ପାଓ୍ୱାର ଇଣ୍ଡେକ୍ସ ୨୦୨୦ରେ ଭାରତର ସ୍ଥାନ କେଉଁଠି?

ଚୀନ ଆଗରେ ଭାରତ କେଉଁଠି ? ପାୱାର ଗେମରେ ଟପରେ ଥିବା ୫ ଦେଶ ଗତବର୍ଷ ଭଳି ଏଥର ବି ନିଜ ସ୍ଥାନରେ ରହିଛନ୍ତି । ତେବେ ସେମାନଙ୍କ ଶକ୍ତିରେ କିଛି ପରିବର୍ତ୍ତନ ହୋଇଛି । କିଏ ଆଗ ଅପେକ୍ଷା ଦୁର୍ବଳ ହୋଇଛି ତ’ କିଏ ଟିକିଏ ଅଧିକ ପାୱାରଫୁଲ । ଏସିଆ ବିଶେଷକରି ଏସିଆ ପେସିଫିକ୍ କ୍ଷେତ୍ର, ଦକ୍ଷୀଣ ଚୀନ ସାଗର ଓ ଲଦାଖରେ ଭାରତ ସହିତ ଚୀନ ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ସିଡନିର ଲୋଭି ଇନଷ୍ଟିଚ୍ୟୁଟ୍ ପାୱାର ଇଣ୍ଡେକ୍ସ ୨୦୨୦ ଜାରି କରିଛି । ଏହା ଅନୁସାରେ ଏସିଆ ପେସିଫିକରେ ଏବେ ମଧ୍ୟ ଆମେରିକା ନମ୍ବର ୱାନ୍ ସୁପର ପାୱାର । ତା’ପରେ ରହିଛି ଚୀନ୍ । ଏହାର ଅର୍ଥ କ’ଣ ? ଭାରତ ପାଇଁ ଏହା କେତେ ଗୁରୁତ୍ୱ ରଖେ ।

ପାୱାର ଇଣ୍ଡେକ୍ସ ୨୦୨୦ ଅନୁସାରେ ୨୬ ଦେଶର ଏହି ସୂଚୀରେ ଆମେରିକା ନମ୍ବର ୱାନ୍ । ତେବେ ଆମେରିକା ସହ ଭାରତ ପାଇଁ ଚିନ୍ତା ବଢାଇବା ଭଳି ତଥ୍ୟ ହେଉଛି ଯେ, ଦୁଇ ବର୍ଷ ତଳେ ଚୀନ୍ ଠାରୁ ଆମେରିକା ୧୦ ପଏଣ୍ଟ୍ ଆଗରେ ଥିଲା । ୨୦୨୦ରେ ଏହା ୫ରୁ ୬ ପଏଣ୍ଟ୍ ତଳକୁ ଖସି ଆସିଛି । ଅର୍ଥାତ ଚୀନ୍ ଖୁବଶୀଘ୍ର ଆମେରିକାକୁ ମାତ୍ ଦେବାର ଦମ୍ ରଖୁଛି । ବିଶେଷଜ୍ଞ ଏଥିପାଇଁ କରୋନାକୁ ଦାୟୀ କରୁଛନ୍ତି । କରୋନା ମୁକାବିଲା ଦିଗରେ ଟ୍ରମ୍ପ ଯେମିତି ଢିଲା ଆଭିମୁଖ୍ୟ ଗ୍ରହଣ କଲେ ତା’ର ଫାଇଦା ଉଠାଇ ଚୀନ୍ ଜିଓ ପଲିଟିକ୍ସରେ ଆମେରିକାକୁ ଚ୍ୟାଲେଂଜ୍ କରିବା ସ୍ଥିତିକୁ ଆସିଗଲାଣି ।

ଏବେ ଆସନ୍ତୁ ଜାଣିବା ଭାରତ ଏହି ପାୱାର ଇଣ୍ଡେକ୍ସର କେଉଁ ସ୍ଥାନରେ ରହିଛି?

