ଆଜିଠୁ ଆରମ୍ଭ ହେବ KBC- ୧୨, ଜାଣନ୍ତୁ ସୋ’କୁ ନେଇ ସମସ୍ତ ନୂଆ ତଥ୍ୟ

1 min read

ମୁମ୍ବାଇ: ସାଧାରଣ ଲୋକଙ୍କ ସ୍ୱପ୍ନକୁ ପୁଣି ଥରେ ପୂରଣ  କରିବା ପାଇଁ ପ୍ରସ୍ତୁତ ହୋଇଛି ଲୋକପ୍ରିୟ ଟେଲିଭିଜନ ରିୟାଲିଟି ଶୋ ‘କୋନ ବନେଗା କରୋଡପତି- ୧୨’ । ଦୀର୍ଘ ଦିନ ଧରି ଅପେକ୍ଷାରେ ଥିବା ଫ୍ୟାନ୍ସ ମାନଙ୍କ ପାଇଁ ସେପ୍ଟେମ୍ବର ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି କୋନ ବନେଗା କରୋଡପତି ସିଜିନ ୧୨ । ତେବେ ଆସନ୍ତୁ ଜାଣିବା ଏହି ସୋ’ ର ସମୟ, ଚ୍ୟାନେଲ ଏବଂ ଅନ୍ୟ ଜରୁରୀ ତଥ୍ୟ ବିଷୟରେ ଯାହା ଦ୍ୱାରା ଆପଣ ଏହି ସୋ’କୁ ଉପଭୋଗ କରିପାରିବେ ।

ଅନଲାଇନ ଦେଖନ୍ତୁ KBC ୧୨

ଅମିତାଭ ବଚ୍ଚନଙ୍କ ଦ୍ୱାରା ହୋଷ୍ଟ କୋନ ବନେଗା କରୋଡପତି ସିଜିନ ୧୨ ସେପ୍ଟେମ୍ବର ୨୮ ତାରିଖ ରାତି ୯ ଟାରେ ଅନ ଏୟାର ହେବାକୁ ଯାଉଛି । ଏହା ସୋମବାରରୁ ଶୁକ୍ରବାର ପ୍ରସାରିତ ହେବ । ଏହାକୁ ଆପଣ ସୋନି ଟିଭି ଚ୍ୟାନେଲରେ ଦେଖିପାରିବେ । ଏହା ବ୍ୟତୀତ ଅନଲାଇନ ସୋନି ଲିଭ୍ ରେ ମଧ୍ୟ ଆପଣ ଏହି ସୋ’ ର ମଜା ଉଠାଇପାରିବେ । ମୋବାଇଲରେ ଏହି ସୋ ଦେଖିବାକୁ ଚାହୁଁଥିଲେ ଆପଣ ଜିଓ ଟିଭି, ଏୟାରଟେଲ ଟିଭିରେ KBC ଦେଖିପାରିବେ ।

ଅଡିଏନ୍ସ ପୋଲ ବଦଳରେ ଆସିଛି ଏହି ନୂଆ ଅପସନ

ଚଳିତ ସିଜିନରେ ସୋ’ ରେ ଖେଳର ପ୍ରକ୍ରିୟାରେ ଅନେକ ଗୁଡ଼ିକ ପରିବର୍ତ୍ତନ ଅଣାଯାଇଛି । ଚଳିତ ବର୍ଷ  Fastest Finger First ରେ ପ୍ରତିଯୋଗୀଙ୍କ ସଂଖ୍ୟା କମାଇ ୮ କରିଦିଆଯାଇଛି । ସେଟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।  ସବୁଥର ଭଳି ସେଟରେ ଅଡିଏନ୍ସ ରହିବେ ନାହିଁ, ଏହି କାରଣରୁ ଖେଳରେ ଅଡିଏନ୍ସ ପୋଲର ଅପସନ ହଟାଇ ଦିଆଯାଇଛି । ଏହା ବଦଳରେ Video a Friend ଅଣାଯାଇଛି । ଏହା ସହିତ ସେଟରେ ପ୍ରତିଯୋଗୀ ମାନଙ୍କୁ ନିଜ ସହିତ କେବଳ ଜଣେ ପରିଚିତଙ୍କୁ ଆଣିବାର ଅନୁମତି ରହିଛି ।

ଚଳିତ ବର୍ଷ ସୋ’ର ଥିମ ରହିଛି, ‘ସେଟବ୍ୟକର ଜବାବ କମବ୍ୟାକ’ । ଏହାକୁ ମାନି ସୋ’ ରେ ଏମିତି ପ୍ରତିଯୋଗୀ ମାନଙ୍କୁ ନିଆଯାଇଛି ଯେଉଁମାନେ କରୋନା ମହାମାରୀ ଯୋଗୁଁ ଅନେକ କ୍ଷତି ସହିଛନ୍ତି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲୋକମାନ ଘରେ ବସି KBC ଖେଳି ଟଙ୍କା ଜିତି ପାରିବେ ।

ଚଳିତ ବର୍ଷ KBCକୁ ପୁରିଲା ୨୦ ବର୍ଷ

ଚଳିତ ବର୍ଷ KBC ନିଜର ୨୦ ବର୍ଷର ଯାତ୍ରା ପୂରଣ କରିବାକୁ ଯାଉଛି । ୨୦୦୦ ମସିହାରେ ପ୍ରଥମ ଥର ପାଇଁ KBC ସୋ ଆରମ୍ଭ ହୋଇଥିଲା । ସେବେଠରୁ KBC ରେ ଅନେକ ପରିବର୍ତ୍ତନ ଆସିସାରିଛି ଏବଂ ଅନେକ ଲୋକ ନିଜ ଭାଗ୍ୟ ବଦଳାଇ ସାରିଛନ୍ତି ।

Leave a Reply