ଚିକିତ୍ସା ବେଳେ ଘରୋଇ ହସ୍ପିଟାଲରେ ଗଣଦୁଷ୍କର୍ମ ପରେ ହତ୍ୟା, ମାମଲା ରୁଜୁ

Kaushambi Woman Gangraped An Murdered In A Private Hospital FIR Lodged

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପିଛା ଛାଡ଼ୁନି ଗଣଦୁଷ୍କର୍ମ । କେତେବେଳେ ଚାଷ ଜମିରେ ତ କେବେ ରାଜରାସ୍ତାରେ ପ୍ରାୟ ୟୁପିରେ ଘଟୁଛି ଲଜ୍ଜାଜନକ ଘଟଣା । କେଉଁଠି ଦୁଷ୍କର୍ମକାରୀ ପୀଡ଼ିତାଙ୍କ ଜିଭ କାଟି ଦେଉଛନ୍ତି ତ ଆଉ କେଉଁଠି ଜିଅଁନ୍ତା ଜାଳି ଦେଉଛନ୍ତି । ଏବେ ଉତ୍ତରପ୍ରଦେଶର କୌଶାମ୍ବିରୁ ସାମ୍ନାକୁ ଆସିଛି ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଅଭିଯୋଗ । କୌଶାମ୍ବି ଜନପଦରେ ମଞ୍ଝନପୁର କୋତବାଲି ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଘଟଣା ପରେ ମୃତକଙ୍କ ପିତା ଜିଲ୍ଲାପାଳଙ୍କୁ ଅଭିଯୋଗ କରି ମାଜିଷ୍ଟ୍ରେଟ ତଦନ୍ତ ଦାବି କରିଛନ୍ତି । ତଦନ୍ତରୁ ହସ୍ପିଟାଲର ଚିକିତ୍ସକ ଓ କର୍ମଚାରୀଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ସତ ପ୍ରମାଣିତ ହୋଇଛି । ଯାହାପରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ମଞ୍ଝନପୁର କୋତବାଲି ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ମାମଲା ରୁଜୁ ପରେ ହସ୍ପିଟାଲର ଅଧିକାଂଶ କର୍ମଚାରୀ ଫେରାର୍ ହୋଇ ଯାଇଛନ୍ତି ।

Kaushambi Woman Gangraped An Murdered In A Private Hospital FIR Lodged

ମାସକ ତଳର ଘଟଣା

କୋଖରାଜ ଥାନା ଅଞ୍ଚଳର ଏକ ଗାଁର ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଜର ହେବା ପରେ ପରିବାର ଲୋକ ସମଦା ସ୍ଥିତ ହସ୍ପିଟାଲ ନ୍ୟୁ ତେଜମତିରେ ପ୍ରାୟ ମାସକ ତଳେ ଭର୍ତ୍ତି କରିଥିଲେ । ଚିକିତ୍ସା ବେଳେ ଯୁବତୀ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ଘଟଣା ସମ୍ପର୍କରେ ଘର ଲୋକଙ୍କୁ କହିଥିଲେ ଯୁବତୀ ପରିବାର ଲୋକ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଡାକ୍ତର ଯୁବତୀଙ୍କ ମସ୍ତିଷ୍କ ଠିକ୍ ନଥିବା କହି ମାମଲାକୁ ଚାପି ଦେଇଥିଲେ । କିନ୍ତୁ, ଯୁବତୀଙ୍କ ରହସ୍ୟମୟ ମୃତ୍ୟୁ ଅଭିଯୋଗକୁ ଆହୁରି ରୋଚକ କରି ଦେଇଥିଲା ।

Kaushambi Woman Gangraped An Murdered In A Private Hospital FIR Lodged

ଜିଲ୍ଲାପାଳଙ୍କୁ ନ୍ୟାୟ ପାଇଁ ଗୁହାରୀ

ଯୁବତୀଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ପୀଡ଼ିତ ପରିବାର ଅକ୍ଟୋବର ୧୩ରେ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ମାଗିଥିଲେ । ଯାହା ଉପରେ ଜିଲ୍ଲାପାଳ ମାମଲାର ମାଜିଷ୍ଟ୍ରେଟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏଡିଏମ୍ (ନ୍ୟାୟିକ) ବିଶ୍ରାମ ଯାଦବଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଚିକିତ୍ସାଧାକାରୀ ଓ ଜିଲ୍ଲା ଅଳ୍ପସଂଖ୍ୟକ କଲ୍ୟାଣ ଅଧିକାରୀ ମିଳିତ ଭାବେ ତଦନ୍ତ କରିଥିଲେ । ଯାଞ୍ଚ ପରେ ଅଭିଯୋଗ ସତ ବୋଲି ଜଣାପଡ଼ିଥିଲା । ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ମିଳିବା ପରେ ମଞ୍ଝନପୁର ପୋଲିସ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ଗଣଦୁଷ୍କର୍ମ ଓ ହତ୍ୟା ଭଳି ଗମ୍ଭୀର ଧାରାରେ ମାମଲା ରୁଜୁ କରିଥିଲା ।

Kaushambi Woman Gangraped An Murdered In A Private Hospital FIR Lodged

କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ଜିଲ୍ଲାପାଳ ଅମିତ କୁମାର ସିଂହଙ୍କ ଅନୁସାରେ ପୀଡ଼ିତ ପରିବାର ଏତଲାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏହି ମାମଲାର ଯାଞ୍ଚ ପରେ ଜିଲ୍ଲା ପୋଲିସ ଅଧୀକ୍ଷକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ଯାହା ପରେ ମାମଲା ରୁଜୁ କରି ପୋଲିସ ଛାନଭିନ୍ କରୁଛି ।

Leave a Reply