ହାଇଦ୍ରାବାଦ ପୋଲିସ ନେଲା ଡିସିସନ୍ ଅନ୍ ସ୍ପଷ୍ଟ, ସଜ୍ଜନରଙ୍କୁ ଚାରିଆଡ଼ୁ ଶୁଭେଚ୍ଛା

1 min read

ହାଇଦ୍ରାବାଦ: ନର ରୂପୀ ନାରୀ ରାକ୍ଷସଙ୍କୁ ଏନକାଉଣ୍ଟର ନେଇ ଦେଶବ୍ୟାପୀ ଚର୍ଚ୍ଚା । କେଉଁ ଅଫିସର ୪ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କଲେ । ସୋସିଆଲ ମିଡିଆରେ ଏବେ ଏହା ଟ୍ରେଣ୍ଡ ହେଉଛି । ଶାଇବରାବାଦର ପୋଲିସ କମିଶନର ଭିସି ସଜ୍ଜନରଙ୍କୁ, ଏନକାଉଣ୍ଟର ନେଇ ଚାରିଆଡ଼ୁ ସାବାସୀ ମିଳୁଛି । ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ଜଣାଶୁଣା ଭିସି ସଜ୍ଜନର ୨୦୧୮ ମାର୍ଚ୍ଚ ୧୪ରେ ଶାଇବରାବାଦ ପୋଲିସ କମିଶନର ଭାବେ ଦାୟିତ୍ୱ ନେଇଥିଲେ ।ଦିଶା କେସ୍

ଗଣଦୁଷ୍କର୍ମ ପରେ ଡାକ୍ତରାଣୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ମିଳିଥିଲା । ଯାହାକୁ ନେଇ ପୂରା ଦେଶରେ ଜୋରଦାର ପ୍ରତିବାଦ ହୋଇଥିଲା । ପୋଲିସ ଅଭିଯୁକ୍ତଙ୍କୁ ଧରିବାର ୮ ଦିନ ପରେ ଆଜି ଭୋରରୁ ଖସିଯିବା ବେଳେ ଏନକାଉଣ୍ଟର କରିଛି ।

ବାରଙ୍ଗଲ କେସ୍

ଏହା ପୂର୍ବରୁ ତେଲଙ୍ଗାନାର ବାରଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କୁ ଅସଦାଚରଣ ହୋଇଥିଲା । ଯାହାକୁ ନେଇ ବିବାଦ ଦେଖା ଦେଇଥିଲା । କିଛି ସମୟ ପରେ ଏନକାଉଣ୍ଟରରେ ୩ ଅଭିଯୁକ୍ତଙ୍କୁ ସଫା କରିଥିଲା ପୋଲିସ । ଏହି ମାମଲା ୨୦୦୮ ମସିହାର । କଷ୍ଟୋଡିରେ ଥିବାବେଳେ ପୋଲିସକୁ ଆକ୍ରମଣି କରି ଅଭିଯୁକ୍ତମାନେ ଖସି ଯାଉଥିଲେ ।କେବଳ ଦୁଷ୍କର୍ମକାରୀ ନୁହେଁ ଭିସି ସଜ୍ଜନର ମାଓବାଦୀଙ୍କୁ ମୁଁ ମଧ୍ୟ ମୃତ୍ୟୁ ମୁହଁରେ ପହଞ୍ଚାଇଛନ୍ତି । ବର୍ତ୍ତମାନ ଏହି ଏନକାଉଣ୍ଟରର ମାଜିଷ୍ଟ୍ରେଟ୍ ଯାଞ୍ଚ ହେବ ।

https://nandighoshatv.comstory-behind-hyderabad-4-rapist-encounter/

 

Leave a Reply