ଅଣ୍ଡା ଖାଇବାକୁ ଭଲ ପାଉଥିଲେ କରନ୍ତୁନି ଏହି ଭୁଲ, ଫିଟ୍ ରହିବା ବଦଳରେ ହୋଇଯିବେ ଏମିତି

1 min read

ଅଣ୍ଡାରେ ପ୍ରୋଟିନ, ଭିଟାମିନ ସହିତ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀର ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ସେଥିପାଇଁ ପ୍ରତିଦିନ ଅତିକମରେ ଗୋଟିଏ ଲେଖାଏଁ ଅଣ୍ଡା ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି । କିଛି ଲୋକ ଅଣ୍ଡାକୁ କଞ୍ଚା ଖାଇବାକୁ ପସନ୍ଦ କରୁଥିବା ବେଳେ କେହି କେହି ଏହାକୁ ଫ୍ରାଏ, ପୋଚଡ୍, ବେକ୍, ମାଇକ୍ରୋୱେଭ ବା ମସଲା ସହ ତରକାରୀ କରି ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଅଣ୍ଡାକୁ ଖାଇବା ପାଇଁ ସବୁଠୁ ସଠିକ ପ୍ରକ୍ରିୟା କଣ ଏବଂ ଏହା ଜାଣିବା କାହିଁକି ଗୁରୁତ୍ୱପୂର୍ଣ୍ଣ ।

ଅଣ୍ଡାକୁ ରୋଷେଇ କରି ଖାଇବା-

ଅଣ୍ଡାକୁ ଭଲ ଭାବରେ ରୋଷେଇ କରି ଖାଇବାକୁ ସବୁଠୁ ସୁରକ୍ଷିତ ମନେ କରାଯାଏ । ଭଲ ଭାବରେ ରନ୍ଧା ଅଣ୍ଡା ସହଜରେ ହଜମ ହୋଇଥାଏ । ଷ୍ଟଡୀ ମୁତାବକ କଞ୍ଚା ଅଣ୍ଡାରେ ୫୧ ପ୍ରତିଶତ ପ୍ରୋଟିନ ମିଳୁଥିବାବେଳେ ରନ୍ଧା ଅଣ୍ଡାରେ ୯୧ ପ୍ରତିଶତ ପ୍ରୋଟିମ ରହିଥାଏ । ତାପମାତ୍ରା କାରଣରୁ ଅଣ୍ଡାରେ ଥିବା ପ୍ରୋଟିନର ଅନେକ ପ୍ରକାର ଗଠନମୂଳକ ପରିବର୍ତ୍ତନ ଆସିଥାଏ ।

କଞ୍ଚା ଅଣ୍ଡାରେ ପ୍ରୋଟିନ ଅଲଗା ଅଲଗା ଅଂଶରେ ରହିଥାଏ ଏବଂ ସେମାନଙ୍କର ଗଠନ ଏପରି ଭାବରେ ହୋଇଥାଏ ଯେ ଏହା ପରସ୍ପର ସହ ମିଶିପାରିନଥାଏ । ଅନ୍ୟପଟେ ଅଣ୍ଡାକୁ ଯେତେବେଳେ ରନ୍ଧା ଯାଇଥାଏ, ଏହି ପ୍ରୋଟିନର ଅଲଗା ଅଲଗା ଗଠନ ଭାଙ୍ଗିଯାଇ ସମସ୍ତ ପ୍ରୋଟିମ ଏକ ହୋଇଯାଆନ୍ତି । ଅଣ୍ଡାର ଏହି ପ୍ରୋଟିନ ପାଇଁ ଏହା ସହଜରେ ହଜମ ହୋଇଥାଏ ।

ଅଣ୍ଡା ବୋୟୋଟିନର ଏହା ଉକ୍ତୃଷ୍ଟ ଉତ୍ସ । ବାୟୋଟିନ ଏକ ଏପରି ପୋଷକ ତତ୍ତ୍ୱ ଅଟେ ଯାହା ଫ୍ୟାଟ ଏବଂ ସୁଗର ମେଟାବଲିଜମକୁ ସଠିକ ରୂପରେ ରଖିଥାଏ । ଏହା ଭିଟାମିନ B7 ଏବଂ ଭିଟାମିନ H ରୂପରେ ମଧ୍ୟ ଜଣାଶୁଣା ।  କଞ୍ଚା ଅଣ୍ଡାରେ ଆଭିଡିନ ପ୍ରୋଟିନ ରହିଥାଏ ଯାହା ବାୟୋଟିନ ପ୍ରସ୍ତୁତ କରିବାକୁ ଦେଇନଥାଏ । ଅନ୍ୟପଟେ ଅଣ୍ଡାକୁ ରାନ୍ଧିଲେ ଆଭିଡିନ ବଦଳିଯାଇଥାଏ ଏବଂ ଶରୀରକୁ ବାୟୋଟିନ ମିଳିଥାଏ ।

