ପୁଅ ଜାନ୍‌ ସହ ସଂପର୍କ ରଖିନାହାନ୍ତି କୁମାର ସାନୁ, ଏହି ଅଭିନେତ୍ରୀଙ୍କ ସହ ଅଫେୟାର ଥିବା ଚର୍ଚ୍ଚା

1 min read

ନୂଆଦିଲ୍ଲୀ: ନବେ ଦଶକରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବଲିଉଡରେ କେଦାରନାଥ ଭଟ୍ଟାଚାର୍ଯ୍ୟ ଓରଫ କୁମାର ସାନୁଙ୍କ ସଙ୍ଗୀତର ଯାଦୁ ଛାଇ ରହିଛି । ସେ ସମୟରେ ଦର୍ଶକ କୁମାର ସାନୁଙ୍କ ସଙ୍ଗୀତଙ୍କୁ ଖୁବ ପସନ୍ଦ କରୁଥିଲେ । କେବଳ ସେତିକି ନୁହେଁ ଗୋଟିଏ ଦିନରେ ସର୍ବାଧିକ ୨୮ ଟି ଗୀତ ରେକର୍ଡ କରି ସାନୁ ଗିନିସ ୱାର୍ଲଡ ରେକର୍ଡ ମଧ୍ୟ କରିଛନ୍ତି । କିନ୍ତୁ କୁମାର ସାନୁ ନିଜ ସଙ୍ଗୀତ କ୍ୟାରିୟର ସହିତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଖୁବ ଚର୍ଚ୍ଚା ସାଉଁଣ୍ଟିଥିଲେ ।

୮୦ ଏବଂ ୯୦ ଦଶକରେ ଫିଲ୍ମ ପରଦାରେ ରାଜ କରୁଥିବା ମୀନାକ୍ଷୀ ଶୋଷାନ୍ଦ୍ରି ସମସ୍ତଙ୍କ ହୃଦୟରେ ରାଜ କରୁଥିଲେ । ଦିନ ଥିଲା କୁମାର ସାନୁ ଏବଂ ମୀନାକ୍ଷୀଙ୍କ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚା ହେଉଥିଲା । ୧୯୮୩ ମସିହାରେ ଫିଲ୍ମ ଦୁନିଆରେ ପାଦ ରଖିଥିବା ମୀନାକ୍ଷୀ ଦର୍ଶକଙ୍କୁ ଅନେକ ହିଟ ଫିଲ୍ମ ଭେଟି ଦେଇଛନ୍ତି । ସେ ଅନେକ ଆୱାର୍ଡ ମଧ୍ୟ ଜିତିଛନ୍ତି । ଦର୍ଶକ ଯେ କେବଳ ମୀନାକ୍ଷୀଙ୍କ ସୌନ୍ଦ୍ୟର୍ଯ୍ୟ ପ୍ରତି ଆକର୍ଷିତ ଥିଲେ ତା ନୁହେଁ ବରଂ ତାଙ୍କ ଅଭିନୟ ଏବଂ ଭାବଢଙ୍ଗୀକୁ ବିଭିନ୍ନ ମହଲରେ ଖୁବ ପସନ୍ଦ କରାଯାଉଥିଲା ।  ସେହି ସମୟରେ ମୀନାକ୍ଷୀଙ୍କ ନାଆ କୁମାର ସାନୁଙ୍କ ସହ ଯୋଡ଼ାଯାଉଥିଲା ।

କେବଳ ସେତିକି ନୁହେଁ, ଚର୍ଚ୍ଚା ଥିଲା ଯେ ମାନାକ୍ଷୀ ଏବଂ କୁମାର ସାନୁ ପରସ୍ପରକୁ ଖୁବ ଭଲ ପାଉଥିଲେ ଏବଂ ଏହି କାରଣରୁ କୁମାର ସାନୁ ନିଜ ପ୍ରଥମ ସ୍ତ୍ରୀ ରିଟା ଭଟ୍ଟାଚାର୍ଯ୍ୟଙ୍କୁ ଛାଡ଼ପତ୍ର ମଧ୍ୟ ଦେଇଥିଲେ । ଦୁହିଁଙ୍କ ପରିଚୟ ପ୍ରଥମ ଥର ମହେଶ ଭଟ୍ଟଙ୍କ ଫିଲ୍ମ ଜୁର୍ମରେ ହୋଇଥିଲା ।

