ଜନ୍ମାଷ୍ଟମୀ: ଭଗବାନ ଶ୍ରୀକୃଷ୍ଣ ପିନ୍ଧିଲେ ମାସ୍କ

କରୋନା ମହାମାରୀ ସମୟରେ ସମସ୍ତ ପୂଜା ପାର୍ବଣ ଉପରେ ରୋକ ଲଗାଇଛନ୍ତି ସରକାର । ପ୍ରତି ବର୍ଷ ଭଳି ଏ ବର୍ଷ ପୂଜା ବଜାର ଫିକା ପଡ଼ି ଯାଇଛି । ନା ମନ ପସନ୍ଦର ସପିଂ କରି ହେଉଛି ନା ଏକାଠି ମିଶି ପର୍ବ ପାଳନ କରି ହେଉଛି । କୌଣସି ସ୍ଥାନରେ ଏକତ୍ରିତ ନ ହୋଇ ଏକା ଏକା ପୂଜା ଆଦି ବିବିଧ କାର‌୍ୟ୍ୟ ସମ୍ପନ୍ନ କରାଯାଉଛି । ଏହି ମଧ୍ୟରେ ଆରମ୍ଭ ହେଲାଣି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀର ପ୍ରସ୍ତୁତି । ବଜାରରେ ପ୍ରଭୁଙ୍କର ମୂର୍ତ୍ତି ମଧ୍ୟ ବିକ୍ରି ହେଲାଣି । ଯାହା ସବୁଠାରୁ ଆଶ୍ଚର‌୍ୟ୍ୟକର ଏବଂ ଧ୍ୟାନ ଆକର୍ଷଣ କରୁଛି ତାହା ହେଉଛି ପ୍ରଭୁ ଶ୍ରୀକୃଷ୍ଣଙ୍କ ଉପରେ କରୋନାର ପ୍ରଭାବ । ବଜାରରେ ମିଳୁଥିବା ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିରେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି ।

ଶ୍ରୀକୃଷ୍ଣଙ୍କ ମୂର୍ତ୍ତିରେ ମାସ୍କ ବ୍ୟତୀତ ଭିନ୍ନ ଭିନ୍ନ ସୁରକ୍ଷା ଉପାଦାନ ଲାଗିଥିବାର ନଜର ଆସିଛି । ଏହା ଦର୍ଶକଙ୍କୁ ଖୁବ ଆକର୍ଷିତ କରୁଛି । ମୂର୍ତ୍ତି କିଣିବାକୁ ଆସିଥିବା ଭକ୍ତଙ୍କ କହିବା ଅନୁସାରେ କୋରନାରୁ ରକ୍ଷା ପାଇବା ପାଇଁ ସନ୍ଦେଶ ଦେଉଥିବା ଏହାଠାରୁ ଭଲ ମାଧ୍ୟମ କିଛି ହୋଇ ନପାରେ । ତେବେ ଏଭଳି ମୂର୍ତ୍ତ ନିର୍ମାଣ କରିଥିବା ବିକ୍ରେତାଙ୍କ କହିବା ଅନୁସାରେ ଲୋକଙ୍କୁ ସଚେତନ କରିବା ପାଇଁ ସେ ଏଭଳି ମାଧ୍ୟମ ଆପଣାଇଛନ୍ତି ।

Leave a Reply