ମୁଭି ମାଫିଆଙ୍କ ଉପରେ ପ୍ରଶ୍ନ ଉଠାଇଲେ କଙ୍ଗନା, ‘କାହିଁକି ଚାଷ କାମ କରିବାକୁ ବାଧ୍ୟ ହେଲେ ସୁଶାନ୍ତ ?’

2 min read

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ତାଙ୍କ ବାପା ରିୟା ଚକ୍ରବର୍ତ୍ତୀ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଏବଂ ତାଙ୍କ ନାଆରେ ଏଫଆଇଆର ଦର୍ଜ କରିଛନ୍ତି । ସୁଶାନ୍ତଙ୍କ ବାପା ପଟନାର ରାଜୀବ ନଗର ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ସେ ରିୟା ଏବଂ ତାଙ୍କ ପରିବାର ଉପରେ ଅନେକ ସମ୍ବେଦନଶୀଳ ଅଭିଯୋଗ ଆଣିଛନ୍ତି ଯେଉଁଥିରେ ଏହି କଥା ମଧ୍ୟ ସାମିଲ ଅଛି ଯେ ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇଥିଲେ ।

ଜଣାଇ ରଖୁଛୁ ଯେ, ସୁଶାନ୍ତ ଏବଂ ରିୟା ରିଲେସନସିପରେ ଥିଲେ । ତେବେ ସୁଶାନ୍ତଙ୍କ ବାପାଙ୍କ ଏହି ପଦକ୍ଷେପ ପରେ କଙ୍ଗନା ରନୈତ ଲଗାତାର ଟ୍ୱିର କରି ଚାଲିଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ଫିଲ୍ମ ଏବଂ ମିଡିଆ ମାଫିଆଙ୍କ ପାଇଁ ସୁଶାନ୍ତ ମାନସିକ ଚାପରେ ଥିଲେ ।  ସେ ଏହା ମଧ୍ୟ କହିଛନ୍ତି ଯେ, କାହିଁକି ଏତେ ପ୍ରତିଭାଶୀଳ ଅଭିନେତା ଚଳଚିତ୍ର ଛାଡ଼ି ଚାଷ କାମ କରିବାକୁ ଚାହୁଁଥିଲେ ।

କଙ୍ଗନାଙ୍କ ଡିଜିଟାଲ ଟିମ ଟ୍ୱିଟ କରିଛି ଯେ, ୨୦୧୯ ମସିହାରେ ସୁଶାନ୍ତ କୌଣସି ଫିଲ୍ମର ସୁଟିଂ କରିନଥିଲେ । ତାଙ୍କୁ ଫିଲ୍ମ ମାଫିଆ ମାନେ ବୟକଟ କରିଥିଲେ । ତାଙ୍କ ବାପା ଉଲ୍ଲେଖ କରିଛନ୍ତି ଯେ, ସୁଶାନ୍ତ ସବୁକିଛି ଛାଡ଼ି ଅରଗାନିକ ଚାଷ କରିବାକୁ ଚାହୁଥିଲେ । ତେବେ କଙ୍ଗନା ପ୍ରଶ୍ନ ଉଠାଇଛନ୍ତି ଯେ,  କାହିଁକି ଏତେ ପ୍ରତିଭାବାନ ଅଭିନେତା ନିଜ ଅଭିନୟ କ୍ୟାରିୟର ଛାଡ଼ି ଚାଷ କରିବାକୁ ବାଧ୍ୟ ହେଲେ । ସେ ସାଇନ୍ସରେ ମଧ୍ୟ ନିଜର କ୍ୟାରିୟର କରିପାରିଥାନ୍ତେ । ଯଦି ତାଙ୍କୁ ଚାଷ ହିଁ କରିବାର ଥିଲା ତ ଏବେ କାହିଁକି ବୋଲି କଙ୍ଗନା ପ୍ରଶ୍ନ କରିଛନ୍ତି ।

ଏହାବ୍ୟତୀତ କଙ୍ଗନାଙ୍କ ଡିଜିଟାଲ ଟିମ ଟ୍ୱିଟ କରିଛି ଯେ, ସେ ମାଫିଆ ମିଡିଆଙ୍କ ଡର ଦେଖାଇ ସୁଶାନ୍ତଙ୍କୁ ଧମକ ଦେଉଥିଲା । ଏହି ପ୍ରକାର ଷ୍ଟ୍ରଗଲ ଭିତରେ ମାନସିକ ଚାପରେ ରହିବା ସାଧାରଣ କଥା । ହଲିଉଡରେ ଅବଶ୍ୟ ଏଭଳି କଥାକୁ ସେଲିବ୍ରିଟି ମାନେ ସର୍ବସମ୍ମୁଖରେ କହିଥାଆନ୍ତି । ନିଜ ବିରୋଧରେ ଚାଲିଥିବା ଏହି ହେଟ କ୍ୟାମ୍ପେନଠୁ ଭଲ ସେ ନିଜ ଜୀବନକୁ ହାରିଦେବା  କାହିଁକି ଠିକ ଭାବିଥିଲା ?

ସୁଶାନ୍ତଙ୍କ ମୃତ୍ୟୁ ଆରମ୍ଭରୁ ହିଁ କଙ୍ଗନା ନିଜ ମତ ଦେଇଚାଲିଛନ୍ତି । ସେ ଏହି ମାମଲାରେ ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ମୁମ୍ବାଇ ପୋଲିସ ଇଣ୍ଡଷ୍ଟ୍ରିର ପ୍ରାୟ ୪୦ ଜଣଙ୍କ ସହ ପଚରାଉଚରା କରିସାରିଲେଣି । ନିକଟରେ ପୋଲିସ ଧର୍ମା ପ୍ରଡକସନର ସିଇଓ ଅପୂର୍ବ ମେହତାଙ୍କ ବୟାନ ରେକର୍ଡ କରିଛି । ଅନ୍ୟପଟେ ସୁଶାନ୍ତଙ୍କ ବାପା ମଧ୍ୟ ନିଜ ବୟାନରେ କହିଛନ୍ତି ଯେ, ପୋଲିସ ଉପରେ ଭରସା ନାହିଁ, ସେଥିପାଇଁ ସେ ତାଙ୍କ ବୟାନ ବିହାର ପୋଲିସ ସାମ୍ନାରେ ଦାଖଲ କରିଛନ୍ତି ।

https://www.youtube.com/watch?v=Zxf8JeL0Vnc

Leave a Reply