ଖରାଦିନେ ଫିଟ୍ ରହିବାକୁ ଚାହୁଁଛନ୍ତି, ଜାଣନ୍ତୁ କିଭଳି ନେବେ ସ୍ୱାସ୍ଥ୍ୟର ଯତ୍ନ…

1 min read

ଭୁବନେଶ୍ୱର: ଏବେ ଖରା ଦିନ ଆସିଗଲାଣି। ବାହରକୁ ବାହାରିବା ମାତ୍ରେ ଦେହ ଜଳିଯାଉଛି । ବାଇକ୍ ସାଇକେଲରେ ଯିବା ତ କଷ୍ଟ । ଆଉ ବିନା ଏସି ଥିବା କାରରେ ଯିବା ତାଠାରୁ ଅଧିକ କଷ୍ଟ । ତେବେ ଏତେ ସବୁ ଭିତରେ ମଧ୍ୟ ଆମକୁ ବାହାରକୁ ଯାଇ ନିଜ କାମ କରିବାକୁ ପଡ଼ିବ । ଖାଲି ସେତିକି ନୁହେଁ ସବୁ କାମ ଭିତରେ ବି ଆମକୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ମଧ୍ୟ ପଡ଼ିବ । କାରଣ ଖରାଦିନେ ସୂର୍ଯ୍ୟଙ୍କ ଯେଭଳି ପ୍ରକୋପ ରହିବ ତାକୁ ସମ୍ଭାଳିବା କଷ୍ଟ । ପ୍ରବଳ ଖରା ଯୋଗୁଁ ଦେହରୁ ସବୁ ଜଳୀୟ ଅଂଶ ଶୁଖିଯିବ । ଆଉ ଶରୀର ଦୁର୍ବଳ ହୋଇଯିବ।

ତେଣୁ ଖରାଦିନେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଅତ୍ୟନ୍ତ ଆବଶ୍ୟକ । ଆଉ ସ୍ୱାସ୍ଥ୍ୟ ପାଇଁ ଚିନ୍ତା କରିବାକୁ ହେଲେ ସର୍ବପ୍ରଥମେ ଆମେ ନିଜ ଖାଦ୍ୟ ପାନୀୟ ଉପରେ ଗୁରୁତ୍ୱ ଦେବା । ଅନ୍ୟ ଦିନ ଅପେକ୍ଷା ଖରା ଦିନେ ଆମକୁ ନିଜ ଡାଏଟ୍ରେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ । ନଚେତ୍ ଶୀରର ଅସୁସ୍ଥ ହେବାର ସମ୍ଭାବନା ଅଧିକ ରହିଛି । ଖାଦ୍ୟ ପାନୀୟ ଉପରେ ଗୁରୁତ୍ୱ ନଦେଲେ ଏହି ଋତୁରେ ଡିହାଇଡ୍ରେସନ ହେବାର ଅଧିକ ସମ୍ଭାବନା ରହିଥାଏ । ଖାଲି ସେତିକି ନୁହେଁ ଶରୀରରେ ଭିଟାମିନ୍ ଓ ମିନେରାଲସର ମଧ୍ୟ ଅଭାବ ପରିଲିକ୍ଷିତ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ଏହି ଗ୍ରୀଷ୍ମଋତୁରେ ଖରା ଦାଉରୁ ରକ୍ଷା ପାଇବା ପାଇଁ ଆମକୁ କ’ଣ ଖାଇବା ଉଚିତ୍ ।
ଟମାଟୋ: ଖରା ଦିନେ ଟମାଟୋ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରୀ । କାରଣ ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଓ ଭିଟାମିନ୍ ସି ଭରପୁର ରହିଥାଏ । ଏଥିରେ ଲାଇକୋପିନ୍ ଭଳି ଉପୋଗୀ ଫାଇଟୋ କେମିକାଲ ମଧ୍ୟ ରହିଥାଏ । ଯାହାକି କ୍ୟାନ୍ସର ଭଳି ଦୂରାରୋଗକୁ ଭଲ କରିବାରେ ସାହାଯ୍ୟ କରେ।

ଦହି: ଖରା ଦିନେ ଦହି ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ହିତକର । ଦହି ଖାଇବା ଦ୍ୱାରା ଆମ ଶରୀର ଭିତରୁ ଥଣ୍ଡା ରହିଥାଏ । ଦହିରେ ଥିବା ପ୍ରୋଟିନ୍ ଆମ ପେଟକୁ ପୁରଣ କରି ରଖିଥାଏ । ଆଉ ଏହା ଖାଇବା ଦ୍ୱାରା ଆମକୁ ଅଧିକ ସମୟ ଯାଏଁ ଭୋକ ଲାଗିନଥାଏ । ଯଦି ଆପଣ କିଛି ବି ଅନହେଲଦି ଖାଦ୍ୟ ଖାଇଛନ୍ତି ତେବେ ତାର ପର୍ଶ୍ୱ ପ୍ରତିକ୍ରିୟାରୁ ଆପଣଙ୍କୁ ଦହି ସୁରକ୍ଷିତ ରଖିଥାଏ । ଦହି ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । ଦହିରେ ପ୍ରୋ ବାୟୋଟିକ୍ ରହିଥାଏ । ଯାହା ପାଚନ ଶକ୍ତିକୁ ବଢ଼ାଇଥାଏ । ଏବଂ ସୁସ୍ଥ ରଖିଥାଏ ।