ଭାରତର ସ୍ଥାନ ହେଉଛି ଚତୁର୍ଥ । ଚୀନ୍ ଓ ଜାପାନ ପରେ ରହିଛି ଭାରତ । ଲୋଭି ଇନଷ୍ଟିଚ୍ୟୁଟ୍ ଅନୁସାରେ ଏଥର ରାଙ୍କିଂରେ କରୋନା ଗେମ୍ ଚେଂଜର ସାବ୍ୟସ୍ତ ହୋଇଛି । ଭାରତର ଅର୍ଥବ୍ୟବସ୍ଥା ଚୀନ୍ ଅର୍ଥବ୍ୟବସ୍ଥାର ୫୦ ପ୍ରତିଶତ ୨୦୩୦ ସୁଧା ଛୁଇଁବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏବେର ଅନୁମାନ ହେଉଛି ୨୦୩୦ ସୁଧା ଭାରତୀୟ ଅର୍ଥବ୍ୟବସ୍ଥା ଚୀନ ଅର୍ଥବ୍ୟବସ୍ଥାର ମାତ୍ର ୪୦ ପ୍ରତିଶତ ହୋଇ ପାରିବ । ଦୁଇ ଦେଶଙ୍କ ରାଙ୍କିଂରେ ପଏଣ୍ଟର ବଡ ଫରକ ରହିଛି । ଫଳରେ ଆମେରିକା ସହିତ ଚୀନ୍ ସୁପର ପାୱାର କିନ୍ତୁ ଭାରତ ମିଡିଲ ପାୱାର ବା ମଧ୍ୟମ ଶକ୍ତି । ଚୀନ୍ ୭୮ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଭାରତକୁ ମିଳିଛି ୪୦ ପଏଣ୍ଟ୍ ।  ଏବେ ପ୍ରଶ୍ନ ହେଉଛି ଭାରତ ଚୀନଠାରୁ କେମିତି ପଛରେ ରହିଗଲା ? ଏହି ଅଧ୍ୟୟନ ପାଇଁ ଅନେକ କାରଣକୁ ନିଆଯାଇଥିଲା । ତା’ମଧ୍ୟରୁ ୮ଟି କାରଣକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା ।

ଆର୍ଥିକ କ୍ଷମତା ମାମଲାରେ ଭାରତ ୨୫ ପଏଣ୍ଟ ପାଇଥିବା ବେଳେ ଚୀନ୍ ପାଇଛି ୯୨.୫ ପଏଣ୍ଟ
ସାମରିକ କ୍ଷମତାରେ ଭାରତର ସ୍କୋର ହେଉଛି ୪୪,ଚୀନର ୬୬.୮
ନମନିୟତା ମାମଲାରେ ଭାରତକୁ ୪୪ ପଏଣ୍ଟ୍ ମିଳିଥିବା ବେଳେ ଚୀନକୁ ୭୦.୬
ଭବିଷ୍ୟ ସମ୍ବଳ କ୍ଷେତ୍ରରେ ଚୀନକୁ ୮୫ .୭ ପଏଣ୍ଟ ମିଳିଥିବା ବେଳେ ଭାରତକୁ୪୯.୨
ଆର୍ଥିକ ସମ୍ବନ୍ଧ କ୍ଷେତ୍ରରେ ଚୀନ୍ ସ୍କୋର ହେଉଛି ୯୮.୯ ,ଅନ୍ୟପକ୍ଷରେ ଭାରତକୁ ମିଳିଛି ମାତ୍ର ୨୩.୭ ପଏଣ୍ଟ୍
ଡିଫେନ୍ସ ନେଟୱର୍କକୁ ଯଦି ଦେଖିବା ତେବେ ଚୀନ୍ ପାଇଛି ୨୪ ପଏଣ୍ଟ,ଭାରତକୁ ମିଳିଛି ୨୬
କୂଟନୈତିକ ପ୍ରଭାବ ଦୃଷ୍ଟିରୁ ଚୀନ୍ ଭାରତଠାରୁ ଢେର ଆଗରେ ଅଛି,ଚୀନ୍ ଏଥିର ୯୧.୧ ପଏଣ୍ଟ ସ୍କୋର କରିଛି ଭାରତକୁ ମିଳିଛି ମାତ୍ର ୬୫.୯
ସେହିଭଳି ସଫ୍ଟ ପାୱାର ମାମଲାରେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ଚୀନ୍ ଭାରତଠାରୁ ଆଗରେ ଅଛି । ଚୀନ ୬୧.୯ ପଏଣ୍ଟ ସ୍କୋର କରିଥିବା ବେଳେ ଭାରତ ପାଇଛି ମାତ୍ର ୪୩.୭ ପଏଣ୍ଟ
ସବୁଠାରୁ ବଡ କଥା ହେଲା ଆର୍ଥିକ କ୍ଷେତ୍ରରେ ଭାରତ ଚୀନଠାରୁ ଢେର ପଛରେ ଅଛି ।

ଏହି ଷ୍ଟଡିରେ ତୃତୀୟ ସ୍ଥାନ ପାଇଥିବା ଜାପାନକୁ ସ୍ମାର୍ଟ ପାୱାର ବୋଲି କୁହାଯାଇଛି । କାରଣ ଏହା ସାମରିକ ଶକ୍ତିଦୃଷ୍ଟିରୁ ଭାରତଠାରୁ ପଛରେ ଥିଲେ ମଧ୍ୟ କୂଟନୈତିକ ଓ ଆର୍ଥିକ କ୍ଷେତ୍ରରେ ବିଶ୍ୱରେ ନିଜ ପ୍ରଭାବ ବିସ୍ତାର କରିଛି । ଅର୍ଥାତ ଭାରତକୁ ମଧ୍ୟ ଅଧିକ ସ୍ମାର୍ଟ ହୋଇ ନିଜ ଡିଫେନ୍ସ ନେଟୱର୍କ ଓ ଅନ୍ୟ ଦେଶଙ୍କ ସହ ସମ୍ପର୍କକୁ ଅଧିକ ମଜବୁତ କରିବାକ ପଡିବ ।

Leave a Reply