ବ୍ରାଞ୍ଚ ମ୍ୟାନେଜର ପଜିଟିଭ୍ ଚିହ୍ନଟ ପରେ ସିଲ୍‌ ହେଲା ବ୍ୟାଙ୍କ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ଷ୍ଟେଟ ବ୍ୟାଙ୍କ ସିଲ୍ । ବ୍ୟାଙ୍କ୍ ମ୍ୟାନେଜରଙ୍କ କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ବ୍ୟାଙ୍କ୍ ସିଲ୍ ହୋଇଥିବା ଜଣାପଡ଼ିଛି । ସମ୍ପୃକ୍ତ କର୍ମଚାରୀଙ୍କ ପଜିଟିଭ୍ ରିପୋର୍ଟ ଆସିବାପରେ କୋଟଗଡ଼ ବ୍ଳକ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି । ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ସହ କଣ୍ଟାକ୍ଟ ଟ୍ରେସିଂ ଉପରେ ଯାଞ୍ଚ୍ ଆରମ୍ଭ କରାଯାଇଥିବା ଜଣାପଡ଼ିଛି ।

ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ବ୍ୟାଙ୍କକୁ 27ତାରିଖ ପର୍ଯ୍ୟନ୍ତ ସିଲ୍ କରିବା ସହ ଅଗ୍ନିସମ ବିଭାଗ ଦ୍ୱାରା ବ୍ୟାଙ୍କ୍ କୁ ସାନିଟାଇଜ୍  କରାଯାଇଛି । ଏଥିସହିତ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ  ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଥିବା ବେଳେ ସେମାନଙ୍କର ଖୁବଶୀଘ୍ର ସ୍କ୍ରିନିଂ ଟେଷ୍ଟ କରାଯିବା ନେଇ କୋଟଗଡ଼ ତହସିଲଦାର ସୂଚନା ଦେଇଛନ୍ତି |

ସେହିପରି ଦାରିଙ୍ଗବାଡ଼ିରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଜଣେ  କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ଦାରିଙ୍ଗବାଡ଼ି ବ୍ଲକ୍ ପ୍ରଶାସନ ପକ୍ଷରୁ ବ୍ୟାଙ୍କ୍ କୁ ସିଲ୍ କରାଯାଇଥିଲା ଏବଂ ଉକ୍ତ ସମ୍ପୃକ୍ତ କର୍ମଚାରୀଙ୍କ ସହ କୋଟଗଡ ବ୍ୟାଙ୍କର ଜଣେ କର୍ମଚାରୀ ଗତ ୧୦ ତାରିଖ ଦିନ ଦାରିଙ୍ଗବାଡ଼ିରୁ ଭୁବନେଶ୍ୱର ଯାଇଥିଲେ। କିଛି ଦିନପରେ ଦେହ ଅସୁସ୍ଥ ହେବାରୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ନମୁନା ପଠାଯାଇଥିଲା ।

 

Leave a Reply