‘ଦ କପିଲ୍ ଶର୍ମା ଶୋ‘: ଗୋଟିଏ ଏପିସୋଡ ପାଇଁ କାହାର କେତେ ଫିସ୍ ?

1 min read

ନୂଆଦିଲ୍ଲୀ: ସୋନି ଟିଭିରେ ପ୍ରସାରିତ ‘ଦ କପିଲ୍ ଶର୍ମା ଶୋ’ ଖୁବ୍ ଲୋକପ୍ରିୟ ହୋଇପାରିଛି । ଏମିତିକି କରୋନା କାଳରେ ଲକଡାଉନ୍ ଯୋଗୁଁ ଦର୍ଶକମାନେ ଶୋ’କୁ ଯାଇପାରିନଥିଲେ ତଥାପି ବିନା ଅଡିଏନ୍ସରେ ଭରପୂର ଏଣ୍ଟରଟେନମେଣ୍ଟ ଯୋଗାଇଥିଲା ଏହି ଶୋ’ ।

ଏହି ଶୋ’ର କଳାକାର ମାନଙ୍କର କମେଡି ଆଜିବି ଦର୍ଶକଙ୍କୁ  ହସେଇ ହସେଇ ବେଦମ କରିଥାଏ । ହେଲେ କେବେ ଭାବିଛନ୍ତି କି ଲୋକମାନଙ୍କୁ ହସାଇବା ଲାଗି ପ୍ରତି ଏପିସୋଡରେ ଏହି କଳାକାର ମାନେ କେତେ ଟଙ୍କା ନେଇଥାନ୍ତି ? 

କପିଲ ଶର୍ମା-

କପିଲ ତାଙ୍କର କଥା କହିବା ଶୖେଳୀ ଓ କମେଡି ପାଇଁ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବଲିଉଡ ସେଲିବ୍ରିଟିମାନେ ତାଙ୍କ ଶୋ’କୁ ଆସିବାକୁ ବହୁତ ଏକ୍ସାଇଟେଡ୍ ରହିଥାନ୍ତି । ଶୋ’ରେ ଥରେ ଉଦିତ ନାରାୟଣ କହିଥିଲେ ଯେ କପିଲ ଶର୍ମା ଗୋଟିଏ ଏପିସୋଡ ପାଇଁ ୧ କୋଟି ଟଙ୍କା ନେଇଥାନ୍ତି। ଏହା ଶୁଣିବା ପରେ ସମସ୍ତେ ଚକିତ ହୋଇପଡିଥିଲେ ।

କୃଷ୍ଣା ଅଭିଷେକ-

କୃଷ୍ଣା ଅଭିଷେକ ହେଉଛନ୍ତି ଗୋବିନ୍ଦାଙ୍କ ଭଣଜା । ଏହି ଶୋ’ରେ ସେ ‘ସପନା’  ଚରିତ୍ରରେ ଖୁବ୍ ପରିଚିତ ଏବଂ ତାଙ୍କର ଏକ ବିୟୁଟି ପାର୍ଲର ବି ରହିଛି । ସେଲିବ୍ରିଟିମାନେ ତାଙ୍କର ଅଜବ ମସାଜ ବିଷୟରେ ଶୁଣି ହସିହସି ବେଦମ ହୋଇଯାଇଥାନ୍ତି । ତେବେ ଶୋ’ ଗୋଟିଏ ଏପିସୋଡରେ ଅଭିନୟ ପାଇଁ କୃଷ୍ଣା ପାଖାପାଖି ୧୦ରୁ ୧୨ ଲକ୍ଷ ଟଙ୍କା ନେଇଥା’ନ୍ତି ।

