ନେପାଳ ପ୍ରଧାନମନ୍ତ୍ରୀଙ୍କ ଦାବି- ‘ଭାରତରେ ନକଲି ଅଯୋଧ୍ୟା, ନେପାଳରେ ଅସଲି’

1 min read

କାଠମାଣ୍ଡୁ: ସୀମା ପରେ ସଂସ୍କୃତିକୁ ନେଇ ରାଜନୀତି । ଆସନ ଟଳମଳକୁ ନେଇ ବିଚଳିତ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ପୁଣି ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି । ପ୍ରଭୁ ରାମଙ୍କ ଜନ୍ମଭୂମିକୁ ନେଇ ଓଲି ରଖିଥିବା ମତର ମୁଣ୍ଡ ଅଛି ନା ପାଦ । ସେ ଅଯୋଧ୍ୟା ଭାରତରେ ନଥିବା କହିଛନ୍ତି । ଭାରତରେ ଥିବା ଅଯୋଧ୍ୟା ହେଉଛି ନକଲି । ନେପାଳରେ ଥିବା ଅଯୋଧ୍ୟାକୁ ଅସଲି ବୋଲି ଓଲି କହିଛନ୍ତି । ଭାରତ ସାଂସ୍କୃତିକ ଭାବେ କାଉଣ୍ଟର କରିବାକୁ ନକଲି ଅଯୋଧ୍ୟାର ନିର୍ମାଣ କରିଛି ଯେତେବେଲେ କି ଅସଲି ବା ପ୍ରକୃତ ଅଯୋଧ୍ୟା ନେପାଳରେ ଅଛି ବୋଲି ମତ ରଖିଛନ୍ତି ଓଲି ।

କବି ଭାନୁଭକ୍ତ ଆଚାର୍ଯ୍ୟଙ୍କ ଜୟନ୍ତ୍ରୀ ଅବସରରେ ଓଲି ନେପାଳ ଉପରେ ସାଂସ୍କୃତିକ ରୂପରେ ଅତ୍ୟାଚାର କରାଯାଇଥିବା କହିଛନ୍ତି । ଐତିହାସିକ ତଥ୍ୟକୁ ମଧ୍ୟ ଏପେଟ ସେପଟ କରାଯାଇଛି । ଓଲି କହିଛନ୍ତି- ଆମେ ଭାରତ ସ୍ଥିତ ଅଯୋଧ୍ୟାର ରାଜକୁମାରଙ୍କୁ ସୀତାଙ୍କୁ ଦେଇ ନଥିଲୁ । ବରଂ ନେପାଳ ସ୍ଥିତ ଅଯୋଧ୍ୟା ରାଜକୁମାରଙ୍କୁ ଆମେ ସୀତାଙ୍କୁ ଦେଇଥିଲୁ । ଭାରତର ଅଯୋଧ୍ୟା ବାସ୍ତିବକ ନୁହେଁ ବୋଲି ସେ କହିଛନ୍ତି । ନେପାଳର ବୀରଗଞ୍ଜର ପଶ୍ଚିମରେ ରହିଛି ଅଯୋଧ୍ୟା ନାମକ ଏକ ଗାଁ ।

ଏତେ ଦୂର ରାମ କେମିତି ଆସିଲେ ?

ଓଲି ପ୍ରଭୁ ରାମଚନ୍ଦ୍ରଙ୍କୁ ନେଇ ଅଜବ ଯୁକ୍ତି କରିଛନ୍ତି । ଯଦି ଭାରତର ଅଯୋଧ୍ୟା ବାସ୍ତିବିକ ତେବେ ରାଜକୁମାର ରାମଚନ୍ଦ୍ର ବିବାହ ପାଇଁ ଜନକପୁର କେମିତି ଆସିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ଜ୍ଞାନ-ବିଜ୍ଞାନର ଉତ୍ପତ୍ତି ଓ ବିକାଶ ନେପାଳରୁ ହୋଇଥିବା ସେ ଦାବି କରିଛନ୍ତି ।

Leave a Reply