ମୋରିଶ୍ ନୁହେଁ ଏହି ଭାରତୀୟ ଖେଳାଳୀ ହେଉଛନ୍ତି IPLର ସବୁଠୁ ଦାମୀ ଖେଳାଳି

1 min read

ଆଇପିଏଲର ୧୪ତମ ସଂସ୍କରଣ ପାଇଁ ଶେଷ ହୋଇଛି ନିଲାମି। ଚଢା଼ ଦରରେ ବିକ୍ରି ହୋଇଛନ୍ତି ନାମୀ ଦାମୀ ପ୍ଲେଆର୍। ଏହି ଅକ୍ସନରେ କ୍ରିଶ୍ ମୋରିସଙ୍କୁ ୧୬.୨୫ କୋଟି ଟଙ୍କାରେ କିଣି ନେଇଛି ରାଜସ୍ଥାନ ରୟାଲ୍ସ। ଯାହା ପରେ ତାଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ମୋରିଶ୍ ଯୁବରାଜଙ୍କ ରେକର୍ଡ଼ ଭାଙ୍ଗିଦେଇଛନ୍ତି । ୨୦୧୫ରେ ଯୁବରାଜଙ୍କୁ ୧୬ କୋଟି ଟଙ୍କାରେ କିଣିଥିଲା ଦିଲ୍ଲୀ ଡେୟାରଡେଭିଲ୍ସ। କିନ୍ତୁ ମୋରିସଙ୍କୁ ୨୫ ଲକ୍ଷ ଟଙ୍କା ଅଧିକ ଦେଇ ରାଜସ୍ଥାନ କିଣିଛି। କୁହାଯାଉଛି ଯେ ମୋରିଶ ଆଇପିଏଲର ସବୁଠୁ ଦାମୀ ଖେଳାଳୀ। କିନ୍ତୁ ଏହା ସତ ନୁହେଁ । ଏବେ ବି ମୋରିଶଙ୍କ ଆଗରେ ଅଛନ୍ତି ଆଉ ଜଣେ ଭାରତୀୟ ଖେଳାଳି। ଏବେ ବି ଆଇପିଏଲର ସବୁଠୁ ଦାମୀ ଖେଳାଳି ଅଛନ୍ତି  ଟିମ୍ ଇଣ୍ଡିଆର କ୍ୟାପ୍ଟେନ୍ ବିରାଟ୍ କୋହୋଲି । ଆସନ୍ତୁ ଜାଣିବା ଆଇପିଏଲର ସବୁଠୁ ମହଙ୍ଗା ୬ ଖେଳାଳିଙ୍କ ବିଷୟରେ।

 ବିରାଟ୍ କୋହଲି: ଆଇପିଏଲ ଇତିହାସରେ ସବୁଠୁ ଦାମୀ ଖେଳାଳି ବିରାଟ କୋହଲି । ଆଇପିଏଲରେ ଗୋଟିଏ ସଂସ୍କରଣ ଖେଳିବାକୁ ବିରାଟ୍ ନିଅନ୍ତି ୧୭ କୋଟି ଟଙ୍କା । ୩୨ ବର୍ଷୀୟ କୋହଲିଙ୍କୁ ବିଶ୍ୱର ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରେ ଗଣାଯାଏ। ୨୦୧୩ରୁ ରୟାଲ ଚ୍ୟଲେଞ୍ଜର୍ସ ବ୍ୟାଙ୍ଗଲୋର ଅଧିନାୟକ ଭାବେ ଖେଳୁଛନ୍ତି କୋହଲି । ହେଲେ ଆଜି ପର୍ଯ୍ୟନ୍ତ ୱିନିଂ ଟାଇଟଲ ଜିତି ପାରିନି କୋହଲିଙ୍କ ଟିମ୍।

