ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କେବେ ? ଜାଣନ୍ତୁ ତାରିଖ…

1 min read
Know Exam Date Of 10th And 12th Class Student Of Odisha

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ । ସିବିଏସଇ ପରୀକ୍ଷା ତାରିଖ ଘୋଷଣା ପରେ ରାଜ୍ୟରେ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆସନ୍ତା ୮ ତାରିଖରୁ ରାଜ୍ୟରେ ବିଦ୍ୟାଳୟ ଖୋଲିବ । ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ୮ ତାରିଖରୁ ସ୍କୁଲ ଖୋଲିବାକୁ ଥିବାବେଳେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ହେବ । ଅର୍ଥାତ୍ ସ୍କୁଲକୁ ପାଠ ପଢ଼ିବା ଲାଗି କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଯିବେ । ଅନ୍ୟ ଶ୍ରେଣୀର ଛାତ୍ରଛାତ୍ରୀ ପୂର୍ବଭଳି ଅନଲାଇନରେ ପାଠ ପଢ଼ିବେ ।

Know Exam Date Of 10th And 12th Class Student Of Odisha

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମେ’ ୩ ତାରିଖରୁ ଆରମ୍ଭ ହୋଇ ୧୫ ମେ’ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ’ ୧୫ରୁ ଆରମ୍ଭ ହୋଇ ଜୁନ୍‌ ୧୧ରେ ସରିବ । ନିର୍ଘଣ୍ଟ ଅନୁସାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର ଓ ରବିବାରକୁ ମିଶାଇ ୧୦୦ ଦିନ ପାଠପଢ଼ା ହେବ । ପାଠପଢ଼ା ନିମନ୍ତେ ଏକ ବିସ୍ତୃତ ମାର୍ଗଦର୍ଶିକା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି । ଏହି ମାର୍ଗଦର୍ଶିକା ଅନୁସାରେ ସରକାରୀ ସାହାଯ୍ୟପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ ।

Know Exam Date Of 10th And 12th Class Student Of Odisha

ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜାନୁଆରୀ ୮ରୁ ଏପ୍ରିଲ୍ ୨୬ ତାରିଖ ପର୍ଯ୍ୟନ୍ତ ପାଠପଢ଼ା ହେବ । ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଜାନୁଆରୀ ୮ରୁ ଅପ୍ରେଲ ୨୮ ପର୍ଯ୍ୟନ୍ତ ଚାଲିବ । ଦଶମ ଶ୍ରେଣୀ ପ୍ରାକ୍ଟିକାଲ୍ ପରୀକ୍ଷା ଏପ୍ରିଲ୍ ୨୭ରୁ ମେ’ ୨ ତାରିଖ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ୍ ପରୀକ୍ଷା ଏପ୍ରିଲ୍ ୨୯ରୁ ମେ’ ୧୪ ତାରିଖ ପର୍ଯ୍ୟନ୍ତ ହେବ ।

Know Exam Date Of 10th And 12th Class Student Of Odisha
FILE

ସ୍କୁଲରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀଗୁଡ଼ିକର ଅନୁପାଳନ ବାଧ୍ୟତାମୂଳକ କରାଯିବ । ଛାତ୍ରଛାତ୍ରୀ, ଶିକ୍ଷକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧିବାକୁ ପଡ଼ିବ । ଜାରି ଏସଓପିକୁ CBSE ଓ ICSE ବୋର୍ଡ ପରିଚାଳିତ ସ୍କୁଲ ମାନିବେ ।

ଏଥିସହ ପଢ଼ନ୍ତୁ- ୮ରୁ ଖୋଲିବ ସ୍କୁଲ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ୧୦୦ ଦିନର ପାଠ୍ୟକ୍ରମ

Leave a Reply