ତରଭୁଜ: ଖରା ଦିନେ ତରଭୁଜ ଶରୀରକୁ ଥଣ୍ଡା କରିବା ସହ ଡିହାଇଡ୍ରେସନ୍ ଦୂର କରିବା କାମ କରିଥାଏ । ତରଭୁଜରେ ପାଣିର ମାତ୍ରା ଅଧିକ ରହିଥାଏ, ତେଣୁ ଏହା ଖାଇବା ଦ୍ୱାରା ଶୀଘ୍ର ଭୋକ ଲାଗି ନଥାଏ । ତରଭୁଜରେ ଲାଇକୋପିନ୍ ମଧ୍ୟ ରହିଥାଏ ଯାହା ତ୍ୱଚାକୁ ସୂର୍ଯ୍ୟଙ୍କ କିରଣରୁ ନଷ୍ଟରୁ ହେବାରୁ ସୁରକ୍ଷା ଦେଇଥାଏ ।

କମଳା: କମଳାରେ ବହୁତ ସାରା ପୋଟାସିୟମ୍ ରହିଥାଏ । ଯାହାକୁ ଖରା ଦିନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଗ୍ରୀଷ୍ମ ଋତୁରେ ଝାଳ ମାଧ୍ୟମରେ ଶରୀରରୁ ପୋଟାସିୟମ୍ ବାହାରି ଯାଏ । ଯାହାଦ୍ୱାରା ମାଂସପେଶୀକୁ କଷ୍ଟ ହେବାର ସମ୍ଭାବନା ଅଧିକ ବଢ଼ିଇଥାଏ । ଏହି ଋତୁରେ କମଳା ଖାଇବା ଦ୍ୱାରା ଶରୀରରେ ଆବଶ୍ୟକ ପରିମାଣର ପୋଟାସିୟମ୍ ରହିଥାଏ । କମଳାରେ ୮୦ ପ୍ରତିଶତ ରସ ଥାଏ, =ଯାହା ଆପଣଙ୍କୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରେ ।
ବ୍ଲାକବେରୀ ଏବଂ ରସ୍ପବେରିଜ- ବିରିଜ୍ ଫାଇବରର ଏକ ଉତ୍ତମ ଉତ୍ସ । ଛୋଟ ଦେଖାଯାଉଥିବା ବେରିଜ୍ ଅନେକ ଗୁଣର ଭଣ୍ଡାର ହୋଇଥାଏ । ଏହା ଭିଟାମିନ୍ ସି’ରେ ପରିପୂର୍ଣ୍ଣ । ଏକ କପ୍ ବେରିଜରେ ୮ ଗ୍ରାମ ଫାଇବର ମିଳିଥାଏ ।

ସେଓ, ଅଞ୍ଜିର ଏବଂ ନାସପାତି: ଏହି ତିନୋଟି ଜିନିଷ ଫାଇବରରେ ଭରପୂର । ଏଥିରୁ ଅଧିକ ପୋଷକ ତତ୍ୱ ପାଇବା ପାଇଁ ଏହାକୁ ଚୋପା ସହ ଖାଇବା ଆବଶ୍ୟକ । ଖାଇବା ପୂର୍ବରୁ ଏହାକୁ ଭଲ ଭାବରେ ଧୋଇ ଦେବା ଉଚିତ୍ । ଦୁଇଟି ମଧ୍ୟମ ଆକାରର ଅଞ୍ଜିରରେ ୧.୫ ଗ୍ରାମ ଫାଇବର ରହିଥାଏ ।

ଗ୍ରୀନ୍ ଟି: ଖରା ଦିନେ ଗ୍ରୀନ୍ ଟି ଆପଣଙ୍କୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରା । ଅଧ୍ୟୟନ ଅନୁଯାୟୀ, ଗ୍ରୀନ୍ ଟି କର୍କଟ ରୋଗ ସହିତ ଲଢ଼ିଥାଏ । ଏବଂ ହୃଦରୋଗର ଆଶଙ୍କା ମଧ୍ୟ ହ୍ରାସ କରିଥାଏ । ଖାଲି ସେତିକି ନୁହେଁ ଏହା କଲେଷ୍ଟ୍ରୋଲ କମ୍ କରିବା ସହ ମେଟାପୋଲିଜିମ୍କୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । ଯଦି ଆପଣ ଗରମ ଦିନରେ ଗରମ ପାଣିରେ ଗ୍ରିନ୍ ଟି ପିଇବାକୁ କଷ୍ଟ ଅନୁଭବ କରୁଛନ୍ତି ତେବେ ଆପଣ ଏହାକୁ ଥଣ୍ଡା କରି ମଧ୍ୟ ପିଇପାରିବେ । ଏହା ପୋଷକ ତତ୍ୱରେ ପରିପୂର୍ଣ୍ଣ ।

କଞ୍ଚା ସାଲାଡ୍: ଏହି ଋତୁରେ ସବୁଜ ପତ୍ର ଯୁକ୍ତ ପନିପରିବାର ଏକ ସାଲାଡ୍ ନିଶ୍ଚୟ ଖାଆନ୍ତୁ । ନାରଙ୍ଗି ଏବଂ ସବୁଜ ପନିପରିବାରେ କେରୋଟିନାଏଡ୍ ରହିଥାଏ ଯାହା ଶରୀରରେ ଭିଟାମିନ୍ A ତିଆରି କରିବାରେ ପ୍ରସ୍ତୁତ କରେ । ଏହା ତ୍ୱଚାକୁ ସୂର୍ଯ୍ୟ କିରଣ ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରିଥାଏ । ଆପଣଙ୍କ ସାଲାଡରେ ଗାଜର, ଖୁବାନୀ, ତରଭୁଜ୍, ଟମାଟୋ, ଅଙ୍ଗୁର, ଏବଂ ଅଣ୍ଡା ମିଶାଇ ଆପଣ ଏହାକୁ ଅଧିକ ସୁସ୍ଥ କରିପାରିବେ ।

Leave a Reply