କ୍ରିଶ୍ ମୋରିଶ୍: ବିରାଟ କୋହଲିଙ୍କ ପରେ କ୍ରିଶ ମୋରିଶ ହେଉଛନ୍ତି ଆପିଏଲର ଦ୍ୱିତୀୟ ଦାମୀ ଖେଳାଳି । ସାଉଥ ଆଫ୍ରିକାର ଅଲରାଉଣ୍ଡର ମୋରିଶଙ୍କୁ ୧୬ କୋଟି ୨୫ ଲକ୍ଷରେ କିଣିଛି ରାଜସ୍ଥାନ ରୟାଲ୍ସ। ଚଳିତ ବର୍ଷ ମୋରିଶକୁ ରିଲିଜ କରିଦେଇଥିଲା ଆରସିବି । ଦୁଇ ଅର୍ଦ୍ଧଶତକ ସମେତ ଆଇପିଏଲରେ ୭୦ ଟି ମ୍ୟାଚରେ ୫୫୧ ରନ୍ ସ୍କୋର କରିବା ସହ  ୮୦ଟି ୱିକେଟ୍ ନେଇଛନ୍ତି।

ପ୍ୟାଟ୍ କମିନ୍ସ: କୋଲକାତା ନାଇଟ୍ ରାଇଡର୍ସର ଏହି ଦମଦାର ଖେଳାଳି ଆଇପିଏଲ୍ ପାଇଁ ନିଅନ୍ତି ୧୫ କୋଟି ୫ ଲକ୍ଷ ଟଙ୍କା । ଅଷ୍ଟ୍ରେଲିୟାନ ଫାଷ୍ଟ ବୋଲର କମିନ୍ସ ୧୮ ବର୍ଷ ବୟସରେ  କ୍ରିକେଟ୍ ମଇଦାନକୁ ଓହ୍ଲାଇଥିଲେ। ଗତ ସିଜିନର ନିଲାମରେ ଆଇପିଏଲ୍ ଇତିହାସରେ ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ଥିଲେ କମିନ୍ସ।

ମହେନ୍ଦ୍ର ସିଂ ଧୋନି: ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାପ୍ଟେନ୍ କୁଲ୍  ମହେନ୍ଦ୍ର ସିଂ ଧୋନି ଆଇପିଏଲ ଖେଳିବାକୁ ନିଅନ୍ତି ୧୫ କୋଟି ଟଙ୍କା। ୨୦୧୯ ଅଗଷ୍ଟ ୧୫ରେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିଲେ। ୨୦୦୮ରୁ CSK ର ଅଧିନାୟକ ରହିଆସିଛନ୍ତି ଧୋନି । ତାଙ୍କ ନେତୃତ୍ୱରେ CSK ତିନିଥର ଜିତିଛି ଆଇପିଏଲ୍ ୱିନିଂ ଟାଇଟଲ୍ । ୨୦୧୦, ୨୦୧୧ ଏବଂ ୨୦୧୮ରେ ଚାମ୍ପିଅନ୍ ହୋଇଥିଲେ CSK।

ରୋହିତ ଶର୍ମା: ହିଟ୍ ମ୍ୟାନ୍ ରୋହିତ ଶର୍ମା ବି ଆଇପିଏଲ୍ ରେ ଖିଳିବାକୁ ନିଅନ୍ତି ୧୫ କୋଟି ଟଙ୍କା ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଆଇପିଏଲ୍ ଚମ୍ପିୟନ୍ ହୋଇଛି । ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ବିଜୟର ତାଜ ପିନ୍ଧିଛି ମୁମ୍ବାଇ ଇଣ୍ଡିଆନ୍ସ।

ଋଷଭ ପନ୍ଥ: ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ଥ ବି ପଛରେ ପଡ଼ିନାହାଁନ୍ତି । ଧୋନି ଓ ରୋହିତ ଶର୍ମାଙ୍କ ଭଳି ପନ୍ଥ ବି ଆଇପିଏଲ ଖେଳିବାକୁ ନିଅନ୍ତି ୧୫ କୋଟି ଟଙ୍କା । ଗତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୧୪ଟି ମ୍ୟାଚରେ ପନ୍ଥ କରିଥିଲେ ୩୪୩ ରନର ସ୍କୋର୍। ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ବିଜୟରେ ବି ପନ୍ଥଙ୍କର ଥିଲା ସ୍ମରଣୀୟ ପ୍ରଦର୍ଶନ।

Leave a Reply