ମାତ୍ର ୩୯ ବର୍ଷ ବୟସରେ ଚାଲିଗଲେ ଏହି ଲୋକପ୍ରିୟ ଅଭିନେତା

ବେଙ୍ଗଳୁରୁ: ଲୋକପ୍ରିୟ କନ୍ନଡ଼ ଅଭିନେତା ଚିରଞ୍ଜିବୀ ସର୍ଜା ଆଉନାହାଁନ୍ତି । ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଛି । ଜୟନଗରର ଏକ ଘରୋଇ ହସ୍ପିଟାଲରେ ୩୯ ବର୍ଷ ବୟସରେ ଆଖି ବୁଜିଛନ୍ତି ଚିରଞ୍ଜିବୀ । କନ୍ନଡ଼ର ଲୋକପ୍ରିୟ ଅଭିନେତା ଓ ପ୍ରତ୍ୟେକ ଫିଲ୍ମରେ ଚିରଞ୍ଜିବୀ ହିରୋ ଭୂମିକାରେ ନଜର ଆସିଥାନ୍ତି । ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି ।

ଭେଟରାନ ଅଭିନେତାର ଶକ୍ତି ପ୍ରସାଦଙ୍କ ନାତି ଓ ଅର୍ଜୁନ ସର୍ଜାଙ୍କ ପୁତୁରା ହେଉଛନ୍ତି ଚିରଞ୍ଜିବୀ । ସେ କେବଳ କନ୍ନଡ଼ ନୁହେଁ ତାମିଲ୍ ସିନେମାରେ ମଧ୍ୟ ଖୁବ୍ ଲୋକପ୍ରିୟ । କିଛି ବର୍ଷ ତଳେ ସେ ମେଘନା ରାଜଙ୍କୁ ବିବାହ କରିଥିଲେ ।

୨୨ ବର୍ଷ ବୟସରେ ବାୟୁପୁତ୍ର ଚଳଚ୍ଚିତ୍ର ଜରିଆରେ ସେ ଡେବ୍ୟୁ କରିଥିଲେ । ଚୀରୁ, ଦାଣ୍ଡମ ଦଶୟୁନମ, କେମ୍ପେ ଗୌଡ଼ା, ବରଦାନାୟକ, ହ୍ୱିସଲ, ଚନ୍ଦ୍ରଲେଖା ଓ ଖାକି ଭଳି ଫିଲ୍ମରେ ଅଭିନୟ କରିଥିଲେ ଚିରଞ୍ଜିବୀ । ଶେଷଥର ଶିବାର୍ଜୁନ୍ ଫିଲ୍ମରେ ରୂପେଲି ପରଦାରେ ତାଙ୍କୁ ଦେଖିବାକୁ ମିଳିଥିଲା ।

Leave a Reply