୩୦ଟି ଭାଷାରେ କୋରାନ , ସଭିଏଁ ପଢିପାରିବେ କୋରାନ

1 min read

ଭୁବନେଶ୍ବର : କଷ୍ଟସାଧ୍ୟ ହେବ ନାହିଁ କୋରାନ । ଏଣିକି ସଭିଏଁ ପଢିପାରିବେ ଇସଲାମ ଧର୍ମର ପବିତ୍ର ଗ୍ରନ୍ଥ କୋରାନ । ଅତି ସହଜ ହେଲା କୋରାନ ପଢିବା । କୋରାନ ପଢିବା ପାଇଁ ଆପଣଙ୍କୁ ଅରବି ବା ଇଂରାଜୀ ଭାଷା ଜାଣିବାର ଆବଶ୍ୟକତା ନାହିଁ । କାରଣ ଏବେ ୩୦ଟି ଭାଷାରେ ପ୍ରକାଶ ପାଇଛି ପବିତ୍ର କୋରାନ ।

ଓଡିଆ ଭାଷା ସମେତ ବଙ୍ଗଲା ,ତେଲୁଗୁ , ତାମିଲ, କନ୍ନଡ, ମାଲୟାଲମ, ଗୁଜୁରାଟି , ମରାଠି, ହିନ୍ଦି , କଶମିରୀ , ମଣିପୁରୀ, ଉର୍ଦ୍ଦୁ , ପଞ୍ଜାବୀ , ଡୋଗରୀ ସହ ଗ୍ରିକ , ସିନ୍ଧି , ନେପାଳୀ, କୋରିଆନ , ବୋସନିଆନ , ଫାରସୀ , ପସ୍ତୁ , ଫ୍ରେଞ୍ଚ , ସ୍ୱାହିଲି , ଚାଇନା , ଜାପାନୀଜ ଭଳି ୧୬ଟି ବିଦେଶୀ ଭାଷାରେ ପ୍ରକାଶିତ ହୋଇଛି କୋରାନ ।

 

ଏଭଳି ୩୦ ଟି ଭାଷା ମଧ୍ୟରେ ଆପଣ ଯେଉଁ ଭାଷା ଜାଣିଥିଲେ ଆପଣଙ୍କ ପାଇଁ କୋରାନ ପଢିବା ସହଜ ହୋଇଯିବ । ନିଜର ମନପସନ୍ଦ ଭାଷାର କୋରାନ କିଣିବାକୁ ଆଉ ବେଶି ଦୁର ଯିବାକୁ ପଡିବ ନାହିଁ । ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ୩୦ଟି ଭାଷାରେ ପବିତ୍ର କୋରାନର ପ୍ରଦର୍ଶନୀ ହୋଇଛି । ଓଡିଶାରେ ପ୍ରଥମ ଥର ପାଇଁ ଅହମଦିଆ ମୁସଲିମ ସଙ୍ଗଠନ ପକ୍ଷରୁ ଏହି ପବିତ୍ର କୋରାନର ପ୍ରଦର୍ଶନ କରାଯାଇଛି । ଭୁବନେଶ୍ୱରରେ ଆୟୋଜିତ କଳିଙ୍ଗ ପୁସ୍ତକ ମେଳାରେ ଏଭଳି ୩୦ଟି ଭାଷାର କୋରାନ ପଢିବା ସହ କିଣିବାର ସୁଯୋଗ ପାଉଛନ୍ତି ପାଠକ ।

କଳିଙ୍ଗ ପୁସ୍ତକ ମେଳାର ଏହି ଷ୍ଟଲରେ କୋରାନ ଭିତ୍ତିକ ବାର୍ତ୍ତା , ବିଶ୍ୱ ସଙ୍କଟ ଓ ଶାନ୍ତିର ପଥ , ଇସଲାମ ଏବଂ ବିବେକ ସ୍ୱାଧୀନତା , ମୈତ୍ରୀ ସଂଦେଶ , ମହାପୁରୁଷ ମହମ୍ମଦ ସଲଲମଙ୍କ ଜୀବନୀ ତଥା ଜ୍ଞାନ ବିଜ୍ଞାନର ଶତାଧିକ ପୁସ୍ତକ ଏହି ଷ୍ଟଲରେ ରହିଛି । ତେବେ ୩୦ଟି ଭାଷାରେ ଥିବା କୋରାନ ପାଠକଙ୍କୁ ବେଶ ଆକୃଷ୍ଟ କରୁଛି । ')}

Leave a Reply