ୱାନ୍ ନେଶନ,ୱାନ୍ ରାସନ କାର୍ଡ କ’ଣ ? କେମିତି ଏହା କାମ କରିବ ?

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରକୁ ସମ୍ବୋଧନ କରି ୱାନ୍ ନେଶନ ୱାନ୍ ରାସନ କାର୍ଡ କଥା କହିଛନ୍ତି । ପୁରା ଦେଶ ପାଇଁ ଗୋଟିଏ ରାସନ କାର୍ଡ କାମ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗୋଟିଏ ଦେଶ,ଗୋଟିଏ ରାସନ କାର୍ଡର ସବୁଠୁ ଅଧିକ ଲାଭ ପାଇବେ ଗରିବ । ଯେଉଁମାନେ ନିଜ ରାଜ୍ୟ ଛାଡି ଅନ୍ୟତ୍ର କାମ ସନ୍ଧାନରେ ଯାଉଛନ୍ତି ସେମାନେ ଏହି ବ୍ୟବସ୍ଥା ଦ୍ୱାରା ଉପକୃତ ହେବେ । ଗୋଟିଏ ରାଜ୍ୟର ମୁଳ ବାସିନ୍ଦା ଆଉ ଗୋଟିଏ ରାଜ୍ୟରେ ସରକାରୀ ମୁଲ୍ୟରେ ରାସନ ପାଇ ପାରିବେ ।

one nation one ration card

 

କରଦାତ୍ତାଙ୍କୁ ଧନ୍ୟବାଦ

ପ୍ରଧାନମନ୍ତ୍ରୀ ନିଜ ଭାଷଣରେ କରଦାତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି  । କହିଛନ୍ତି ଯେ, ଆପଣ ମାନେ ଠିକ୍ ଭାବେ କର ଦେଇଥିବାରୁ ଦେଶର ଗରିବଙ୍କୁ ସାହାଯ୍ୟ ମିଳି ପାରୁଛି । କୃଷକ ଓ କରଦାତ୍ତାଙ୍କ ପାଇଁ କୋଭିଡ୍ ପରିସ୍ଥିତିରେ ୮୦ କୋଟି ପରିବାରକୁ ମାଗଣାରେ ରାସନ ମିଳି ପାରୁଛି ବୋଲି ସେ କହିଥିଲେ । ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ପ୍ରଚଳନ କଥା ମଧ୍ୟ ଏହି ସମୟରେ  ପ୍ରଧାନମନ୍ତ୍ରୀ କହିଥିଲେ ।

ration card

କେମିତି କାମ କରିବା ରାସନ କାର୍ଡ୍ ?

ୱାନ୍ ନେଶନ୍,ୱାନ୍ ରାସନ କାର୍ଡ ମୋବାଇଲ ନମ୍ବର ପୋର୍ଟାବିଲିଟି ଭଳି । ଯେଉଁପରି ଆପଣ ନିଜ ନମ୍ବରକୁ ଜାରି ରଖି ଗୋଟିଏ ଟେଲିକମ୍ କମ୍ପାନୀର ସେବାରୁ ବାହାରି ଆଉ ଗୋଟିଏ କମ୍ପାନୀର ସେବା ନିଅନ୍ତି ସେହିଭଳି ଆପଣ ନିଜ ରାସନ କାର୍ଡ ଦ୍ୱାରା ଦେଶର ଯେକୌଣସି ଭାଗରେ ରହିଲେ ମଧ୍ୟ ଆପଣ ପିଡିଏସର ଲାଭ ଉଠାଇ ପାରିବେ । ଉଦାହରଣ ସ୍ୱରୁପ ଯଦି ଗୋଟିଏ ରାସନ କାର୍ଡର ସଦସ୍ୟ ସଂଖ୍ୟା ହେଉଛି ୫ ଓ ୫ ଜଣ ଅଲଗା ଅଲଗା ରାଜ୍ୟରେ ରୁହନ୍ତି ତେବେ ସେମାନେ ରହୁଥିବା ରାଜ୍ୟରେ ନିଜ ଭାଗର ରାସନ ଉଠାଇ ପାରିବେ ।

ration card holder

ଅଗଷ୍ଟ ୧ସୁଧା ସବୁ ରାଜ୍ୟ ଏଥିରେ ସାମିଲ ହେବେ

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନା ଦେଶର ୧୭ ରାଜ୍ୟ ସାମିଲ ଅଛନ୍ତି । ଏହି ୧୭ ରାଜ୍ୟ ହେଉଛନ୍ତି ଆନ୍ଧ୍ରପ୍ରଦେଶ  ଗୁଜୁରାଟ,ଝାଡଖଣ୍ଡ,କର୍ଣ୍ଣାଟକ,କେରଳ,ମଧ୍ୟପ୍ରଦେଶ,ମହାରାଷ୍ଟ୍ର,ରାଜସ୍ଥାନ,ତେଲଙ୍ଗାନା,ତ୍ରିପୁରା,ବିହାର,ଉତ୍ତର ପ୍ରଦେଶ,ପଂଜାବ,ହିମାଚଳ ପ୍ରଦେଶ ଓ ଦମନ-ଦିୟୁ । ଓଡ଼ିଶା,ସିକ୍କିମ ଓ ମିଜୋରାମକୁ ଗୋଟିଏ ଦେଶ,ଗୋଟିଏ ରାସନ କାର୍ଡ୍ ଯୋଜନାରେ ସାମିଲ କରିବା ପାଇଁ ବିଭାଗ ସମସ୍ତ ପ୍ରକ୍ରିୟା ପୁରା କରି ଆଜି ଅର୍ଥାତ ଜୁନ୍ ୩୦ ତାରିଖରେ ସେମାନଙ୍କୁ ନ୍ୟାସନାଲ କ୍ଲଷ୍ଟରରେ ସାମିଲ କରିଛି । ଅଗଷ୍ଟ ୧ ସୁଧା ଉତ୍ତରାଖଣ୍ଡ,ନାଗାଲାଣ୍ଡ ଓ ମଣିପୁର ସମେତ ଅନ୍ୟ ତିନି ରାଜ୍ୟ ଏହି ଯୋଜନାରେ ସାମିଲ ହେବେ ।

Leave a Reply