ନିଜକୁ କଣ୍ଠଶିଳ୍ପୀ ଅନୁରାଧାଙ୍କ ଝିଅ ବୋଲି ଦାବି କରି ୫୦ କୋଟି ଟଙ୍କା କ୍ଷତିପୂରଣ ଦାବି

ମୁମ୍ବାଇ: ବହୁ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅନୁରାଧା ପୋଡୱାଲଙ୍କ ନାଁରେ ମାମଲା । କେରଳର ୪୫ ବର୍ଷୀୟ ମହିଳା କରମଳା ମୋଡେକ୍ସ ଫ୍ୟାମିଲି କୋର୍ଟରେ ଆବେଦନ କରିଛନ୍ତି । ତାଙ୍କ କହିବା କଥା ସେ ଅନୁରାଧାଙ୍କ ନିଜ ଝିଅ । ଜନ୍ମ ବେଳୁ ଭରଣପୋଷଣରେ ତାଙ୍କୁ ଅନୁରାଧା ଅବହେଳା କରିଛନ୍ତି । ଏଥିପାଇଁ କରମଳା କୋର୍ଟରେ ଦ୍ଵାରସ୍ଥ ହୋଇ ୫୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି ।କରମଳା ମାତ୍ର ୪ ଦିନର ହୋଇଥିବା ବେଳେ ଅନୁରାଧା ଏବଂ ତାଙ୍କ ସ୍ୱାମୀ ଅରୁଣ ପୋଡୱାଲ ଲାଳନ ପାଳନ ପାଇଁ ଅନ୍ୟ ଜଣଙ୍କୁ ଦାୟିତ୍ୱ ଦେଇ ସେ ନିଜ କ୍ୟାରିୟରରେ ବ୍ୟସ୍ତ ହୋଇଯାଇଥିଲେ ବୋଲି ଅଭିଯୋଗ ହୋଇଛି । ବଡ଼ ହୋଇ କରମଳା ଅନୁରାଧାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନଥିଲା । ଏନେଇ ଅନୁରାଧାଙ୍କର କୈାଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Leave a Reply