BMC ଉପରେ ବର୍ଷିଲେ କଙ୍ଗନା, ‘ଶୁଣି ନିଅ ବାବର ପୁଣି ବନିବ ମନ୍ଦିର’

1 min read

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ମହଙ୍ଗା ପଡ଼ିଲା ଉଦ୍ଧବ ସରକାର ସହ ବାକଯୁଦ୍ଧ । ବିଏମସି ବାନ୍ଦ୍ରା ୱେଷ୍ଟ ପାଲି ହିଲ୍ ରୋଡରେ ଥିବା କଙ୍ଗନାଙ୍କ ଅଫିସରେ ହୋଇଥିବା ବେଆଇନ୍ ନିର୍ମାଣକୁ ଭାଙ୍ଗି ଦେଇଛି । କଙ୍ଗନା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ବିଏମସି । ସ୍ଥାନୀୟ ପ୍ରଶାସନ ଜେସିବି ଓ ଶ୍ରମିକଙ୍କ ସହାୟତାରେ କଙ୍ଗନାଙ୍କ ଅଫିସରେ ହୋଇଥିବା ଅବୈଧ ନିର୍ମାଣକୁ ଭାଙ୍ଗିଛି । ଏହାକୁ ନେଇ ବିଏମସି ଉପରେ ବର୍ଷିଛନ୍ତି କଙ୍ଗନା । ବିଏମସିକୁ କଙ୍ଗନା ବାବର ସେନା କହିଛନ୍ତି ।

ବିଏମସିର ଦାବି ହେଉଛି କଙ୍ଗନା ଗ୍ରାଉଣ୍ଡ ଫୋଲ ଓ ପ୍ରଥମ ମହଲାରେ କେତକ ଅବୈଧ ନିର୍ମାଣ କରିଛନ୍ତି । ସେସବୁକୁ ଭାଙ୍ଗିବା ପାଇଁ ବିଏମସି ଜେସିବି ଓ ଶ୍ରମିକଙ୍କୁ ନେଇ ଆସିଥିବା କହିଛନ୍ତି ଅଧିକାରୀ । ଏହା ଉପରେ କଙ୍ଗନା ରଣାୱତ ଟ୍ୱିଟ୍ କରି ବିଏମସି କର୍ମୀଙ୍କ ବାବର ସେନା ସହିତ ତୁଳନା କରିବା ସହ ଏହି ମନ୍ଦିର ପୁଣି ଥରେ ତିଆରି ହେବ ବୋଲି କହିଛନ୍ତି । ମୁଁ ଭୁଲ୍ ନୁହେଁ ଓ ମୋ ଶତ୍ରୁ ବାରମ୍ବାର ପ୍ରମାଣିତ କରୁଛନ୍ତି କି ମୋ ମୁମ୍ବାଇ ଏବେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ହୋଇଯାଇଛି ।

କଙ୍ଗନାଙ୍କ ଏଫିସକୁ ଆଉ ଏକ ନୋଟିସ୍

ଏହାରି ଭିତରେ ବିଏମସି ପକ୍ଷରୁ କଙ୍ଗନାଙ୍କ ଅଫିସକୁ ଆଉ ଏକ ନୋଟିସ୍ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି କଙ୍ଗନା ଓକିଲଙ୍କ ଜରିଆରେ କରାଯାଇଥିବା ଆବେଦନକୁ ଖାରଜ କରିଦିଆଯାଇଛି । ଏହା ବାଦ୍ କଙ୍ଗନା ବିଏମସି ନୋଟସର ଜବାବ ଦେଇନାହାଁନ୍ତି । ଏଥିପାଇଁ ତାଙ୍କ ଅବୈଧ ନିର୍ମାଣକୁ ଭଙ୍ଗା ଯିବ ବୋଲି କୁହାଯାଇଛି ।

Leave a Reply