ଜାଣନ୍ତୁ କେଉଁ ମୋବାଇଲ୍ ଅପରେଟର ଶସ୍ତାରେ ଦେଉଛି କଲ୍ ଓ ଇଣ୍ଟରନେଟ୍

1 min read

ମୁମ୍ବାଇ: କେଉଁ ଅପରେଟର ବ୍ୟବହାର କଲେ ଆପଣ ଅଧିକ ଲାଭରେ ରହିବେ… ଆପଣଙ୍କୁ ଅଧିକ କଲ ଏବଂ ଇଣ୍ଟରନେଟ୍ କେଉଁଥିରେ ମିଳିବ… ଏୟାରଟେଲ, ଜିଓ, ଭୋଡାଫୋନ କି ଆଇଡିଆ କାହାକୁ ବ୍ୟବହାର କରିବେ । ବିଭିନ୍ନ ପ୍ରକାରର ଅପରେଟର ଭିନ୍ନ ଭିନ୍ନ ପ୍ଲାନ ମାନ ବାହାର କରିଛନ୍ତି । ଆମେ ଆଜି ଆପଣଙ୍କୁ ବିଭିନ୍ନ ଅପରେଟରଙ୍କ ନୂଆ ପ୍ଲାନ ବିଷୟରେ ଜଣାଇବୁ ଯାହା ଆପଣଙ୍କୁ ଲାଭରେ ରଖିବ । ଜିଓ

ରିଲାଏନ୍ସ ଜିଓ ବାରମ୍ବାର ତାର ପ୍ଲାନ ବଦଳାଇବାରେ ଲାଗିଛି । ଏବେ ଜିଓ ୧୪୯ ଟଙ୍କାର ପ୍ରିପେଡ ପ୍ଲାନରେ କିଛି ଚେଞ୍ଜସ୍ ଆଣିଛି । ଏହି ପ୍ଲାନରେ ଜିଓରୁ ଅନ୍ୟ ନମ୍ବରକୁ ମିନିଟ୍ ମାଗଣା କଲ୍ ମିଳିବ । ଜିଓ ଟୁ ଜିଓ ଅନଲିମିଟେଡ ଫ୍ରୀ କଲ କରିପାରିବେ । ସେହିଭଳି ଇଣ୍ଟରନେଟ ପାଇଁ ଡେଲି ୧.୦୫ ଜିବି ଡାଟା ଏବଂ ୧୦୦ଟି ଲୋକାଲ ଏବଂ ଏସ୍‌ଟିଡି ଏସ୍ଏମ୍‌ଏସ୍‌ ମିଳୁଛି । ଏହି ପ୍ଲାନରେ ଜିଓର ସବୁ ଆପ୍ଲିକେସନ ଫ୍ରୀରେ ଉପଲବ୍ଧ ହେଉଛି । କିନ୍ତୁ ଜିଓ ପ୍ଲାନର ବୈଧତାକୁ ୨୮ ଦିନରୁ ୨୪ ଦିନକୁ କମାଇ ଦେଇଛି ।

