ଅଯୋଧ୍ୟା ମାମଲା, ଜାଣନ୍ତୁ ପୂରା କାହାଣୀ….

1 min read

ନୂଆଦିଲ୍ଲୀ: ବଦଳିବ ଭୂଗୋଳ, ଲେଖାଯିବ ନୂଆ ଇତିହାସ । ଶନିବାର ଏକ ବଡ଼ ରାୟ ଅପେକ୍ଷାରେ ସାରା ଦେଶ । ଆସୁଛି ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ । ଲମ୍ବା ସମୟ ଧରି ନ୍ୟାୟିକ ବ୍ୟବସ୍ଥାର ସୂତାରେ ଝୁଲୁଥିବା ଦଶନ୍ଧି ଦଶନ୍ଧିର ମାମଲାରେ ଆସିବ କ୍ଲାଇମାକ୍ସ । ଅପେକ୍ଷାରେ ଦେଶବାସୀ  ।

SC on Ayodhya

ଅଯୋଧ୍ୟା ଜମି ବିବାଦ କଣ ?

– ରାମ ଜନ୍ମଭୂମୀ ଓ ବାବ୍ରୀ ମସଜିଦ୍‌ ସ୍ଥଳକୁ ନେଇ ଲାଗି ରହିଛି ବିବାଦ
– ୨ ଦଶମିକ ୭୭ ଏକର ଜମିକୁ ନେଇ ଅଶୀ ଦଶକରୁ ବିବାଦ
– ଚାଲିଛି ହିନ୍ଦୁ ମୁସଲିମଙ୍କ ଭିତରେ ତିକ୍ତତା
– ୧୯୯୨ରେ ଦକ୍ଷିଣପନ୍ଥୀ କର୍ମୀ ୧୬ଶହ ଶତାବ୍ଦୀର ବ୍ରାବୀ ମସଜିଦ ଢାଞ୍ଚାକୁ ଭାଙ୍ଗି ଦେଇଥିବା ଅଭିଯୋଗ
– ହିନ୍ଦୁମାନଙ୍କ ବିଶ୍ୱାସ ଏହା ରାମଙ୍କ ଜନ୍ମଭୂମି
– ସେବେଠୁ ବିବାଦୀୟ ଜମିକୁ ନେଇ ଲାଗିଛି ଦ୍ୱନ୍ଦ୍ୱ
– ହିନ୍ଦୁ ଗୋଷ୍ଠୀ ଚାହୁଁଛନ୍ତି ସେଠାରେ ରାମ ମନ୍ଦିର ହେଉ
– ମୁସଲିମ ଗ୍ରୁପ୍‌ଙ୍କ ଦାବି ସେଠାରେ କୌଣସି ମନ୍ଦିର ନଥିଲା
– ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ଜମିକୁ ସମାନ ୩ ଭାଗରେ ବାଣ୍ଟି ଦେଇଥିଲେ
– ତିନି ପକ୍ଷ: ନିର୍ମୋହୀ ଆଖଡ଼ା, ରାମ ଲାଲା ଓ ସୁନି ଓ୍ବାକଫ୍ ବୋର୍ଡ
– ସମସ୍ତ ଅସନ୍ତୁଷ୍ଟ ସୁପ୍ରମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ
– ୧୪ଟି ଯାଚିକା ଦାୟର
– ଅନେକ ବର୍ଷ ଧରି ଚାଲିଥିଲା ମାମଲା

Babri Msaque

କିଛି ଦିନର ପ୍ରୋସିଡିଙ୍ଗସ୍‌:

– ୪୦ ଦିନର ଲଗାତର ଶୁଣାଣି ପରେ ଶନିବାର ଆସୁଛି ରାୟ
– ଅକ୍ଟୋବର ୧୬ରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ
– ନଭେମ୍ବର ୧୭ରେ ସରୁଛି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଗୋଗୋଇଙ୍କ କାର୍ଯ୍ୟକାଳ
– ତା ପୂର୍ବରୁ ୧୦ତାରିଖରେ ଆସୁଛି ରାୟ
– ମଧ୍ୟସ୍ଥତା ମାଧ୍ୟମରେ ସମାଧାନର ରାସ୍ତା ବାହାର କରିବାକୁ କହିଥିଲେ ସୁପ୍ରମ୍‌କୋର୍ଟ
– ଆର୍ଟ ଅଫ୍‌ ଲିଭିଂ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର, ବରିଷ୍ଠ ଆଇନଜୀବୀ ଶ୍ରୀରାମ ପଞ୍ଚୁଙ୍କୁ ମଧ୍ୟସ୍ଥତା ଦାୟିତ୍ୱ
– ଫେଲ୍‌ ମାରିଥିଲା ମଧ୍ୟସ୍ଥତା
– ଶୁଣାଣି ପାଇଁ ରାଜି ହେଲେ ସୁପ୍ରମକୋର୍ଟ

Rama Janmabhumi

କେଉଁ ବିଚାରପତି କରିବେ ଶୁଣାଣି ?

– ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠରେ ହୋଇଥିଲା ଶୁଣାଣି
– ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇଙ୍କ ସହ ଅନ୍ୟ ୪ ବିଚାରପତି ସାମିଲ
– ଏସ୍‌ ଏ ବୋବଡ଼େ, ଡି ୱାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ, ଏସ୍ ଅବଦୁଲ ନାଜିର

5 Judge bench

ସୁରକ୍ଷା ବନ୍ଦୋବସ୍ତ

– ସାରା ଦେଶରେ ହାଇଆଲର୍ଟ
-ସେନା ଛାଉଣୀରେ ଉତ୍ତରପ୍ରଦେଶ
– ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୧୨ହଜାର ସୁରକ୍ଷା ବଳ ମୁତୟନ
– ୪ହଜାର ଅର୍ଦ୍ଧ ସାମରିକ ବାହିନୀ ସଜାଗ
– ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ
– ବଢ଼ିଲା ୫ ବିଚାରପତିଙ୍କ ସୁରକ୍ଷା ବ୍ୟବସ୍ଥା
– ମୋବାଇଲ ଆପ୍ ସହାୟତାରେ ୧୬ହଜାର ସ୍ୱେଚ୍ଛାସେବୀଙ୍କ ଜରିଆରେ ଗ୍ରାଉଣ୍ଡ ଜିରୋ ଉପରେ ନଜର
– ଡ୍ରୋନ୍‌ କ୍ୟାମେରାରେ ସ୍ଥିତି ଉପରେ ନଜର ରଖିଛି ପ୍ରଶାସନ
– ସୋମବାର ଯାଏଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ
– ଲକ୍ଷ୍ନୌ ଓ ଅଯୋଧ୍ୟାରେ ଦୁଇଟି ହେଲିକପ୍ଟର ସଜାଗ
– ଗୁଜବରେ ବିଶ୍ୱାସ ନକରିବାକୁ ପରାମର୍ଶ

Security Tighten

କଣ କହିଲେ ପ୍ରଧାନମନ୍ତ୍ରୀ ?
– ଅଯୋଧ୍ୟା ରାୟ ଯାହା ବି ହେବ ସମସ୍ତେ ମାନିବା
– ଏହା କୌଣସି ଧର୍ମର ହାରଜିତ୍ ନୁହେଁ
– ଶାନ୍ତି ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

PM Modi ')}

Leave a Reply