ବଲିଉଡ୍ ବ୍ରାଣ୍ଡ୍ ଭ୍ୟାଲୁରେ ଅକ୍ଷୟ ନମ୍ବର ୱାନ୍ ଖିଲାଡି

ମୁମ୍ବାଇ:  ଭାରତରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ରହିଛି ଏକ ଖାସ୍‌ ପରିଚୟ , ଆଉ ତା ସାଙ୍ଗକୁ ବଲିଉଡ ସେଲିବ୍ରିଟିଙ୍କ ଅନ୍ଦାଜ । ସେଥିପାଇଁ ବଜାରରେ ସେମାନଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ ନିର୍ଦ୍ଧାରିତ ହୁଏ ।  ସେଲିବ୍ରିଟିଙ୍କ ଷ୍ଟାରଡମ ଅନୁସାରେ ସେମାନଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ ମଧ୍ୟ ଭିନ୍ନ ଭିନ୍ନ  । କାହାର କମ୍‌ ତ କାହାର ଅଧିକ ।

ନିକଟରେ ଡଫ୍‌ ଏବଂ ଫେଲ୍ପସ ଏକ ନୂଆ ସର୍ଭେ କରିଛନ୍ତି । ଏଥିରେ  ଷ୍ଟାରଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ ଆକଳନ ହୋଇଛି । ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ।  ୨୩୭ ମିଲିଅନ ବ୍ରାଣ୍ଡ୍‌ ଭାଲ୍ୟୁ ସହିତ ଟପ୍‌ ଓ୍ୱାନ୍‌ରେ ଅଛନ୍ତି ବିରାଟ । କିନ୍ତୁ ବିରାଟଙ୍କ ପରେ ଅନ୍ୟ ଛଅଜଣ ହେଉଛନ୍ତି ବଲିଉଡ ସେଲିବ୍ରିଟି । ଯେଉଁମାନେ ବ୍ରାଣ୍ଡ୍‌ ଭାଲ୍ୟୁ ମାମଲାରେ ସମସ୍ତଙ୍କୁ ପଛରେ ପକାଇଛନ୍ତି ।

ବଲିଉଡ ସେଲିବ୍ରିଟିଙ୍କ ଲିଷ୍ଟରେ ସବୁଠାରୁ ଆଗରେ ଅଛନ୍ତି ଖିଲାଡ଼ୀ କୁମାର । ଅକ୍ଷୟଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ ରହିଛି ୧୧୮.୯ ମିଲିଅନ୍‌ ।

ତୃତୀୟ ସ୍ଥାନରେ ଅଛନ୍ତି ରଣବୀର ସିଂ । ଗତ କିଛି ବର୍ଷ ମଧ୍ୟରେ ବଲିଉଡରେ ନିଜର ଏକ ଟପ୍‌ ର୍ୟାଙ୍କ୍‌ ସୃଷ୍ଟି କରିଥିବା ରଣବୀରଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ ହେଉଛି ୧୦୨.୯ ମିଲିଅନ ଡଲାର ।

ଚତୁର୍ଥ ସ୍ଥାନରେ ଅଛନ୍ତି  ବଲିଉଡ କିଙ୍ଗ୍‌ ଶାହାରୁଖ୍‌ ଖାନ୍‌ । ସର୍ଭେରେ ତାଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ ହେଉଛି ୫୧.୧ ମିଲିଅନ ।

ଅନ୍ୟପଟେ ଦୀପିକା ପାଦୁକୋନ ମଧ୍ୟ ଏଥିରେ ସ୍ଥାନ ନେଇ ସାରିଛନ୍ତି ।  ଶାହାରୁଖଙ୍କ ପରେ ସେ ପଞ୍ଚମ ସ୍ଥାନରେ ଅଛନ୍ତି ।

ଏହି ଲିଷ୍ଟରୁ ବାଦ୍‌ ପଡ଼ିନାହାଁନ୍ତି ଆଲିୟା ଭଟ୍ଟ । ସେ ୪୮ ମିଲିଅନ ବ୍ରାଣ୍ଡ୍‌ ଭାଲ୍ୟୁ ସହିତ  ଷଷ୍ଠ ସ୍ଥାନରେ ଅଛନ୍ତି ।

Leave a Reply