ସନ୍‌ରାଇଜର୍ସକୁ ହରାଇ ୭ ଓ୍ୱିକେଟ୍‌ରେ ବାଜିମାରିଲା KKR

KKR

ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ କେକେଆର ସାତୋଟି ୱିକେଟରେ ଚମତ୍କାର ବିଜୟ ହାସଲ କରିଛି । ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ଚାରି ୱିକେଟ୍ ହରାଇ ୧୪୨ ରନ୍ ସଂଗ୍ରହ କରିଥିଲା ।

୧୪୩ ରନର ଲକ୍ଷ୍ୟ ନେଇ କେକେଆର ମଇଦାନକୁ ଓହ୍ଲାଇଥିବା ବେଳେ ମୋଟ୍‌ ୧୮ ଓଭରରେ ୩ ୱିକେଟ୍ ହରାଇ ବିଜୟ ଟିକା ମାରିଛି । ଏହି ମ୍ୟାଚ୍‌ରେ କେକେଆର ଟିମର ସୁଭମ ଗିଲ ଏବଂ ମୋରଗାନଙ୍କ ଦମଦାର ଯୋଡି ଦେଖିବାକୁ ମିଳିଛି । କେକେଆରର ୩ ୱିକେଟ୍ ଖସିଯିବା ପରେ ସୁଭମ ଗିଲ ଏବଂ ଇଓନ ମୋର୍ଗାନ ଇନିଂସକୁ ନିଜ ଅଧୀନକୁ ନେଇଥିଲେ । ସୁଭମ ଗିଲ୍‌ ୬୨ ବଲ୍‌ରେ ୭୦ ରନ କରିଥିବା ବେଳେ ମୋରଗାନ୍‌ ୨୯ ବଳରେ ୪୨ ରନ୍‌ ସଂଗ୍ରହ କରିଥିଲେ ।

ସେପଟେ ଟସ୍ ଜିତିବା ପରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ କେକେଆରର ଘାତକ ବୋଲିଂ ସାମ୍ନାରେ ହାଇଦ୍ରାବାଦ ବ୍ୟାଟ୍ସ ମ୍ୟାନ୍‌ମାନେ ୧୭ ଓଭର ପର୍ଯ୍ୟନ୍ତ ୭ ରନ୍ ରେଟକୁ ଛୁଇଁ ପାରିନଥିଲେ । ଏହି କାରଣରୁ କେକେଆର ହାଇଦ୍ରାବାଦକୁ ୧୪୨ ରନରେ ଅଟକାଇଥିଲା । ହାଇଦ୍ରାବାଦ ପାଇଁ ମନୀଷ ପାଣ୍ଡେ ୩୮ ବଲରେ ତିନୋଟି ଚୌକା ଓ ଦୁଇଟି ଛକା ମାରି ସର୍ବାଧିକ ୫୧ ରନ୍ କରିଥିଲେ । ଗୋଟିଏ ଚୌକା ଓ ଗୋଟିଏ ଛକା ସହାୟତାରେ ରିଦ୍ଧିମାନ ସାହା ୩୧ ବଲରେ ୩୦ ରନ୍ ସଂଗ୍ରହ କରିଥିଲେ ।

Leave a Reply