ଓଡ଼ିଶା ହାତରେ ଆନ୍ଧ୍ରର ‘କୋଟିଆ’ ଷଡ଼ଯନ୍ତ୍ର ଦସ୍ତାବିଜ୍

Kotia Controversy, Odisha To Present Legal Documents On SC

କୋରାପୁଟ/ଭୁବନେଶ୍ୱର: କୋଟିଆ ପାଇଁ ଆନ୍ଧ୍ର ସହ ଆଇନଗତ ଲଢେଇ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓଡ଼ିଶା । ଏଥିଲାଗି ସମସ୍ତ ତଥ୍ୟ ଯୋଗାଡ଼ କରି ସୁପ୍ରିମକୋର୍ଟରେ କୋଟିଆ ଓଡ଼ିଶାର ବୋଲି ଦାବି ରଖିବ । ପଟାଙ୍ଗୀ ବିଧାୟକଙ୍କ କହିବା ଅନୁସାରେ, ସରକାରଙ୍କ ପାଖରେ ସବୁ ତଥ୍ୟ ରହିଛି । ତେଣୁ ଆସନ୍ତା ୧୯ ତାରିଖରେ ଓଡ଼ିଶା ନିଶ୍ଚିତ ନ୍ୟାୟ ପାଇବ ବୋଲି ଶାସକ ଦଳ ଆଶା ରଖିଛି । ଅନ୍ୟପଟେ ବିସ୍ତାରବାଦୀ ନୀତିରେ ପଞ୍ଚାୟତ ନିର୍ବାଚନ ପରେ ଏବେ ତେଲୁଗୁ ସ୍କୁଲ ଖୋଲି ଓଡ଼ିଆ ପିଲାଙ୍କୁ ଟଙ୍କା ଲୋଭ ଦେଖାଇ ପାଠ ପଢ଼ିବାକୁ ବାଧ୍ୟ କରୁଥିବା ଜଣାପଡ଼ିଛି ।

Kotia Controversy, Odisha To Present Legal Documents On SC

ଦିନକ ପରେ କୋଟିଆ ଶୁଣାଣି । ଆଇନଗତ ଲଢେଇ ପାଇଁ ପୂରା ପ୍ରସ୍ତୁତ ଓଡ଼ିଶା । ସମସ୍ତ ତଥ୍ୟ ସହ ସୁପ୍ରିମକୋର୍ଟରେ କୋଟିଆ ଓଡ଼ିଶାର ବୋଲି ଦାବି ରଖିବ । ଏହାସହ ଆନ୍ଧ୍ର କିପରି ଚୁକ୍ତି ଖିଲାପ କରି ଓଡ଼ିଶା ସୀମା କୋଟିଆର ପଞ୍ଚାୟତରେ ନିର୍ବାଚନ କରିଛି ସେ କଥା ମଧ୍ୟ ସମସ୍ତ କାଗଜପତ୍ର ସହ କୋର୍ଟଙ୍କୁ ଅବଗତ କରିବ ରାଜ୍ୟ । ଏ ନେଇ ରାଜସ୍ୱ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ସେପଟେ ପଟାଙ୍ଗୀ ବିଧାୟକ କହିଛନ୍ତି ଯେ, ସରକାରଙ୍କ ପାଖରେ ସବୁ ତଥ୍ୟ ଅଛି । ତାହାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଉପସ୍ଥାପନ କରିବେ ।

Kotia Controversy, Odisha To Present Legal Documents On SC

କେବଳ ସେତିକି ନୁହେଁ ଗତ ଦୁଇ ବର୍ଷ ମଧ୍ୟରେ ସରକାର କୋଟିଆ ପାଇଁ ୧୫୦ କୋଟି ଟଙ୍କା ଘୋଷଣା କରିଛନ୍ତି । ତେଣୁ ସୁପ୍ରିମକୋର୍ଟରେ ଓଡ଼ିଶା ନିଶ୍ଚିତ ନ୍ୟାୟ ପାଇବ ବୋଲି ଶାସକ ଦଳ ଯୁକ୍ତି ବାଢିଛି । କାରଣ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇବ ପରେ ଆନ୍ଧ୍ର ଗଠନ ହୋଇଥିଲା । ସେପଟେ କୋଟିଆ ପ୍ରସଙ୍ଗରେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଏହାସହ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସଠିକ୍ ତଥ୍ୟ ଉପସ୍ଥାପନ କରିବା ପାଇଁ ଦାବି କରିଛନ୍ତି ବିରୋଧୀ । ଅନ୍ୟପଟେ କୋଟିଆ ପ୍ରସଙ୍ଗରେ ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

Kotia Controversy, Odisha To Present Legal Documents On SC

ତେବେ ଆନ୍ଧ୍ରର ଦାଦାଗିରି ଏଇଠି ସରିନାହିଁ । କୋଟିଆରେ ଜୋର ଜବରଦସ୍ତ ପଞ୍ଚାୟତ ନିର୍ବାଚନ କରିବା ସହ ସୀମାନ୍ତରେ ଖୋଲିଛି ଆନ୍ଧ୍ର ସ୍କୁଲ । ତେଲୁଗୁ ସ୍କୁଲରେ ପିଲାଙ୍କୁ ପାଠ ପଢାଇବାକୁ ସେଠାକାର ସରକାର ଟଙ୍କା ଲୋଭ ଦେଖାଉଛନ୍ତି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୭ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ତେଲୁଗୁ ଭାଷାରେ ଚାଲିଛି ଶିକ୍ଷା ଦାନ । ଫାଟୁସିନେରୀ ଗାଁରେ ଏକ ଅସ୍ଥାୟୀ ଛାମୁଣ୍ଡିଆରେ ଚଳାଇଛି ସ୍କୁଲ । ଆନ୍ଧ୍ରର ଜଣେ ଶିକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି । ଛାତ୍ରଛାତ୍ରୀମାନେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ମାସିକ ୧୫ ହଜାର ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ ପାଉଛନ୍ତି । ଏହାସହ ମାଗଣାରେ ବହିପତ୍ର, ଡ୍ରେସ୍, ମଧ୍ୟାହ୍ନ ଭୋଜନ ମଧ୍ୟ ପାଉଛନ୍ତି ।

Kotia Controversy, Odisha To Present Legal Documents On SC

ତେବେ ଆନ୍ଧ୍ରର ଏପରି ଦାଦାଗିରିରେ କିଏ ଲଗାଇବ ବ୍ରେକ୍ ? ଆସନ୍ତା ୧୯ ତାରିଖରେ ଏ ନେଇ ସୁପ୍ରିମକୋର୍ଟ ଚୂଡ଼ାନ୍ତ ଶୁଣାଣି କରିବେ । କୋରାପୁଟ ଜିଲ୍ଲା କୋଟିଆରେ କାହିଁକି ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରୁଛି ? ଏଥିପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ସୁପ୍ରିମକୋର୍ଟ । ନିର୍ଦ୍ଧାରିତ ସମୟ ମଧ୍ୟରେ ଜବାବ ଦାଖଲ କରିବାକୁ ଆନ୍ଧ୍ରକୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି ।

Leave a Reply