କୃଷକଙ୍କ ଆନ୍ଦୋଳନକୁ କେଜ୍ରିୱାଲଙ୍କ ସମର୍ଥନ, ଧାରଣାରେ ବସିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

1 min read
Kejriwal To Observe Fast In Support Of Protesting Farmers

ନୂଆଦିଲ୍ଲୀ: ଦିଲ୍ଲୀରୁ ଦେଶକୁ ଡେଉଁଛି କୃଷକ ନିଆଁ । ଚାଷୀଙ୍କ ପାଇଁ ସୋମବାର କଂଗ୍ରେସ ଦଳ ଜିଲ୍ଲା ଓ ବ୍ଲକ ସ୍ତରରେ ଆନ୍ଦୋଳନ କରିବାକୁ କହିଥିବା ବେଳେ ପଛରେ ପଡ଼ିନି ଆମ ଆଦମୀ ପାର୍ଟି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର କୃଷକଙ୍କୁ ସମର୍ଥନ କରି ଦିନିକିଆ ଧାରଣା ଦେବେ ବୋଲି କହିଛନ୍ତି । ଏଥିସହ ଦଳର କର୍ମୀଙ୍କୁ ଏଥିରେ ଯୋଗଦେବାକୁ ନିବେଦନ କରିଛନ୍ତି କେଜ୍ରିୱାଲ୍ ।

Kejriwal To Observe Fast In Support Of Protesting Farmers

ଚାଷୀଙ୍କୁ ଦେଶ ବିରୋଧୀ କହିଥିବା କେନ୍ଦ୍ର ମନ୍ତ୍ରୀ ଓ ବିଜେପି ନେତାଙ୍କୁ କେଜ୍ରିୱାଲ ଭର୍ତ୍ସନା କରିଛନ୍ତି । କିଛି କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା କୃଷକଙ୍କୁ ଦେଶ ବିରୋଧୀ କରିଛନ୍ତି । ଏକାଧିକ ପୂର୍ବତନ କର୍ମଚାରୀ, ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି, ସଂଗୀତଜ୍ଞ, ସେଲିବ୍ରିଟି, ଡାକ୍ତର ସମସ୍ତେ ଚାଷୀଙ୍କୁ ସମର୍ଥନ କରୁଛନ୍ତି । ତେବେ, ଏମାନେ ସମସ୍ତେ କଣ ଦେଶ ବିରୋଧୀ ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି କେଜ୍ରିୱାଲ ।

Kejriwal To Observe Fast In Support Of Protesting Farmers

ନଭେମ୍ବର ୨୬ରୁ ହଜାର ହଜାର କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । କେନ୍ଦ୍ରର ନୂତନ କୃଷି ଆଇନକୁ ରଦ୍ଦ କରିବା ଲାଗି ଅଡ଼ି ବସିଛନ୍ତି ଚାଷୀ । ଏହାକୁ ନେଇ ସରକାର-ଚାଷୀ ସଂଗଠନ ସହ ୬ ଥର ବୈଠକ କରିଥିବା ବେଳେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଏମିତି କି କୃଷି ଆଇନରେ ସଂଶୋଧନ ଲାଗି ଗୃହମନ୍ତ୍ରୀ ଅମିତ ଶାହା ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଜିଦରୁ ହଟୁନାହାଁନ୍ତି ଚାଷୀ ।

Leave a Reply