କଙ୍ଗାରୁକୋର୍ଟ: ଯୁବକଙ୍କୁ ରାସ୍ତାରେ ଉଲଗ୍ନ କରି ବସ୍-‌ଉଠ୍‌ କରାଇଲେ

1 min read

ବାରିପଦା: ପୁଣି ସାମ୍ନାକୁ ଆସିଲା କଙ୍ଗାରୁକୋର୍ଟର ନିର୍ଯାତନା । ଆଇନ କାନୁନକୁ ଫୁ’ କରି କଙ୍ଗାରୁକୋର୍ଟ ମାଧ୍ୟମରେ ଲୋକ ଦେଉଛନ୍ତି ଦଣ୍ଡ । ପୋଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଇ ଜଣେ ଯୁବକ ଆଉ ଜଣଙ୍କୁ ଦେଉଛନ୍ତି ଦଣ୍ଡ । ଏଭଳି ଘଟଣା ସାମ୍ନାକୁ ଆସିଛି ଉଦଳା-ବାରିପଦା ମୁଖ୍ୟ ରାସ୍ତାରେ । ରାସ୍ତା ମଝିରେ ଜଣେ ଯୁବକଙ୍କୁ ଉଲଗ୍ନ କରି କାନଧରି ଉଠବସ୍‌ କରାଇଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି ।

ସୂଚନା ଅନୁସାରେ, ବାଣପୁର ଅଞ୍ଚଳର ଜଣେ ଯୁବକ ବାଲେଶ୍ୱରରେ କାମ କରୁଥିବା ବେଳେ ମଙ୍ଗଳବାର ଉଦଳା ଯାଇଥିଲେ । ସ୍ଥାନୀୟ ଜଣେ ଯୁବକ ସମ୍ପୃକ୍ତ ଯୁବକଙ୍କୁ ବିଚ୍ ରାସ୍ତାରେ କାନ ଧରି ବସ୍‌ଉଠ୍‌ କରାଇବା ସହ ଆଇନକୁ ହାତକୁ ନେଇ ଯୁବକଙ୍କୁ ଦେଇଥିଲେ ଦଣ୍ଡ । ସୋସିଆଲ ମିଡିଆରେ ଫଟୋ ଅପଲୋଡ ଓ ଡିଲିଟକୁ ନେଇ ହୋଇଥିବା ବିବାଦରୁ ଏପରି କାଣ୍ଡ ଘଟିଥିବା ସୂଚନା ମିଳିଛି ।

ସେପଟେ ଯୁବକଙ୍କୁ ସୁରକ୍ଷା ଦେବା ବଦଳରେ ଉଦଳା ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ପୁରା ଘଟଣାକୁ ଉପଭୋଗ କରିଥିଲା । ଏନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

Leave a Reply