ଏୟାରଟେଲ

୧୨୯ ଏବଂ ୧୬୯ ଟଙ୍କାର ସ୍ୱଳ୍ପ ମୂଲ୍ୟର ପ୍ଲାନ ବ୍ୟବହାର କରୁଥିବା ଏୟାରଟେଲ ଗ୍ରାହକଙ୍କ ପାଇଁ ଭଲ ଖବର । ୧୨୯ ଟଙ୍କାର ପ୍ଲାନରେ ୨୮ ଦିନ ଭାଲିଡିଟି ରହିଛି । ଏହାସହ ଅନଲିମିଟେଡ କଲ୍ ଏବଂ ଟୋଟାଲ ୨ ଜିବି ୪ଜି ଡାଟା ମିଳୁଛି । ଏହି ପ୍ଲାନରେ ବ୍ୟବହାକାରୀ ୩୦୦ ଲୋକାଲ ଏବଂ ଏସ୍‌ଟିଡି ଏସ୍‌ଏମ୍‌ଏସ୍‌ ପାଇବେ । ଏହି ପ୍ଲାନ୍ ନେଇଥିବା ଗ୍ରାହକ ଏୟାରଟେଲର ଏକ୍ସଟ୍ରିମ ଆପ୍ ମାଗଣାରେ ବ୍ୟବହାର କରିପାରିବେ । ସେହିଭଳି ୧୬୯ ଟଙ୍କିଆ ପ୍ଲାନରେ ଗ୍ରାହକମାନେ ଦୈନିକ ୧ ଜିବି ୪ଜି ଡାଟା ପାଇପାରିବେ । ଏହା ସହ ଏହି ପ୍ଲାନରେ ଅନଲିମିଟେଡ କଲ୍ ମିଳୁଛି । ଏଥିସହ ଲୋକାଲ ଏବଂ ଏସ୍‌ଟିଡି ଏସ୍‌ଏମ୍‌ଏସ୍‌ ମଧ୍ୟ ମିଳିବ । ଏହି ପ୍ଲାନରେ ଏକ୍ସଟ୍ରିମ ଏବଂ ୱିଙ୍କ୍ ମ୍ୟୁଜିକ ଆପ୍ ଗ୍ରାହକ ଆକ୍ସସେସ କରିପାରିବେ । ଜିଓର ୧୪ ଟଙ୍କିଆ ପ୍ଲାନ ଠାରୁ ଏହା ଭଲ ରହିଛି କାରଣ ଏହି ପ୍ଲାନ ଅଧିକ ଫ୍ୟାସିଲିଟି ସହିତ ଅଧିକ ଦିନ ପର୍ଯ୍ୟନ୍ତ ଭ୍ୟାଲିଡିଟି ମଧ୍ୟ ଦେଉଛି । କିନ୍ତୁ ଜିଓ ୧୪୯ ପ୍ଲାନରେ ୧.୫ଜିବି ଡାଟା ଦେଉଥିବା ବେଳେ ଏୟାରଟେଲର ୧୬୯ ପ୍ଲାନରେ ୧ଜିବି ଡାଟା ଦେଉଛି ।

ଭୋଡାଫୋନ

୧୭୦ ଟଙ୍କାରୁ କମ୍ ମୂଲ୍ୟରେ ଭୋଡାଫୋନର ପ୍ଲାନ ରହିଛି । ଯାହାକୁ ସ୍ୱଳ୍ପ ଦାମରେ ବ୍ୟବହାରକାରୀ ପାଇପାରିବେ  । ୧୨୯, ୧୩୯, ୧୪୯, ୧୬୯ ଟଙ୍କାରେ ବିଭିନ୍ନ ପ୍ଲାନ ରହିଛି । ୧୨୯ ଓ ୧୩୯ ଟଙ୍କିଆ ପ୍ଲାନର ଭାଲିଡିଟି ରହିଛି ୨୮ ଦିନ । ଏହି ଦୁଇ ପ୍ଲାନରେ ଅନଲିମିଟେଡ କଲ ସହ ୩୦୦ଟି ଏସ୍‌ଟିଡି ଏବଂ ଲୋକଲ ଏସ୍ଏମ୍‌ଏସ୍‌ ଫ୍ରୀ ରହୁଛି । ୧୨୯ ପ୍ଲାନରେ ୨୮ ଦିନ ପାଇଁ ୨ ଜିବି ଏବଂ ୧୩୯ ପ୍ଲାନରେ ରହିଛି ୩ ଜିବି ଡାଟା । ୧୪୯ ଟଙ୍କିଆ ପ୍ଲାନରେ ଅନଲିମିଟେଡ କଲ୍ ସହ ରୋମିଂ ଫାଇଦା ମିଳିବ । ଡେଲି ୧ଜିବି ୪ଜି ଡାଟା ଓ ୧୦୦ ଟି ଏସ୍ଏମ୍ଏସ୍‌ ଫ୍ରୀରେ ପାଇବେ । ସେହିଭଳି ୧୬୯ ଟଙ୍କା ପ୍ଲାନରେ ୨୮ ଦିନ ପାଇଁ ଅନଲିମଟେଡ କଲ୍ ସହ ଦୈନିକ ୧୦୦ଟି ଏସ୍ଏମ୍‌ଏସ୍‌ ଓ ୧ଜିବି ଡାଟା ମିଳୁଛି । ଏହା ସହିତ ଭୋଡାଫୋନ୍‌ ଆପକୁ ଆକସେସ ସୁବିଧା ରହିଛି ।

 

 

  ')}

Leave a Reply