‘ମେଟ୍ରୋ ମ୍ୟାନ୍’ ଇ ଶ୍ରୀଧରନ ବିଜେପିର କେରଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ: ଖୁବଶୀଘ୍ର ହେବାକୁ ଯାଉଛି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ । ଯାହା ମଧ୍ୟରେ ରହିଛି କେରଳ। ଏଭଳି ସମୟରେ କେନ୍ଦ୍ର ମନ୍ତ୍ରୀ ବି ମୁରଲୀଧରନ କହିଛନ୍ତି ଯେ ‘ମେଟ୍ରା ମ୍ୟାନ୍’ ଇ ଶ୍ରୀଧରନ କେରଳରେ ଭାରତୀୟ ଜନତା ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ।

ମୁରଲୀଧରନଙ୍କ ପୂର୍ବରୁ କେରଳ ବିଜେପି ଅଧ୍ୟକ୍ଷ କେ. ସୁରେନ୍ଦ୍ରନ କହିଥିଲେ, କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅପିଲ କରାଯାଇଛି ଯେ ଇ ଶ୍ରୀଧରନଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଉ । ଯାହା ପରେ କେନ୍ଦ୍ର ମନ୍ତ୍ରୀ ବି ମୁରଲୀଧରନ ମେଟ୍ରାେ ମ୍ୟାନଙ୍କୁ କେରଳରେ ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।

ବିଜେପି ପକ୍ଷରୁ ବିଜୟ ଯାତ୍ରା ଅଭିଯାନ କରାଯାଉଥିବା ବେଳେ ଦଳର ପ୍ରଦେଶ ଅଧ୍ୟକ୍ଷ କେ. ସୁରେନ୍ଦ୍ରନ ଗୁରୁବାର ଦିନ ଏକ କାର୍ଯ୍ୟକ୍ରମରେ କହିଛନ୍ତି, “ଦଳ ଖୁବ ଶୀଘ୍ର ଅନ୍ୟ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ପ୍ରକାଶ କରିବ’’।

ପ୍ରାୟ ଦୁଇ ସପ୍ତାହ ପୂର୍ବେ ବିଜେପିରେ ଯୋଗଦେବା ପାଇଁ ଘୋଷଣା କରିବା ପରେ ସେ ଏହି ରାଜନୖେତିକ ଦଳରେ ଯୋଗ ଦେଇଥିଲେ । ଦିଲ୍ଲୀ ମେଟ୍ରାେ ଭଳି ସ୍ବପ୍ନକୁ ସତ କରିଥିବା ଶ୍ରୀଧରନ ଦେଶରେ ଅନେକ ସହରରେ ମେଟ୍ରୋ ପ୍ରୋଜେକ୍ଟରେ ସହଯୋଗ ମଧ୍ୟ କରିଥିଲେ ।

Leave a Reply