ଆପଣଙ୍କୁ କେଉଁ ଭ୍ୟାକସିନ ଦିଆଗଲା, କିଭଳି ଜାଣିବେ?

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣରୁ ବଞ୍ଚିବା ପାଇଁ ଗତ ଶନିବାରଠାରୁ ଭ୍ୟାକ୍ସିନେସନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଏଥିପାଇଁ ରାଜ୍ୟରେ ଅନେକ ଥର ଡ୍ରାଇ ରନ୍‌ମଧ୍ୟ ହୋଇସାରିଛି । ଏବେ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ସାରିଥିବା କହିଲେଣି ସରକାର । ସୂଚନାଯୋଗ୍ୟ ଦେଶରେ କୋଭିସିଲ୍ଡ ଏବଂ କୋଭ୍ୟାକ୍ସିନ ଟିକାକୁ ଅନୁମତି ମିଳିଛି । ରିପୋର୍ଟ ମୁତାବକ ଟିକା ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟଲାଇନ ଓ୍ୱର୍କସର୍ଙ୍କୁ ଦିଆଯିବ । ଏହା ବ୍ୟତୀତ ରୋଗୀଙ୍କ ଆପାତକାଳୀନ ଅବସ୍ଥାରେ ମଧ୍ୟ ଏହି ଟିକା ଦିଆଯିବ ।

ଭ୍ୟାକ୍ସିନେସନ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇନାହିଁ । ସରକାର ଫଟୋ ଆଇଡି ସୂଚୀରେ ଆଧାର ବିଷୟରେ କହିନାହାଁନ୍ତି । ଏଭଳି ସ୍ଥିତିରେ କେତେଲୋକ ଆଧାର କାର୍ଡ଼କୁ ପରିଚୟ ପତ୍ର ଭାବରେ ପୈଠ କରିବେ ଏହା ପରେ ଜଣାପଡ଼ିବ । ଏହା ସହିତ ସରକାର ଏହାର ଡିଜିଟାଲ ରେକର୍ଡ଼ ରଖିବାକୁ ଚାହୁଁଛନ୍ତି । ଡିଜିଟାଲ ରେକର୍ଡ଼ରୁ ଜଣାପଡ଼ିବ କାହାକୁ କେଉଁ ଭ୍ୟାକସିନ ଦିଆଯାଇଛି ।

ସୂଚନା ଅନୁସାରେ ଭ୍ୟାକ୍ସିନେସନରେ ଯେଉଁ ଶିଶି ବ୍ୟବହାର ହେବ ତାହାକୁ ଖୋଲିବାର ଚାରିଘଣ୍ଟା ମଧ୍ୟରେ ହିଁ ବ୍ୟବହାର କରିବାକୁ ପଡ଼ିବ । ପ୍ରତ୍ୟେକ ଶିଶିରେ ୧୦ ଡୋଜ ରହିଛି । ୟୁନିଭର୍ସାଲ ୟୁମ୍ୟୁନାଇଜେସନ ପ୍ରୋଗ୍ରାମ ଅନ୍ତର୍ଗତ କିଛି ଭ୍ୟାକସିନ ଶିଶି ଖୋଲିବାର ଏକ ମାସ ମଧ୍ୟରେ ତାହାକୁ ବ୍ୟବହାର କରାଯାଇପାରିବ । କିନ୍ତୁ ଭିଭିଏମ ବିନା ଏହା ଅସମ୍ଭବ । ଭିଭିଏମ କେତେକ ଜରୁରୀ ସୂଚନା ଦେଇଥାଏ । ଏଥିରେ ଭ୍ୟାକସିନର ତାପମାତ୍ରା ସାମିଲ ରହିଛି ।

Leave a Reply