କଥା ସେତେବେଳେ ବିଗିଡ଼ିଲା ଯେତେବେଳେ କୁମାରଙ୍କ ସ୍ତ୍ରୀ ଏହି ସବୁ ବିଷୟରେ ଜାଣିବାକୁ ପାଇଲେ ଏବଂ ସେ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଲେ । ନିଜ ଛାଡ଼ପତ୍ର ପାଇଁ ସେ ମାନାକ୍ଷାଙ୍କୁ ଦାୟୀ କରିଥିଲେ । ଏ ସମସ୍ତ ଘଟଣାରେ କିନ୍ତୁ ମାନୀକ୍ଷା କୌଣସି ମତ ପ୍ରକାଶ କରିନଥିଲେ ।  ଯାହା ନିଆରେ ଘିଅ ଢ଼ାଳିବାର କାମ କରିଥିଲା ।

ଅବଶ୍ୟ ପରବର୍ତ୍ତୀ ସମୟରେ କୁମାର ସାନୁଙ୍କ ଜୀବନରୁ ମୀନାକ୍ଷୀ ଚାଲିଯାଇଥିଲେ । ସେ ହଠାତ ଫିଲ୍ମ ଦୁନିଆରୁ ବିଦାୟ ନେଇ ୧୯୯୭ରେ ଜଣେ ଇନଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କୁ ବିବାହ କରିଥିଲେ । ଏହାପରେ କୁମାର ସାନୁ ବିକାନେରର ସଲୋନୀ ଭଟ୍ଟାଚାର୍ଯ୍ୟଙ୍କୁ ବିବାହ କରିଥିଲେ । ସଲୋନୀ ଏବଂ କୁମାରଙ୍କର ଦୁଇଟି କନ୍ୟା ସନ୍ତାନ ମଧ୍ୟ ରହିଛି ।

ଏହା ମଧ୍ୟ ଚର୍ଚ୍ଚା ଥିଲା ଯେ କୁମାର ସାନୁ ମୀନାକ୍ଷୀଙ୍କ ପୂର୍ବରୁ କୁନିକା ଲାଲ ନାମକ ଜଣେ ଅଭିନେତ୍ରୀଙ୍କୁ ଡେଟ କରୁଥିଲେ । କୁମାରଙ୍କ ପ୍ରଥମ ସ୍ତ୍ରୀଙ୍କ କହିବା ଅନୁଯାୟୀ, କୁମାରଙ୍କ ସେକ୍ରେଟାରୀ ତାଙ୍କୁ କହିଥିଲେ ଯେ, କୁମାରଙ୍କ ଏକାଧିକ ଗର୍ଲଫ୍ରେଣ୍ଡ ଅଛନ୍ତି । ସୂଚନା ଅନୁଯାୟୀ ପ୍ରଥମ ସ୍ତ୍ରୀ ରିଟା ସହିତ କୁମାରଙ୍କର ଦୁଇଟି ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ ଜିକୋ ଏବଂ ଜାନ ।

ତେବେ କୁମାର ସାନୁ ବର୍ତ୍ତମାନ ନିଜ ବୈବାହିକ ଜୀବନରେ ଖୁସିରେ ଅଛନ୍ତି । ତାଙ୍କ ବଡ଼ ଝିଅ ସୌନନ ମଧ୍ୟ ଗାୟିକା ହେବାରେ ରୁଚି ରଖନ୍ତି । କୁମାର ସାନୁ ନିକଟରେ ନିଜ ପୁଅ ଜାନ କୁମାରଙ୍କ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଜାନ ମରାଠୀ ଭାଷା ବିଷୟରେ ଖରାପ ମନ୍ତବ୍ୟ ଦେଇଥିଲେ, ଯେଉଁ କାରଣରୁ MNS କ୍ଷୋଭ ପ୍ରକାଶ କରିଥିଲା ।

Leave a Reply