‘ଅମ୍ଫାନ୍’ ପାଇଁ ରାଜନଗର ବ୍ଲକରୁ ୬ ଶହରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର

ପଟ୍ଟାମୁଣ୍ଡାଇ: ମହାବାତ୍ୟା ‘ଅମ୍ଫାନ୍’ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ସମୁଦ୍ର ଉପକୂଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜନଗର ବ୍ଲକ୍ ପ୍ରଶାସନ ଓ ତଳଚୁଆ ଥାନା ଅଧିକାରୀଙ୍କ ତତ୍ୱାବଧାନରେ ଚାଲିଛି ସ୍ଥାନାନ୍ତରଣ । ରାଜନଗର ବ୍ଲକର ହାତିନଆ, କୁରୁଣ୍ଟି, ସାତଭାୟା, କେରୁଆପାଳ, ରଙ୍ଗଣୀ, ତାଳଚୁଆ, ବାଘମାରୀ ଇତ୍ୟାଦି ୭ଟି ପଞ୍ଚାୟତରେ ୬ଶହରୁ ଅଧିକ ଲୋକଙ୍କୁ ନେଇ ବାତ୍ୟା ଆଶ୍ରୟ ସ୍ଥଳୀରେ ସୁରକ୍ଷିତ ଭାବେ ରଖାଯାଇଛି ।

ସେପଟେ ବାତ୍ୟା ପାଇଁ କେନ୍ଦ୍ରାପଡ଼ା ଦାୟିତ୍ୱରେ ଥିବା ଶିଳ୍ପ ପ୍ରମୁଖ ସଚିବ ହେମନ୍ତ ଶର୍ମା ଜିଲ୍ଲାରେ ବାତ୍ୟା ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ସେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ମଙ୍ଗଳବାର ଦିନ ୧୦ଟା ସୁଦ୍ଧା ସମୁଦ୍ର ଉପକୂଳ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ।

ପାରାଦୀପଠାରୁ ୭୦୦ କିମି ଦୂରରେ ମହାବାତ୍ୟା ‘ଅମ୍ଫାନ୍’

ସେହିପରି ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ରାସ୍ତା ସଫେଇ, ରିଲିଫ୍ ବଣ୍ଟନ, ଉଦ୍ଧାର କାର୍ଯ୍ୟ ଓ ବିଦ୍ୟୁତ୍ ସରବରାହ ପ୍ରଭୃତି ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହିଥିବା ସେ ସୂଚନା ଦେଇଛନ୍ତି ।

ଜାଣନ୍ତୁ ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ…

ରାଜ୍ୟରେ ତଳିଆ ଓ ସମୁଦ୍ର କୂଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ୫୬୭ଟି ବାତ୍ୟା ଆଶ୍ରୟସ୍ଥଳି ଓ ୭ ହଜାର କୋଠା ଘର ପ୍ରସ୍ତୁତ ରହିଛି ।ଉପକୂଳ ଓଡ଼ିଶା ସହ ଉତ୍ତର ଓଡ଼ିଶାରେ ବାତ୍ୟା ପ୍ରଭାବ ପଡ଼ିଲେ ୧୧ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି ।

Leave a Reply