ଅପହରଣର ୪୦ ଘଣ୍ଟା ପରେ ମିଳିଲା ହାର୍ଦ୍ଦିକ, ନିର୍ମାଣାଧିନ ଘରୁ ଉଦ୍ଧାର କଲେ ସମ୍ପର୍କୀୟ

Kidnapped Hardhik Rescued From His Under Construction House

ଗଜପତି: ଅପହରଣର ୪୦ ଘଣ୍ଟା ପରେ ଉଦ୍ଧାର ହେଲା ହାର୍ଦ୍ଦିକ । ପୁଣି ନିଜ ନିର୍ମାଣାଧିନ ଘରୁ । ତେବେ, କିଏ ଓ କାହିଁକି ୭ ବର୍ଷର ହାର୍ଦ୍ଦିକକୁ କରିଥିଲା ଅପହରଣ ? ଆଉ କାହିଁକି ଘରଠାରୁ ୫ କିଲୋମିଟର ଦୂରରେ ଥିବା କାଶୀନଗର କଇଠପଦରର ନିର୍ମାଣାଧୀନ ଘରେ ଛାଡ଼ି ଚାଲିଗଲା ଛୁଆକୁ ? ଅପହରଣର ଏ ବୁଢ଼ିଆଣୀ ଜାଲ ଭିତରୁ ଭିଲିଆନକୁ ଖୋଜୁଛି ପୋଲିସ । ଉଦ୍ଧାର ହାର୍ଦ୍ଦିକ ସୁସ୍ଥ ଥିବାବେଳେ ପୋଲିସ ଅପହରଣକାରୀଙ୍କୁ ଖୋଜୁଛି ।

Kidnapped Hardhik Rescued From His Under Construction House

ବୁଧବାର ସନ୍ଧ୍ୟା । ଗାଁ ଦାଣ୍ଡରେ ସାଙ୍ଗ ପିଲାଙ୍କ ସହ ଖେଳୁଥିଲା ୭ ବର୍ଷର ହାର୍ଦ୍ଦିକ । ହଠାତ୍ ବାଇକରେ ଆସିଲେ ୨ ଜଣ । ହାର୍ଦ୍ଦିକକୁ ପଚାରିଲେ ବାପା କେଉଁଠି ? ହାର୍ଦ୍ଦିକ ଉତ୍ତର ଦେଲା କାଜୁ ଫ୍ୟାକ୍ଟ୍ରିରେ । ତାପରେ ବାପାଙ୍କୁ ଦେଖାଇବା ଲାଗି ଅପହରଣକାରୀ ହାର୍ଦ୍ଦିକକୁ ବାଇକରେ ବସାଇ ଦ୍ରୁତଗତିରେ ମୁଖ୍ୟ ରାସ୍ତାରେ ପଳାଇ ଥିଲେ । ଏନେଇ ହାର୍ଦ୍ଦିକଙ୍କ ପିତା ଝାମି ଗୋପୀ ପୁଅକୁ ଅପହରଣ ନେଇ ପୋଲିସରେ ଏତଲା ଦେଇଥିଲେ ।

Kidnapped Hardhik Rescued From His Under Construction House

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଛୁଆ ଚୋରିକୁ ନେଇ ଆତଙ୍କ ଲାଗି ରହିଥିବା ବେଳେ ହାର୍ଦ୍ଦିକକୁ ଅପହରଣ ପରେ ଗଜପତି ଜିଲ୍ଲାରେ ଆତଙ୍କ ଖେଳି ଯାଇଥିଲା । କୁହାଯାଉଥିଲା ଆନ୍ଧ୍ର ଅପହରଣକାରୀ ହୁଏ ତ ହାର୍ଦ୍ଦିକକୁ ଅପହରଣ କରି ନେଇଥିଲେ । ଅପହରଣର ୪୦ ଘଣ୍ଟା ପରେ ହାର୍ଦ୍ଦିକ ଉଦ୍ଧାର ହୋଇଛ ସତ । ହେଲେ, ପୋଲିସ ନୁହଁ ନିଜ ଜାଗାରୁ ପରିବାର ଲୋକ ହିଁ ହାର୍ଦ୍ଦିକୁ ଉଦ୍ଧାର କରିଛନ୍ତି ।

Kidnapped Hardhik Rescued From His Under Construction House

ତେବେ, କିଏ କାହିଁକି ହାର୍ଦ୍ଦିକକୁ ଅପହରଣ କରିଥିଲେ ? ଯଦି ହାର୍ଦ୍ଦିକକୁ କିଡନାପ୍ କରିଥିଲେ, ତେବେ ନିର୍ମାଣାଧିନ ଘରେ ଛାଡ଼ିଦେଲେ କାହିଁକି ? ଏଥିରେ ଝାମି ଗୋପୀଙ୍କ ସହ ବ୍ୟବସାୟରେ ସମ୍ପୃକ୍ତ କାହାର ହାତ ନାହିଁ ତ ? ଏବେ ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ସହ ତଦନ୍ତ ଜାରି ରଖିଛି ଗଜପତି ପୋଲିସ । ସବୁ ଦିଗକୁ ନଜରରେ ରଖି ପୋଲିସ ତଦନ୍ତ ଜାରି ରଖିଥିବା ଦକ୍ଷିଣାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି ।

Leave a Reply