‘କସୌଟି ଜିନ୍ଦଗୀ କେ’ ଫେମ୍ ଅଭିନେତା ପାର୍ଥ ସମଥାନ କରୋନା ସଂକ୍ରମିତ

1 min read
'Kasautii Zindagii Kay' fame Parth Samthaan tests positive for COVID-19

ମୁମ୍ବାଇ: ବଡ ପରଦାରେ କରୋନା ସଂକ୍ରମଣ ପରେ ଏବେ ଛୋଟ ପରଦାରେ କରୋନା ବ୍ୟାପିବାରେ ଲାଗିଛି । ମନୋରଞ୍ଜନ ଜଗତରେ ବର୍ତ୍ତମାନ ପରିସ୍ଥିତି କିଛି ଭଲ ନାହିଁ । ‘କସୌଟି ଜିନ୍ଦଗୀ କେ ଧାରାବାହିକ’ ର ଫେମସ୍ ଅଭିନେତା ପାର୍ଥ ସମଥାନ କରୋନାଭାଇରସ୍ ସଂକ୍ରମିତ ବୋଲି ଜଣାପଡିଛି । ଏହି ଧାରାବାହିକରେ ଅଭିନୟ କରି ସେ  ବେଶ ଲୋକପ୍ରିୟତା ହାସଲ କରିଥିଲେ । ଲକଡାଉନ୍ ଯୋଗୁଁ ସବୁ ସୁଟିଂ ବନ୍ଦ ଥିଲା । ତେବେ କରୋନା ଆକ୍ରାନ୍ତ ଥିବା ସୂଚନା ସେ ନିଜେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସେୟାର କରିଛନ୍ତି ।

ପାର୍ଥ ଏହି ପୋଷ୍ଟରେ ଲେଖିଛନ୍ତି ଯେ, ତାଙ୍କର କରୋନାର ସାମାନ୍ୟ ଲକ୍ଷଣ ଥିଲା  । ସେଥିପାଇଁ ସେ ପରେ ଟେଷ୍ଟ କରାଇଥିଲେ । କରୋନା ଟେଷ୍ଟ କରିବା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ତେଣୁ ଗତ ୧୦ ଦିନ ମଧ୍ୟରେ ସେ ଯେଉଁମାନଙ୍କ ସଂସପର୍ଶରେ ଆସିଛନ୍ତି ସେମାନଙ୍କୁ କୋଭିଡ -୧୯ ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି । ଡାକ୍ତରଙ୍କ ନିର୍ଦ୍ଦେଶ ଅନୁସାରେ ସେ ‘ସେଲ୍ଫ କ୍ୱାରାଣ୍ଟିନ୍’ରେ ଅଛନ୍ତି । ଏହା ସହ ପାର୍ଥ ଡାକ୍ତରମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ସମସ୍ତେ ନିରାପଦରେ ରୁହନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କାଲି ହିନ୍ଦୀ ସିନେମା କିମ୍ବଦନ୍ତୀ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ କରୋନା ସଂକ୍ରମିତ ବୋଲି ଜଣାପଡିଛି। ପରିବାରର ତିନଟି ପୀଢି ସଂକ୍ରମିତ ହେବା ପରେ ବିଗ୍ ବିଙ୍କ ୪ଟି ଘରକୁ ମଧ୍ୟ ସିଲ୍ କରାଯାଇଛି। ଏଥି ସହିତ ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେରଙ୍କ ପରିବାର ମଧ୍ୟ ଏହି ମହାମାରୀର ଶିକାର ହୋଇଛନ୍ତି।

Leave a Reply