ମୋ ସରକାର ପ୍ରଭାବ: ବନ୍ଧା ହେଲେ ଲାଞ୍ଚୁଆ ଡାକ୍ତର

ଆମ୍ବଗୁଡା ଥାନା ଅଧିକାରୀ ନାରାୟଣ ପଟ୍ଟନାୟକ ଗିରଫ ପରେ ଶୁକ୍ରବାର ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ଡାକ୍ତର । କୋରାପୁଟ ଜିଲ୍ଲା ହସ୍ପିଟାଲ ଡାକ୍ତର ମନୋଜ କୁମାର ଜେନାଙ୍କୁ ଗିରଫ କରିଛି କୋରାପୁଟ ପୋଲିସ । ଗତ ଡିସେମ୍ବର ମାସରେ ଜଣେ ଲୋକ ଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ସେହି ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ୨୫୦୦ ଟଙ୍କା ଲାଞ୍ଚ ମାଗିଥିଲେ ଡାକ୍ତର ମନୋଜ କୁମାର ଜେନା । ପୋଲିସ ତଦନ୍ତ କରି ଶୁକ୍ରବାର ମନୋଜ କୁମାର ଜେନାଙ୍କୁ ଗିରଫ କରିଛି । ଏ ନେଇ ସୂଚନା ଦେଇଛନ୍ତି  କୋରାପୁଟ ଏସ୍‌ପି । ପୂର୍ବରୁ ଏହି ଘଟଣାରେ ଆମ୍ବଗୁଡା ଥାନା ଅଧିକାରୀ ନାରାୟଣ ପଟ୍ଟନାୟକ ଦୁର୍ଘଟଣାରେ ସମ୍ପୃକ୍ତ ଗାଡି ଛାଡିବାକୁ ୬ ହଜାର ଟଙ୍କା ଲାଞ୍ଚ ମାଗି ଗିରଫ ହୋଇଥିଲେ । ମୋ ସରକାର ପ୍ରଭାବ ରେ ପୋଲିସ କୌଣସି ଦୁର୍ନୀତିକୁ ପ୍ରସୟ ଦେଉ ନଥିବା ଜଣା ପଡୁଛି ।

Leave a Reply