ପାର୍କିଂ ସୁବିଧାର ପ୍ରମାଣପତ୍ର ନଥିଲେ କିଣି ପାରିବେନି କାର

ବାଙ୍ଗାଲୋର: ପାର୍କିଂ ସୁବିଧା ନ ଥିଲେ କିଣିପାରିବେନି କାର୍ । କିଣିବାକୁ ହେଲେ ଦେଖାଇବାକୁ ପଡିବ ପାର୍କିଂ ସୁବିଧାର ପ୍ରମାଣପତ୍ର । ନ ହେଲେ ନୂଆ କାର କିଣିବାରୁ ବଞ୍ଚିତ ହେବେ ଗ୍ରାହକ । କର୍ଣ୍ଣାଟକରେ ଲାଗୁ ହୋଇଛି ପାର୍କିଂ ପଲିସି 2.0 । ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ଏହି ନିୟମକୁ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ନିୟମକୁ କଡାକଡି କରିବା ପାଇଁ ସମସ୍ତ କାର୍ ସୋ ରୁମକୁ କୁହାଯାଇଛି । ଯଦି କେହି ବି ଗ୍ରାହକ ଗାଡି କିଣିବା ସମୟରେ ନିଜର ପାର୍କିଂ ସୁବିଧା ଥିବା ଦର୍ଶାଇ ନ ପାରନ୍ତି, ତେବେ ସେମାନେ ଗାଡି କିଣାବାରୁ ବଞ୍ଚିତ ହେବେ ।

କର୍ଣ୍ଣାଟକର ଅନେକ ସହର ବ୍ୟସ୍ତବହୁଳ ହୋଇଥିବାବେଳେ ଅନେକ ସମୟରେ ଗାଡି ପାର୍କିଂକୁ ନେଇ ସମସ୍ୟା ସୃଷ୍ଟି ହୋଇଥାଏ  । ଏବଂ କିଛି ବର୍ଷ ହେବ କାରଗୁଡ଼ିକର ପରିମାଣ ଦ୍ୱିଗୁଣିତ ହୋଇଛି ତେଣୁ ପାର୍କିଂରେ ଏବଂ ଟ୍ରାଫିକ ସେବାରେ ପ୍ରଭାବ ପଡ଼ୁଛି । ଏହାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର ।

Leave a Reply