ଅଧିକ ତାପମାତ୍ରାରେ ରହିଛି କ୍ଷତି

ସାଧାରଣରେ ଅଣ୍ଡାକୁ ରାନ୍ଧିକି ଖାଇବା ହିଁ ସଠିକ ପ୍ରକ୍ରିୟା କିନ୍ତୁ ଅଧିକ ତାପମାତ୍ରାରେ ଏହାକୁ ବାନ୍ଧିଲେ ଏହା ଅନେକ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ । ଏକ ଅଧ୍ୟୟନ ମୁତାବକ, ଅଣ୍ଡାକୁ ଅଧିକ ସମୟ ରାନ୍ଧିବା ଦ୍ୱାରା ଏହାର ଭିଟାମିନ ପ୍ରାୟ ୧୭ରୁ ୨୦ ପ୍ରତିଶତ କମିଯାଇଥାଏ । ଅଣ୍ଡାକୁ ମାଇକ୍ରୋୱେଭ କରିବା, ସିଝାଇଲବା ଏବଂ ଫ୍ରାଏ କରିବା ଦ୍ୱାରା ଏହାର ଆଣ୍ଟିଅକ୍ସିଡେଣ୍ଟ ୬ରୁ ୧୮ ପ୍ରତିଶତ ପର୍ଯ୍ୟନ୍ତ କମିଯାଇଥାଏ ।

ଅଣ୍ଡାର ହଳଦିଆ ଅଂଶରେ ଅଧିକ ପରିମାଣର କୋଲେଷ୍ଟ୍ରଲ ରହିଥାଏ । ଏକ ବଡ଼ ଅଣ୍ଡାରେ ପ୍ରାୟ ୨୧୨ ମିଲିଗ୍ରାମ କୋଲେଷ୍ଟ୍ରଲ ରହିଥାଏ । ଯେତେବେଳେ ଅଣ୍ଡାକୁ ଅଧିକ ପରିମାଣରେ ରନ୍ଧା ଯାଏ ସେତେବେଲେ କୋଲେଷ୍ଟ୍ରଲ ଅକ୍ସିଡାଇଜ୍ ହୋଇଯାଇ ଅକ୍ସିଷ୍ଟେରୋଲରେ ପରିଣତ ହୋଇଯାଏ । ଅନେକ ଲୋକଙ୍କ ପାଇଁ ଏହା ଚିନ୍ତାଜନକ ହୋଇପାରେ କାରଣ ଅକ୍ସିଷ୍ଟେରୋଲ ହୃଦୟ ଜନିତ ରୋଗ ସୃଷ୍ଟି କରିଥାଏ ।

ଜାଣନ୍ତୁ ଏହାକୁ ଖାଇବାର ସଠିକ ପ୍ରକ୍ରିୟା

ଯଦି ଆପଣ ଅଣ୍ଡାକୁ ସ୍ୱାସ୍ଥ୍ୟକର କରିବାକୁ ଚାହୁଛନ୍ତି ତେବେ ଏହାକୁ ରାନ୍ଧିବା ବେଳେ କିଛି କଥା ଉପରେ ଧ୍ୟାନ ରଖନ୍ତୁ । ଯଦି ଆପଣ ଓଜନ କମାଇବାକୁ ଚେଷ୍ଟା କରୁଛନ୍ତି ତେବେ ଆପଣଙ୍କୁ ପୋଚଡ୍ ବା ସିଝା ଅଣ୍ଡା ଖାଇବା ଉଚିତ । ଏଥିରେ ଫ୍ରାଏଡ, ସ୍କ୍ରୈମ୍ବଲଡ ବା ଆମଲେଟ ତୁଳନାରେ କମ କ୍ୟାଲୋରୀ ରହିଥାଏ । ଆପଣ ଅଣ୍ଡା ସହିତ ପନିପରିବା ମିଶାଇ ମଧ୍ୟ ଖାଇପାରିବେ । ଯଦି ଆପଣ ଅଧିକ ତାପମାତ୍ରାରେ ଅଣ୍ଡାକୁ ରାନ୍ଧୁଛନ୍ତି ତେବେ ଏମିତି ତେଲ ବ୍ୟବହାର କରନ୍ତୁ ଯାହା ଅଧିକ ତାପମାତ୍ରାରେ ମଧ୍ୟ ସ୍ଥିର ରହୁଥିବ ବା ସହଜରେ ଅକ୍ସିଡାଇଜ ହେଉନଥିବ ।

ପ୍ୟାନ ଫ୍ରାଇଡ ପାଇଁ ସୂର୍ଯ୍ୟମୁଖୀ ତେଲ ବା ଆଭୋକାଡୋ ତେଲ ଉପଯୁକ୍ତ ବିକଳ୍ପ ଅଟେ । ଯଦି ଆପଣ ଅଲିଭ ତେଲ ବା ନଡ଼ିଆ ତେଲ ବ୍ୟବହାର କରୁଛନ୍ତି ତେବେ କ୍ରମଶଃ ୪୧୦ ଡିଗ୍ରୀ ଫାରେନହାଇଟ୍ ( ୨୧୦ ଡିଗ୍ରୀ ସେଲସିୟସ) ଏବଂ ୩୫୦ ଡିଗ୍ରୀ ଫାରେନହାଇଟ୍ (୧୭୭ ଡିଗ୍ରୀ ସେଲସିୟସ) ରୁ ଅଧିକ ତାପମାତ୍ରାରେ ରାନ୍ଧନ୍ତୁ ନାହିଁ । ଅଣ୍ଡାକୁ ଅଧିକ ସମୟ ଧରି ବା ଅଧିକ ତାପମାତ୍ରାରେ ରାନ୍ଧନ୍ତୁ ନାହିଁ । ଏହା ଦ୍ୱାରା ପୋଷକ ତତ୍ତ୍ୱ ହ୍ରାସ ପାଇବା ସହ ଅକ୍ସିଡାଇଜ କୋଲେଷ୍ଟ୍ରଲର ମାତ୍ରା ମଧ୍ୟ ବଢ଼ାଇଦେଇଥାଏ ।

Leave a Reply