦିଲ୍ଲୀ: ବାସ୍ତବ ନିୟନ୍ତ୍ରଣ ରେଖା (LAC)ରେ ପୁଣି ଥରେ ଚୀନର ଆଉ ଏକ ଚାଲାକି ଧରା ପଡ଼ିଯାଇଛି । ଉଭୟ ଦେଶର ସୈନ୍ୟ ଏଲଏସିରୁ ପଛକୁ ହଟୁଥିବା ବେଳେ ପ୍ୟାଙ୍ଗଗ ହ୍ରଦରେ ଚୀନ ସାମରିକ ଶକ୍ତି ବୃଦ୍ଧି କରୁଛି । ୧୪ ଜୁଲାଇରେ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ପରେ ଚୀନ ଅତିରିକ୍ତ ବୋଟ୍ ଓ ସେନା ପ୍ୟାଙ୍ଗଗରେ ମୁତୟନ କରି ବିବାଦୀୟ କ୍ଷେତ୍ରରେ ଚୀନ ଶକ୍ତି ବଢ଼ାଉଛି ।

ପ୍ୟାଙ୍ଗଗ୍ ହ୍ରଦରେ ଚୀନ ନୂଆ କ୍ୟାମ୍ପସ୍ ତିଆରି ଆରମ୍ଭ କରିଛି । କୁହାଯାଉଛି ଏହି କ୍ୟାମ୍ପରେ ଅତିରିକ୍ତ ସେନାକୁ ଚୀନ ମୁତୟନ ରଖିଛି । ଏଥିସହ ପ୍ୟାଙ୍ଗଗ୍ ହ୍ରଦରେ ବୋଟ ମୁତୟନ କରିଛି ଡ୍ରାଗନ୍ । ଚୀନର ଏହି ନୂଆ ଚାଲ୍ ସାଟେଲାଇଟରେ କଏଦ ହୋଇଯାଇଛି । ସାଟେଲାଇଟ୍ ଇମେଜରେ ଦେଖାଯାଉଛି କି ଚୀନ ପ୍ୟାଙ୍ଗଗ୍ ହ୍ରଦ ଅଞ୍ଚଳରେ ନିଜକ ଶକ୍ତି ବଢ଼ାଉଛି ।

୨୯ ଜୁଲାଇକୁ ନିଆଯାଇଥିବା ସାଟେଲାଇଟ୍ ଚିତ୍ରକୁ ଦେଖିଲେ ଜଣାପଡ଼ୁଛି ଚୀନା ସେନା ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ)ର ନୌସେନା ଫିଙ୍ଗର-୫ ଓ ଫିଙ୍ଗର-୬ରେ ମୁତୟନ ରହିଛି । ଫିଙ୍ଗର-୫ରେ ପିଏଲଏର ତିନୋଟି ବୋଟ୍ ମୁତୟନ କରାଯାଇଥିବା ବେଳେ ଫିଙ୍ଗର-୬ରେ ୧୦ଟି ବୋଟ ଦେଖିବାକୁ ମିଳିଛ । ପ୍ରତି ବୋଟରେ ୧୦ ଜଣ ଯବାନ ଥିବା ଦେଖିବାକୁ ମିଳୁଛି । ଅର୍ଥାତ୍ ଫିଙ୍ଗର-୪ ନିକଟରେ ୧୩୦ ଯବାନ ମୁତୟନ ଅଛନ୍ତି ।

ପୂର୍ବରୁ ୧୫ ଜୁନକୁ ସାଟେଲାଇଟ୍ ଫଟୋରେ ଫିଙ୍ଗର-୬ରେ ପିଏଲଏର ୮ଟି ବୋଟ୍ ଥିବା ଦେଖିବାକୁ ମିଳିଥିଲା । ଯାହା ଏବେ ବୃଦ୍ଧି ପାଇଁ ୧୦ରେ ପହଞ୍ଚିଛି । ସାଟେଲାଇଟ୍ ଇମେଜରେ ଫିଙ୍ଗର-୫ରେ ନୌସେନାର ବେସ୍ ଦେଖିବାକୁ ମିଳିଥିଲା । ଯେଉଁଥିରେ ୪୦ଟି କ୍ୟାମ୍ପ ରହିଛି । ଜୁଲାଇ ୨୯ରେ ମିଳିଥିବା ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ୁଛି ଚୀନ ନିଜ ଶକ୍ତି ବଢ଼ାଉଛି ।

ସାଟେଲାଇଟ୍ ଇମେଜରେ ୪୦ ପ୍ରିଫୈବ୍ୟାରିକେଟେଡ କ୍ୟାମ୍ପ ଓ ପାଖାପାଖି ୧୫ଟି ଟେଣ୍ଟ ଦେଖାଯାଉଛି । ଏହାବାଦ୍ ସେଠାରେ ଚାରୋଟି ଅତିରିକ୍ତ ଟେଣ୍ଟ ରହିଛି । ଯାହାକି ବୋଟର କ୍ୟୁ ମେମ୍ବରଙ୍କ ପାଇଁ ତିଆରି ହୋଇଛି । ପ୍ରିଫୈବ୍ୟାରିକେଟେଡ କ୍ୟାମ୍ପରୁ ଜଣାପଡ଼ୁଛି ଆଗକୁ ଶୀତ ଋତୁ ଥିବାରୁ ଡ୍ରାଗନ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଟେଣ୍ଟ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବା ଚୀନ ପ୍ୟାଙ୍ଗଗରୁ ପଛକୁ ହଟିବା ମୁଡରେ ନଥିବା ସୂଚାଉଛି ।

ତେବେ, କୋର କମାଣ୍ଡର ସ୍ତରୀୟ ଚତୁର୍ଥ ବୈଠକର ପରଦିନ ଅର୍ଥାତ୍ ଜୁଲାଇ ୧୫କୁ ଚୀନ ସେନା ଫିଙ୍ଗର-୪ରୁ ପଛକୁ ହଟି ଫିଙ୍ଗର-୫କୁ ଯାଇଛିଲା । କିନ୍ତୁ ସେଠାରୁ ସେ ଫିଙ୍ଗର-୫ରୁ ଫିଙ୍ଗର-୮ ଯାଏ ନିଜ ଶକ୍ତି ବଢ଼ାଇ ଚାଲିଛି । ଭାରତୀୟ ସେନାର କହିବା ଅନୁଯାୟୀ ଏଲଏସି ଫିଙ୍ଗର-୮ ଦେଇ ଯାଉଛି ।

Leave a Reply