ଚନ୍ଦନ ପ୍ରଭାକର (ଚାନ୍ଦ)-

ପ୍ରାୟ ସମସ୍ତେ ଜାଣିଥିବେ ଚନ୍ଦନ ପ୍ରଭାକର ହେଉଛନ୍ତି କପିଲଙ୍କ ବନ୍ଧୁ । ଶୋ’ରେ ଚନ୍ଦନ ଚା’ ବିକାଳି ଚରିତ୍ରରେ ନଜର ଆସିଥାନ୍ତି । ଆଉ ଭୁରିଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥାନ୍ତି ହେଲେ କିନ୍ତୁ ଭୁରୀ ତାଙ୍କୁ ଟିକେ ବି ଖାତିର କରନ୍ତି ନାହିଁ । ଏକଦା ଅକ୍ଷୟ କୁମାର ଥଟ୍ଟାମଜା କରି କହିଥିଲେ ଯେ ଚନ୍ଦନ ଗୋଟିଏ ଏପିସୋଡ୍ ପାଇଁ ସାତ ଲକ୍ଷ ଟଙ୍କା ନେଉଛନ୍ତି ।

ଭାରତୀ ସିଂ-

ଭାରତୀ ସିଂ ‘ଦ କପିଲ ଶର୍ମା ଶୋ’ରେ ସବୁବେଳେ ଭିନ୍ନଭିନ୍ନ ଚରିତ୍ରରେ ନଜର ଆସିଥାନ୍ତି । ବେଳେବେଳେ ସେ କପିଲଙ୍କ ଦିଲ୍ଲୀ ମାଉସୀ ହୁଅନ୍ତି ତ ଆଉ କେତେବେଳେ ବଚ୍ଚା ଯାଦବଙ୍କ ପତ୍ନୀ ତିତଲି ଭୂମିକାରେ ଦର୍ଶକଙ୍କୁ ଖୁବ୍ ହସାଇଥାନ୍ତି ।ଶୋ’ରେ ମାତ୍ର ୫ରୁ ୭ମି. ନଜର ଆସୁଥିବା ଭାରତୀ ପ୍ରତି ସପ୍ତାହରେ ୧୦ରୁ ୧୨ ଲକ୍ଷ ଟଙ୍କା ନେଇଥାନ୍ତି ।

ସୁମୋନା ଚକ୍ରବର୍ତ୍ତୀ-

‘ଦ କପିଲ ଶର୍ମା ଶୋ’ରେ ସୁମୋନା ଚକ୍ରବର୍ତ୍ତୀ ଭୁରୀ ଭୂମିକାରେ ଅଭିନୟ କରିଥାନ୍ତି। ଖାସକରି କପିଲ ତାଙ୍କ ଓଠକୁ ନେଇ ମଜାକ ଉଡାଇଥାନ୍ତି । ଏଥିରେ ବିରକ୍ତ ହୋଇ ଶୋ’କୁ ଆସୁଥିବା ଗେଷ୍ଟଙ୍କ ପାଖରେ ଅଭିଯୋଗ କରିଥାନ୍ତି ସେ । ସୁମୋନା ପ୍ରତି ସପ୍ତାହରେ ୬ରୁ ୭ ଲକ୍ଷ ଟଙ୍କା ନେଇଥାନ୍ତି ।

କିକୁ ଶାରଦା-

ଶୋ’ରେ ବଚ୍ଚା ଯାଦବ ଭୂମିକାରେ ଅଭିନୟ କରୁଥିବା କିକୁ ଯାଦବଙ୍କ ଏଣ୍ଟ୍ରି ଖୁବ୍ ମଜାଦାର ହୋଇଥାଏ । ସେ ପ୍ରତି ଏପିସୋଡ୍ ପାଇଁ ପାଖାପାଖି ୬ରୁ ୭ ଲକ୍ଷ ଟଙ୍କା ନେଇଥାନ୍ତି ।

ଅର୍ଚ୍ଚନା ପୁରଣ ସିଂ-

ନବଜୋତ ସିଂ ସିଦ୍ଦୁଙ୍କ ସ୍ଥାନ ନେଇଛନ୍ତି ଅର୍ଚ୍ଚନା ପୁରଣ ସିଂ । ସେ କେବଳ ହସିବା ଲାଗି ଟଙ୍କା ନିଅନ୍ତି ବୋଲି କପିଲ୍ କହିଥାନ୍ତି । ସୂଚନା ଅନୁଯାୟୀ ଗୋଟିଏ ଏପିସୋଡ ପାଇଁ ସେ ୧୦ ଲକ୍ଷ ଟଙ୍କା ନେଇଥାନ୍ତି।

Leave a Reply